Home ଜିଲ୍ଲା ପରିକ୍ରମା ଜୟପୁର ଶିଶୁ ବିଦ୍ୟାମନ୍ଦିରରେ ଗୁରୁ ଦିବସ ପାଳିତ

ଜୟପୁର ଶିଶୁ ବିଦ୍ୟାମନ୍ଦିରରେ ଗୁରୁ ଦିବସ ପାଳିତ

5

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ କୁବେରା ପଂଚାୟତ ଅଧୀନ ଜୟପୁର ଶିଶୁ ବିଦ୍ୟାମନ୍ଦିରରେ ଶୁକ୍ରବାର ଗୁରୁଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଗଣେଶ ପ୍ରସାଦ ରାଉତଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବତନ ସମ୍ପାଦକ ତଥା ଅବସରପ୍ରାପ୍ତ ଶିକ୍ଷକ ଭରତ ଚରଣ ବାରିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗୁରୁ-ଶିଷ୍ୟ ସମ୍ପର୍କ ଉତମ ରହିଲେ ଶିକ୍ଷାର ବିକାଶ ହୋଇ ପାରିବ ବୋଲି କହିଥିଲେ। ବିଦ୍ୟାଳୟରଧ୍ରୁତିରେଖା ମିଶ୍ର, ସାଇସ୍ମୃତି ଦାସ, ଅଂଶୁମାନ ବାରିକ, ପରିପୂର୍ଣ୍ଣା ବାରିକ, ସ୍ମୃତିରେଖା ଜେନା ପ୍ରମୁଖ ଛାତ୍ରଛାତ୍ରୀ ଗୁରୁ ଦିବସ ଉପରେ ବକ୍ତବ୍ୟ ଦେଇଥିଲେ। ବିଦ୍ୟାଳୟର ଗୁରୁମା ପୂର୍ଣ୍ଣିମା ଖଟୁଆ, ରଶ୍ମିତା ନାୟକ, ପ୍ରତିଭାରାଣୀ ସାହୁ, ରଶ୍ମିତା ନାୟକ, ସେବତୀ ତ୍ରିପାଠୀ, ରଶ୍ମିତା ସାହୁ ଓ ଗୁରୁଜୀ ଦିପ୍ତୀକାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହିତ ତିହିଡ଼ି ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ପାଳିତ ହୋଇଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.