Home ଜିଲ୍ଲା ପରିକ୍ରମା ଜୟ ପ୍ରକାଶ ନାରାୟଣ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି

ଜୟ ପ୍ରକାଶ ନାରାୟଣ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି

21

ଭଦ୍ରକ, ୧୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବିଜୁ ଜନତା ଦଳ ଜିଲ୍ଲା କାର୍ଯ୍ୟାଳୟରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ଆପାତକାଳ ବିରୋଧୀ ସଂଗ୍ରାମର ଅଗ୍ରଣୀ ନେତା, ଭାରତରତ୍ନ ସ୍ୱର୍ଗତ ଜୟ ପ୍ରକାଶ ନାରାୟଣଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଅଛି। ଏହି ଅବସରରେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗଦେଇ ‘ସମ୍ପୂର୍ଣ୍ଣ କ୍ରାନ୍ତି’ ର ଆହ୍ୱାନ ଦେଇ ଛାତ୍ର ଆନ୍ଦୋଳନକୁ ଜନ ଆନ୍ଦୋଳନରେ ପରିଣତ କରିଥିବା ଜେପିଙ୍କ ଅବଦାନ ଭାରତୀୟ ଗଣତନ୍ତ୍ରର ଇତିହାସରେ ସଦା ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ, ଭଦ୍ରକ ବ୍ଲକ ସଭାପତି ପ୍ରଫୁଲ୍ଲ ନାୟକ, ଭଦ୍ରକ ବ୍ଲକ ବିଜୁ ମହିଳା ଜନତା ଦଳର ପୂର୍ବତନ ବ୍ଲକ ସଭାନେତ୍ରୀ ଦେବୀଦତା ମହାନ୍ତି, ଶ୍ରୀମତୀ ସୁଚିଶ୍ମିତା ସାହୁ, ଶ୍ରୀ ଦିଲ୍ଲୀପ ନାୟକ(ୱାର୍ଡ ନଂ ୫) ବିଶୁ ନାୟକ, ଅକ୍ଷୟ କୁମାର ମହାନ୍ତି, ଗଣେଶ ପଣ୍ଡା, ମୁକ୍ତିକାନ୍ତ ସାହୁ, ପଙ୍କଜ ବଳ, ଫରହାତ ଆଲମ୍ ଖାନ, ଅଧିବକ୍ତା ପୱନ ଶର୍ମା, ଚନ୍ଦ୍ରକାନ୍ତ ମହାପାତ୍ର, ରତ୍ନାକର ସାମଲ, ବିଶ୍ୱନାଥ ଉପାଧ୍ୟାୟ, ଦିଲ୍ଲୀପ ନାୟକ(ହରିପୁର), ଶଙ୍କର୍ଷଣ ପଣ୍ଡା, ଟୁଲୁ ପୁହାଣ, ଗୋପାଳ ଚନ୍ଦ୍ର ଦାସ, ରଘୁନାଥ ପଣ୍ଡା, ସୁଶାନ୍ତ ଚୌଧୁରୀ, ପ୍ରତାପ ମହାନ୍ତି, ଦାଶରଥି ମିଶ୍ର, ବସନ୍ତ ଜେନା, ଖଗେଶ୍ୱର ମିଶ୍ର ମେହେବୁ୍ୱ ଖାନ, ଗୋପୀନାଥ ନାୟକ, ହରିହର ଜେନା, ସୁବ୍ରତ କୁମାର ଦାସ, କୁମାର କେଶରୀ ନାୟକ, ପ୍ରିୟବ୍ରତ ନାୟକ, ବିକାଶ ଶ୍ରେଷ୍ଠା, ଆଶିଷ କୁମାର ମହାନ୍ତି, ସୌମେନ୍ଦ୍ର ସାହୁ, ନାସିରୁଦ୍ଧିନ ଖାନ, ଦେବାଶିଷ ଭାରତୀ, ଜିତନ ପଣ୍ଡା, ଗୁରୁଦୟାଲ ସାମଲ, କାମେଶ ବାରିକ ଙ୍କ ସହ ବରିଷ୍ଠ, ମହିଳା ଓ ଯୁବଛାତ୍ର ନେତୃମଣ୍ଡଳୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.