Home ଜିଲ୍ଲା ପରିକ୍ରମା ଝାଡାବାନ୍ତି ସଂକ୍ରମଣକୁ ଦୃଷ୍ଟିରେ ରଖି ଭଦ୍ରକ ସହରର ହୋଟେଲ ଓ ଜଳଖିଆ ଦୋକାନରେ ଚଢାଉ

ଝାଡାବାନ୍ତି ସଂକ୍ରମଣକୁ ଦୃଷ୍ଟିରେ ରଖି ଭଦ୍ରକ ସହରର ହୋଟେଲ ଓ ଜଳଖିଆ ଦୋକାନରେ ଚଢାଉ

15

ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯାଜପୁର ଜିଲ୍ଲା ପରେ ଏବେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଏବଂ ଧାମନଗର ବ୍ଲକ ଅଂଚଳ ରେ ଝାଡା ବାନ୍ତି ରୋଗ ବ୍ୟାପିଛି। ତେଣୁ ଏହି ଝାଡ଼ାବାନ୍ତି ସଂକ୍ରମଣ କୁ ଦୃଷ୍ଟିରେ ରଖି ଭଦ୍ରକ ଜ଼ିଲ୍ଲାପାଳ ଙ୍କ ନିର୍ଦେଶ ପରେ ଭଦ୍ରକ ସହର ରେ ଆରମ୍ଭ ହୋଇଛି ଚଢ଼ାଉ । ଭଦ୍ରକ ଉପ ଜ଼ିଲ୍ଲାପାଳ ସୌରଭ ଚକ୍ରବର୍ତୀ ଙ୍କ ନେତୃତ୍ୱ ରେ ସ୍ୱାସ୍ଥ୍ୟ ବିଭାଗ ଓ ପୌରପାଳିକା ଏନଫୋର୍ସମେଂଟ ଟିମ ପକ୍ଷରୁ ଭଦ୍ରକ ସହର ନୂଆବଜ଼ାର କଚେରୀବଜ଼ାର. ବନ୍ତଛକ ବିଭିନ୍ନ ଅଂଚଳ ରେ ଥିବା ହୋଟେଲ ଜଳଖିଆ ଦୋକାନ ମାନଙ୍କରେ ଚାଲିଛି ଚଢ଼ାଉ । ଏହି ଚଢ଼ାଉ ସମୟରେ ଖାଦ୍ୟ ର ମାନ ଯାଂଚ କରା ଯାଉଥିବା ବେଳେ ବାସୀ ଖାଦ୍ୟ ବିକ୍ରି କରୁଥିବା ଦୋକାନୀ ଙ୍କ ଉପରେ ଫାଇନ ଆଦାୟ କରା ଯାଇଛି । ଏହି ଚଢ଼ାଉ ସମୟରେ ନୂଆବଜ଼ାର ଅଂଚଳ ର ତିନିଟି ଦୋକାନ ରୁ ୫ ହଜାର ଟଙ୍କା କରି ଜୋରିମାନା ଆଦାୟ କରିଛି ଚଢ଼ାଉ ଟିମ ।ତେବେ ଭଦ୍ରକ ଜ଼ିଲ୍ଲା ଭଣ୍ଡାରିପୋଖରୀ ଧାମନଗର ଅଂଚଳ ରେ ଝାଡା ବାନ୍ତି ରୋଗ ରେ ଆକ୍ରାନ୍ତ ଙ୍କୁ ଚିହ୍ନଟ ପରେ ଏହି ଚଢ଼ାଉ ଆରମ୍ଭ ହୋଇଛି । ସେହିପରି ଏହି ଚଢ଼ାଉ ଭଦ୍ରକ ଜ଼ିଲ୍ଲା ର ସମସ୍ତ ବ୍ଲକ ରେ ଆରମ୍ଭ କରା ଯାଇଛି । ଜ଼ିଲ୍ଲା ରେ ଝାଡାବାନ୍ତି ଆକ୍ରାନ୍ତ ଙ୍କ ସଂଖ୍ୟା ବଢୁଥିବା ବେଳେ ଏହାର ପ୍ରତିକାର ପାଇଁ ଲୋକ ମାନେ ବାହାରେ ହୋଟେଲ ଓ ଜଳଖିଆ ଦୋକାନ ରେ ବାସି ଖାଦ୍ୟ ନ ଖାଇବାକୁ ନିବେଦନ କରିଛନ୍ତି ଭଦ୍ରକ ଉପଜ଼ିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.