Home Top News ଝାଡଖଣ୍ଡ ସରକାରଙ୍କ ଓଡ଼ିଆ ଭାଷାକୁ ଉଚ୍ଛେଦ କରିବା ପାଇଁ ନେଇଥିବା ନିନ୍ଦନୀୟ ନିଷ୍ପତ୍ତି ଉପରେ ଝାଡଖଣ୍ଡ...

ଝାଡଖଣ୍ଡ ସରକାରଙ୍କ ଓଡ଼ିଆ ଭାଷାକୁ ଉଚ୍ଛେଦ କରିବା ପାଇଁ ନେଇଥିବା ନିନ୍ଦନୀୟ ନିଷ୍ପତ୍ତି ଉପରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯାଉ

69

ଭୁବନେଶ୍ୱର ୨୮-୯ (ଓଡ଼ିଆ ପୁଅ) ଝାଡଖଣ୍ଡ ସରକାରଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଚଳିତ ଶିକ୍ଷାବର୍ଷଠାରୁ ଓଡ଼ିଆ ଭାଷାକୁ ଉଚ୍ଛେଦ କରିବା ପାଇଁ ନେଇଥିବା ନିନ୍ଦନୀୟ ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରିବାପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହ ଶୀଘ୍ର ଆଲୋଚନା କରନ୍ତୁ ବୋଲି ବିଭିନ୍ନ ଶିକ୍ଷାବିତ୍‌ ମହଲରୁ ଦାବି ହେଉଛି।

ଝାଡଖଣ୍ଡ ରାଜ୍ୟର ଦ୍ଵିତୀୟ ରାଜ୍ୟଭାଷାର ମାନ୍ୟତା ମିଳିଥିଲେ ମଧ୍ୟ, ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ଓ ବ୍ୟବହାରକୁ ସମ୍ପୂର୍ଣ୍ଣ ଲୋପ କରିବା ପାଇଁ ଏହା ଏକ ଯୋଜନାବଦ୍ଧ ସରକାରୀ ତଥା ରାଜନୈତିକ ଚକ୍ରାନ୍ତ ବୋଲି ସନ୍ଦେହ ହେଉଛି ବୋଲି ଯୁବ ଓଡ଼ିଶା ତରଫରୁ କୁହାଯାଇଛି।

ଓଡ଼ିଶା ସରକାର ତୁରନ୍ତ ରାଜ୍ୟର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ସରକାରୀ ଦଳ ଦିନେ ଦୁଇ ଦିନ ମଧ୍ୟରେ ପ୍ରଥମେ ଝାଡଖଣ୍ଡ ରାଜ୍ୟର ଓଡ଼ିଆ ଭାଷାଭାଷୀ ସମସ୍ତ ଜିଲ୍ଲା ଗସ୍ତ କରି ବିଭିନ୍ନ ଓଡ଼ିଆ ଅନୁଷ୍ଠାନ ବା ସଂଗଠନ ଓ ଓଡ଼ିଆମାନଙ୍କର ନେତୃତ୍ୱ ନେଉଥିବା ଭାଇଭଉଣୀମାନଙ୍କୁ ଭେଟି ସେଠାରୁ ରାଜଧାନୀ ରାଞ୍ଚି ଯାଇ ସେଠାରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଏହି ଦୁର୍ଭାଗ୍ୟପୂର୍ଣ୍ଣ ନିଷ୍ପତ୍ତି ପ୍ରତ୍ୟାହାର କରାନ୍ତୁ ବୋଲି ମଧ୍ୟ ଓଡ଼ିଆ ଅନୁଷ୍ଠାନ ଦାବି କରିଛି।

ଓଡ଼ିଆ ଭାଷାକୁ ପଡ଼ୋଶୀ ରାଜ୍ୟରେ ଲୋପ କରିବା ପାଇଁ ଷଡଯନ୍ତ୍ର ଓଡ଼ିଶାର ସମସ୍ତ ୪ ଟି ପଡ଼ୋଶୀ ରାଜ୍ୟରେ ଦୀର୍ଘ ଦିନରୁ ଚାଲିଛି। ସୀମା ବିବାଦ ଓ ଭାଷା ବିବାଦ ସମ୍ପର୍କରେ ଆଲୋଚନା ପାଇଁ ଓଡ଼ିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି ମହୋଦୟ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ତୁରନ୍ତ ଡ଼ାକନ୍ତୁ ବୋଲି ଯୁବ ଓଡ଼ିଶା ସଭାପତି ତେଜେଶ୍ୱର ପରିଡ଼ା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.