Home ଜିଲ୍ଲା ପରିକ୍ରମା ଜୟପୁର ଶିଶୁ ମନ୍ଦିରରେ କଣ୍ଢେଇ ଦିବସ ପାଳନ ଓ ସଂକୁଳ ବୈଠକ

ଜୟପୁର ଶିଶୁ ମନ୍ଦିରରେ କଣ୍ଢେଇ ଦିବସ ପାଳନ ଓ ସଂକୁଳ ବୈଠକ

15

ଭଦ୍ରକ, ୨୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧୀନସ୍ଥ କୁବେରା ଗ୍ରାମ ପଂଚାୟତ ସ୍ଥିତ ଜୟପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଗଣେଶ ପ୍ରସାଦ ରାଉତଙ୍କ ଅଧ୍ୟକ୍ଷତାରେ କଣ୍ଢେଇ ଦିବସ ପାଳନ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଶିଶୁ ବାଟିକା ପ୍ରମୁଖ ପ୍ରତିଭା ରାଣୀ ସାହୁ ଓ ଗୁରୁମା ରଶ୍ମିତା ସାହୁ ଶିଶୁ ବାଟିକାର ଭାଇ ଭଉଣୀ ମାନଙ୍କୁ ନେଇ ଆୟୋଜନ କରିଥିବା ବେଳେ ଗୁରୁମା ପୂର୍ଣିମା ଖଟୁଆ,ରଶ୍ମିତା ନାୟକ ,ସେବତୀ ତ୍ରିପାଠୀ ଓ ଗୁରୁଜୀ ଦୀପ୍ତିକାନ୍ତ ଯେନା ଉପସ୍ଥିତ ରହି ସହଯୋଗ କରିଥିଲେ। ସେହିପରି ଦ୍ୱିତୀୟ ଅଧିବେଶନରେ ବାସୁଦେବପୁର ସଂକୁଳର ସଂକୁଳ ପ୍ରମୁଖ କିଶୋର କୁମାର ନାୟକଙ୍କ ପୌରହିତ୍‌ଯରେ ସଂକୁଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଭଦ୍ରକ ବିଭାଗ ନିରୀକ୍ଷକ ମାନନୀୟ ସୁବ୍ରତ କୁମାର ମୁଖାର୍ଜୀ ଯୋଗଦେଇ ମାର୍ଗଦର୍ଶନ କରିଥିବା ବେଳେ,ସଂକୁଳ ସଂଯୋଜକ ମଦନମୋହନ ମହାନ୍ତ ଅତିଥି ପରିଚୟ ପ୍ରଦାନ କରିଥିଲେ ।ପ୍ରଧାନ ଆଚାର୍ଯ୍ୟ ଶ୍ରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ସହ ସଂଯୋଜକ ମୃତ୍ୟୁଞ୍ଜୟ ନାୟକ, ପ୍ରଧାନ ଆଚାର୍ଯ୍ୟ ପ୍ରକାଶ କୁମାର ବେହେରା, ରବୀନ୍ଦ୍ର କୁମାର ନାୟକ, ରାଜେଶ କୁମାର ପରିଡା, ଦିବାକର ପରିଡା, ଆଦିକନ୍ଦ ମଲ୍ଲିକ ଓ ପ୍ରଧାନ ଆଚାର୍ଯ୍ୟା କୁହେଳିକା ପାତ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ଉପଦେଷ୍ଟା ଭରତ ଚରଣ ବାରିକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.