Home ଓଡ଼ିଶା ଜୟପୁର ସଦର ଥାନାର ହାଜତରେ ମୁଦଲାର ମୃତ୍ୟୁ

ଜୟପୁର ସଦର ଥାନାର ହାଜତରେ ମୁଦଲାର ମୃତ୍ୟୁ

79

ଜୟପୁର ୩୦ା୮ (ଓଡ଼ିଆ ପୁଅ/ପବନ ପାଣିଗ୍ରାହୀ) ପୋଲିସ ଡିଜିପି କୋରାପୁଟ ଜିଲା ଗସ୍ତର କରି ଜିଲା ପୋଲିସକୁ ପ୍ରଶଂସା କରି ଫରିବାର ୧୦ ଘଣ୍ଟା ପରେ ଜୟପୁର ସଦର ଥାନାରେ ହାଜତ ମୃତ୍ୟୁ ଘଟଣା ଘଟିଛି। ଜୟପୁର ସଦର ଥାନାର ହାଜତରେ ମୁଦଲାର ମୃତ୍ୟୁ ହୋଇଛି। ଗତ କାଲି ବିଳମ୍ବିତ ରାତ୍ରରେ ଏପରି ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣକ ହେଲେ ରାଜସ୍ଥାନର ଗୋପାଳ ରାମ (୪୪)। ମୃତ ଗୋପାଳର ଘର ରାଜସ୍ଥାନ ନାଗୋର ଜିଲାର କାଥୋଟି ନଗର ହୋଇଥିବା ବେଳେ ଶିବ କରଣଙ୍କ ପୁଅ ହେଛନ୍ତି ଗୋପାଳ ରାମ। ଏନେଇ ଆଜି ଜୟପୁର ଏସଡିପିଓ ବରୁଣ ଗୁଣ୍ଟପାଲ୍ଲି ସୂଚନା ଦେଇ କହିଛନ୍ତି। ସେ କହିଛନ୍ତିଯେ, ଗତକାଲି ବିଳମ୍ବିତ ରାତ୍ରରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଉମୁରି ନିକଟରେ ଏକ ଟ୍ରକ ଦେଖିଥିଲେ। ଟ୍ରକ ଡ୍ରାଇଭର ପୋଲିସକୁ ଦେଖି ଟ୍ରକ ଛାଡି ଚାଲି ଯାଇଥିଲା। ଏନେଇ ପୋଲିସ ଯାଞ୍ଚ କରିବା ପରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲେ। ଉକ୍ତ ଟ୍ରକକୁ ଆରଜେ୨୧ଜିଏ ୩୯୫୯ ଥାନା ଆଣି ଦେଖିବା ପରେ ଏକ ଆଧାର କାଡ ପାଇ ଥିଲେ। ସେହି ଆଧାର କାର୍ଡରେ ଗୋପାଳ ରାମ ନାମ ରହିଥିଲ। ପୁଣି ପୋଲିସ ଖୋଜା ଖୋଜ କରି ଡ୍ରାଇଭରକୁ ରାତ୍ର ୨ଟାରେ ଧରି ଥାନା କୁ ଆଣି ହାଜତରେ ରଥିଲେ ଓ ସେଣ୍ଟିକୁ ମଧ୍ୟ କଡା ନଜର ରଖିବା ପାଇଁ କୁହାଯାଇଥିଲା। କିନ୍ତୁ ଭୋର ସମୟରେ ବାଥରୁମରେ ବେଡସିଟକୁ ଦଉଡି ଆକାରରେ କରି ଆତ୍ମହତ୍ୟା ଉଦ୍ୟମ କରିଥିଲା ଗୋପାଳ ରାମୁ। ପରେ ସେଣ୍ଟ୍ରି ଦେଖି ପାଟି କରିବାରୁ ଗୋପାଳକୁ ଉଦ୍ଧାର କରି ଜିଲା ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଗୋପାଳକୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଘଟଣା ଘଟିବା ପରେ ଜୟପୁର ଏସଡିପିଓ ଗୁଣ୍ଟପାଲ୍ଲି, ବୋରିଗୁମ୍ମା ଏସଡିପିଓ ହରେକୃଷ୍ଣ ମାଝୀ, ସାଇଣ୍ଟିଫିକଟିମ ତଦନ୍ତ କରିଥିଲେ। ମାଜିଷ୍ଟେଟ ମଧ୍ୟ ତଦନ୍ତ କରିଛନ୍ତି। ଏନଏଚଆରସି ର ନିୟମ ଅନୁଯାୟୀ ତଦନ୍ତ କରାଯିବା ସହ ଜୁଡିସିଆଲ ତଦନ୍ତ ମଧ୍ୟ ହେବ ବୋଲି ଏସଡିପିଓ ଗୁଣ୍ଟପାଲ୍ଲି ସୂଚନା ଦେଇଛନ୍ତି। ମୃତ ଗୋପାଳର ପରିବାରକୁ ମଧ୍ୟ ସୂଚନା ଦିଆଯାଇଛି। ସେ ମାନେ ଆସିବା ପରେ ପିରବାର ଓ ମାଜଷ୍ଟେଟର ଉପସ୍ଥିତିରେ ଶବ ବ୍ୟବଛେଦ କରାଯିବ। ବର୍ତ୍ତମାନ ଏନେଇ ୨୩/୨୦ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଏହା ସହ ବିଭାଗୀୟ ତଦନ୍ତ ମଧ୍ୟ କରାଯିବ। ଗତ କାଲି ଗଞ୍ଜେଇ ଧରି ଗୋପାଳ ପାଡୁଆ ଠାରୁ ରାଜସ୍ଥାନ ଯାଉଥିଲେ। ଟ୍ରକରେ ୮ କ୍ୱିଇଣ୍ଟାଲ ୫ କେଜି ଗଞ୍ଜେଇ ରହିଥିଲା। ଯାହାର ଆନୁମାନିକ ମୁଳ୍ୟ ୪୫ ଲକ୍ଷ ହେବ। ଏନେଇ ୧୬୦/୨୦ ମାମଲା ମଧ୍ୟ ରୁଜୁ ହୋଇଛି। ପୋଲିସ ଡିଜି ଆସି କୋରାପୁଟ ଜିଲା ପୋଲିସକୁ ପ୍ରଶଂସା କରିବାର ୧୦ ଘଣ୍ଟା ପରେ ଏପରି ଘଟଣା ଜିଲାରେ ଘଟିଥିବା ବେଳେ ଉକ୍ତ ଘଟଣା ଜିଲାରେ ଚହଳ ସୃଷ୍ଟି କରିଛି। ଟ୍ରକରେ କଣ ଜଣେ ଡ୍ରାଇଭର ହିଁ ଥିଲା କି ବୋଲି ସାଧାରଣ ରେ ପ୍ରଶ୍ନ ଉଠିଛି। ରାତ୍ର ୨ଟାରେ ଗୋପାଳ କୁ କାବୁ କରାଯାଇଥିବା ବେଳେ ୩ ଘଣ୍ଟା ଭିତରେ ସେ କିପରି ଆତ୍ମହତ୍ୟା ଉଦ୍ୟମ କଲେ ତାହାକୁ ନେଇ ସନ୍ଦେହ ଘନିଭୁତ ହୋଇଛି। ଗୋପାଳ କୁ କଣ ନିର୍ଯାତନା ଦିଆଯାଇଥିବା ସନ୍ଦେହ ସୃଷ୍ଟି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.