Home ଅନୁଗୁଳ ଜୟ ଶ୍ରୀରାମ ସେବା ଟ୍ରଷ୍ଟ ପକ୍ଷରୁ ଅସହାୟ ଶିଶୁର ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା

ଜୟ ଶ୍ରୀରାମ ସେବା ଟ୍ରଷ୍ଟ ପକ୍ଷରୁ ଅସହାୟ ଶିଶୁର ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା

99

ଅନୁଗୋଳ,୧୮/୧୦(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୟ ଶ୍ରୀରାମ ସେବା ଟ୍ରଷ୍ଟ ପକ୍ଷରୁ ଜନୈକ ଅସହାୟ ଶିଶୁ କନ୍ୟାର ଚିକିତ୍ସା ନିମନ୍ତେ ସହାୟତା ପ୍ରଦାନ କରାଯାଇଛି । ଟ୍ରଷ୍ଟର ସଭାପତି ଇଂ ଗୀତିଶ ପ୍ରଧାନ ଶିଶୁ କନ୍ୟାର ଘରେ ପହଂଚି ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ,ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଟେଣ୍ଟୋଇହୋତା ଗ୍ରାମର ଶରତ ଚନ୍ଦ୍ର ନାୟକଙ୍କ ଝିଅ ସବିତାଙ୍କୁ ସେହି ଗ୍ରାମର ମୁନା ନାୟକ ବିବାହ କରିଥିଲେ । ବିବାହର ଏକ ବର୍ଷ ପରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ଜନ୍ମ ସମୟରେ ଶିଶୁ କନ୍ୟାର ଦୁଇ ଗୋଡ ଏକାଠି ଲାଗି ରହିଥିଲା । ଦୁର୍ଭାଗ୍ୟର ବିଷୟ ଜନ୍ମ ହେବାର ୩ ଦିନ ପରେ ଶିଶୁ କନ୍ୟାର ମାଆ ସବିତାଙ୍କର ଦେହାନ୍ତ ହୋଇଗଲା । ଏହାପରେ ଶିଶୁର ବାପା ମୁନା ନାୟକ କେଉଁ ଆଡେ ଫେରାର ହୋଇଗଲେ । ଫଳରେ ଶିଶୁର ଲାଳନପାଳନ କଲେ ତାଙ୍କ ଅଜା ଶରତ ନାୟକ ଓ ଆଇ ଉଜ୍ୱଳ ନାୟକ । ଅଜା ଓ ଆଇଙ୍କର ଆର୍ôଥକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ନାତୁଣୀର ଅସ୍ତ୍ରୋପଚାର ମଧ୍ୟ କରି ପାରୁ ନଥିଲେ । ତଥାପି ଗୋଡର ଚିକିତ୍ସା ପାଇଁ ଆଜିଯାଏ ଅନେକ ଗୁଡିଏ ଅର୍ଥ ଧାର କରଜ କରି ନୟାନ୍ତ ହେଲେଣି । ଶିଶୁ କନ୍ୟାର ଚିକିତ୍ସା ପାଇଁ ଅଜା ଓ ଆଇ ସରକାରଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହି ଖବର ପାଇ ଟ୍ରଷ୍ଟର ସଭାପତି ଇଂ ଗୀତିଶ ପ୍ରଧାନ ଶିଶୁର ଚିକିତ୍ସା ନିମନ୍ତେ ସହାୟତା କରିବା ପାଇଁ ଆଗେଇ ଆସିଥିଲେ । ସୂଚନାଯୋଗ୍ୟ, ସେବା ମନୋବୃତିକୁ ପାଥେୟ କରି ଜୟ ଶ୍ରୀରାମ ସେବା ଟ୍ରଷ୍ଟ ପକ୍ଷରୁ ସମାଜରେ ଅବହେଳିତ ଓ ଅସହାୟ ବ୍ୟକ୍ତି ବିଶେଷଙ୍କୁ ସହାୟତା ପାଇଁ ସର୍ବଦା ଆଗେଇ ଆସିଥିବା ଜଣାପଡିଛି । ଟ୍ରଷ୍ଟର ଏଭଳି ସେବାଜନିତ କାର୍ଯ୍ୟ ପାଇଁ ସମାଜର ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ପ୍ରଶଂସା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.