Home ଜିଲ୍ଲା ପରିକ୍ରମା ଝାଡ଼ପଟା ମେଳଣ ଅବିର ଖେଳରେ ଶେଷ

ଝାଡ଼ପଟା ମେଳଣ ଅବିର ଖେଳରେ ଶେଷ

5

ଭଦ୍ରକ, ୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗୁଆମାଳ ପଂଚାୟତ ଅଧିନ ଝାଡ଼ପଟା ମେଳଣ ୧୫୦ବର୍ଷ ଧରି ଚାଲିଆସୁଛି।ଚଳିତବର୍ଷ ମଙ୍ଗଳବାର ରାତିରୁ ମେଳଣ ଆରମ୍ଭ ହୋଇ ବୁଧବାର ଶାନ୍ତିଶୃଙ୍ଖଳା ସହିତ ଶେଷ ହୋଇଛି।ଏହି ମେଳଣରେ ଶ୍ରଦ୍ଧାଳୁମାନେ ବିଭୁପ୍ରେମରେ ମଜଗୁଲ ହୋଇ ପରସ୍ପର ମଧ୍ୟରେ ଅବିର ଖେଳାଖେଳି ହୋଇ ବିଭୋର ହୋଇଥିଲେ।ଝାଡ଼ପଟା ଗ୍ରାମର ଥିବା ଏକ ବୃହତ ଆମ୍ବତୋଟାର ମନୋରମ ପରିବେଶରେ ମେଳଣ ଅନୁଷ୍ଠିତ ହୋଇଥିଲା।ଗୁଆମାଳ କୁମାରପୁର ଗ୍ରାମରୁ ଶ୍ରୀଧର ଜୀଉ,ରଘୁନାଥ ଜୀଉ ଓ ଶ୍ୟାମସୁନ୍ଦର ଜୀଉ,ବିଷ୍ଣୁପୁରରୁ ରାଧାକୃଷ୍ଣ ଜୀଉ ଓ ରାଧାମାଧବ ଜୀଉ ,ଗଣ୍ଡପଡାର ଦାମୋଦର ଜୀଉ,ଗଣେଶ୍ୱରପୁରର ଦାମୋଦର ଜୀଉ,ଈଶାଣପୁରର ମନମୋହନ ଜୀଉଙ୍କ ସମେତ ନୂଆନନ୍ଦ,ଜିତାନଗା ,ତରାଗଣ ଇତ୍ୟାଦି ଅଞ୍ଚଳରୁ ୬୦ରୁ ଅଧିକ ବିମାନ ମେଳଣକୁ ଆସି ପଡ଼ିଆରେଥିବା ମଣ୍ଡପରେ ନିଜନିଜ ସ୍ଥାନରେ ବସିଥିଲେ।ପ୍ରତି ବିମାନକୁ ସେବକ ଓ ଶ୍ରଦ୍ଧାଳୁମାନେ ଶୋଭାଯାତ୍ରାରେ ଅବିର ଖେଳି ଖେଳି ପଡିଆକୁ ନେଇଥିଲେ। ଶ୍ରଦ୍ଧାଳୁ ମାନେ ଶ୍ରୀ ରାଧାକୃଷଙ୍କୁ ଅବିରଦେଇ ଦର୍ଶନକରିଥିଲେ।ଶ୍ରୀ ରାଧାକୃଷଙ୍କୁ ଭୋଗ ଲାଗିପରେ ମେଳଣରୁ ବିମାନ ନିଜ ନିଜ ସ୍ଥାନକୁ ବହୁଡ଼ିବାପରେ ମେଳଣ ଭାଙ୍ଗିଥିଲା।ପଡ଼ିଆରେ ଶ୍ରଦ୍ଧାଳୁଙ୍କ ସମାଗମ ଭକ୍ତିମୟ ପରିବେଶ ସୃଷ୍ଟିକରିଥିଲା।ପଡ଼ିଆର ଲାଗିଥିବା ବିଭିନ୍ନ ଦୋକାନ ମେଳଣର ଶୋଭାବର୍ଦ୍ଧନ କରିଥିଲା।ମେଳଣ କମିଟିର ଉପଦେଷ୍ଟା ବିଶିଷ୍ଟ କବି ହୃଦାନନ୍ଦ ପାଣିଗ୍ରାହୀ,ଶିକ୍ଷାବିତ ପ୍ରସନ୍ନ ପାଢ଼ୀ, ନାଟ୍ୟକାର ଶଶୀକାନ୍ତ ମିଶ୍ର,ସମାଜସେବୀ ସୁରେଶ ଚନ୍ଦ୍ର ମହାନ୍ତି,ସଭାପତି ରଘୁନାଥ ମହାନ୍ତି,ସମ୍ପାଦକ ବିଚିତ୍ର ନାୟକ, ସହ ସମ୍ପାଦକ ଅଶ୍ୱନି ସଂକେତ ପାଢ଼ୀ,କୋଷାଧ୍ୟକ୍ଷ ଅରୁଣ କୁମାର ରାଉତ,ଧୀରେନ୍ଦ୍ର ପାଣିଗ୍ରାହୀ ,ମନୋଜ ପାଢ଼ୀ, ସୁଦୟା ପ୍ରସାଦ ପାଢ଼ୀ, କୃପାସିନ୍ଧୁ ପାଣିଗ୍ରାହୀ ପ୍ରମୁଖ ମେଳଣ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.