Home ଓଡ଼ିଶା ଝାଡାରେ ଆକ୍ରାନ୍ତ ୧୧ ବର୍ଷୀୟା ଝିଅର ଚିକିତ୍ସା ଅଭାବରୁ ମୃତ୍ୟୁ ନେଇ ଉତ୍ତେଜନା

ଝାଡାରେ ଆକ୍ରାନ୍ତ ୧୧ ବର୍ଷୀୟା ଝିଅର ଚିକିତ୍ସା ଅଭାବରୁ ମୃତ୍ୟୁ ନେଇ ଉତ୍ତେଜନା

151

ଟିଟିଲାଗଡ଼ ୨୩-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ଥାନା ଅନ୍ତର୍ଗତ ଦେସିଲ ଗ୍ରାମର ଉର୍ମିଳା କୁମ୍ଭାର ନାମକ ଜଣେ ୧୧ ବର୍ଷୀୟା ଝିଅର ଝାଡା, ବାନ୍ତିରେ ଶୋଚନୀୟ ମୃତ୍ୟୁ ବରଣ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପ୍ରକାଶ ଯେ, ଦେସିଲ ଗ୍ରାମର ଉକ୍ତ ବାଳିକା ଗତ ଚାରି ଦିନ ହେବ ଝାଡାରେ ଆକ୍ରାନ୍ତ ଥିବା ଓ ବିଭିନ୍ନ ଔଷଧ ବ୍ୟବହାର କରି ଆସୁଥିବା ବେଳେ ଆଜି ହଠାତ ଗୁରୁତର ଅବସ୍ଥା ହୋଇଯିବାରୁ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ହେଲେ ଡାକ୍ତର ଖାନା ପହଞ୍ଚିବା କିଛି ସମୟପରେ ଶୋଚନୀୟ ମୃତ୍ୟୁ ଘଟିଥିଲା। ଡ଼ଃ ଦିଲୀପ କୁମାର ପଟ୍ଟନାୟକ ମୃତ୍ୟୁ ଘୋଷଣା କରିଥିଲେ। ତେବେ ଗତ କିଛି ଦିନ ତଳେ ଏହି ଡାକ୍ତର ଖାନା ଆସି ଭେଷଜ ବିଶେଷଜ୍ଞ ନ ଥିବାରୁ କିଛି ଔଷଧ ନେଇ ଘରକୁ ଫେରି ଯାଇଥିଲେ। ଉପଯୁକ୍ତ ଚିକିତ୍ସା ଅଭାବରୁ ଏହି ମୃତ୍ୟୁ ବରଣ କରିଥିବା ପରିବାର ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ନେଇ ଡାକ୍ତର ଖାନାରେ ଅବ୍ୟବସ୍ଥା ଓ ଡାକ୍ତର ଅଭାବ ନେଇ ତୀଵ୍ର ଉତେଜନା ପ୍ରକାଶ ପାଇଛି। ଟିଟିଲାଗଡ଼ ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ମାମଲା ଦାୟର ସହ ପରିସ୍ଥିତି ନିୟନ୍ତ୍ରଣ କରାଯାଇଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.