Home ଜିଲ୍ଲା ପରିକ୍ରମା ଜୟନଗର ୟୁନିୟନ ବ୍ୟାଙ୍କ ରୁ ୠଣ ନେଇ ପରିଶୋଧ ନକରିବାରୁ ସମ୍ପତି ବାଜ୍ୟାପ୍ତି

ଜୟନଗର ୟୁନିୟନ ବ୍ୟାଙ୍କ ରୁ ୠଣ ନେଇ ପରିଶୋଧ ନକରିବାରୁ ସମ୍ପତି ବାଜ୍ୟାପ୍ତି

18

ଭଦ୍ରକ, ୩୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜନଗର ୟୁନିୟନ ବ୍ୟାଙ୍କ ଶାଖା ରୁ ୠଣ ଆଣି ପରିଶୋଧ ନକରି ପାରିବାରୁ ଆଜି ଉକ୍ତ ବ୍ୟାଙ୍କର ମୁଖ୍ୟ ପରିଚାଳକ ଦିଲ୍ଲୀପ କୁମାର ଙ୍କ ଉପସ୍ଥିତି ରେ ସମ୍ପତି ଟିକୁ ଅନ୍ୟ ଏକ ଗ୍ରାହକ ଙ୍କୁ ହସ୍ତାନ୍ତର କରିଛନ୍ତି। ଚାନ୍ଦବାଲି ଅଂଚଳ ର ମୁକ୍ତିକାନ୍ତ ସାହୁ ଦିର୍ଘ ବର୍ଷ ହେବ ୠଣ ଆଣିଥିଲେ ହେଲେ ୠଣ ପରିଶୋଧ ର ଖିଲାପ କରିବାରୁ ୟୁନିୟନ ବ୍ୟାଙ୍କ ବାରମ୍ବାର ନୋଟିସ ପଠେଇ ଥିଲେ ମଧ୍ୟ ଶ୍ରୀ ସାହୁ ନୋଟିସ ର କୈାଣସି ଉତର ନଦେବାରୁ ୟୁନିୟନ ବ୍ୟାଙ୍କ ବାଲିଗାଁ ଛକ ନିକଟରେ ଥିବା ୧୪ ଡିସିମିଲ ଜାଗାକୁ ଅକ୍ସନ କରି ଅନ୍ୟ ଏକ ଗ୍ରାହକ କୁଳମଣୀ ସାହୁ ଙ୍କୁ ଆଜି ହସ୍ତାନ୍ତର କରିଥିବା ଜଣାପଡ଼ିଛି। ଏହି ଜାଗା ଟିକୁ ଅଂଶୁମାନ ଆସୋସିଏଟସ୍ ରିକଭରି ଏଣ୍ଡ ଏନଫୋର୍ସମେଂଟ ଏଜେନ୍ସି ବାଲିଗାଁ ଛକ ଚାନ୍ଦବାଲି ଥାନା ନିକଟରେ ଥିବା ପ୍ରୋପଟି ଯାହାର ମାଲିକ ମୁକ୍ତିକାନ୍ତ ସାହୁ,ଯେକି ଜୟନଗର ବ୍ରାଂଚରୁ ୧୫ ଲକ୍ଷ ଟଙ୍କା ଋଣ ନେଇଥିଲେ।ତାହା ପରିଶୋଧ ନକରିବାରୁ ବ୍ୟାଙ୍କ ବାରମ୍ବାର ନୋଟିସ ଜାରିକରିଥିଲେ।ପ୍ରଥମେ ୧୩(୨) ଏବଂ ୧୩(୪) ଦିଆଯାଇଥିଲା ଶ୍ରୀ ସାହୁ ତାର ଉତର ନଦେଲେ ୠଣ ପରିଶୋଧ ନକରିବାରୁ ମାନ୍ୟବର ସି.ଜେ.ଏମ.ଙ୍କ କୋର୍ଟଙ୍କ ଆଦେଶ ମୁତାବକ ବ୍ୟାଙ୍କ ଭଦ୍ରକ ଏସିପି ଙ୍କ ନିର୍ଦ୍ଦେଶ କ୍ରମେ ଚାନ୍ଦବାଲି ଥାନା ଆଇଆଇସି ପଂଚାନନ ମହାନ୍ତି ଓ ଅତିରିକ୍ତ ତହସିଲଦାର ଠାକୁର ଦାସଙ୍କ ମିଳିତ ଉପସ୍ଥିତ ରେ ମୁକ୍ତିକାନ୍ତ ସାହୁଙ୍କ ର ଉକ୍ତ ପ୍ରୋପଟିକୁ ବ୍ୟାଙ୍କ ନିଜ ଦଖଲରେ ନେଇ କୁଳମଣୀ ସାହୁଙ୍କୁ ହସ୍ତାନ୍ତର କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.