Home କେନ୍ଦୁଝର ଜୟଦୁର୍ଗା ସେବା ଟ୍ରଷ୍ଟ ପକ୍ଷରୁ ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ

ଜୟଦୁର୍ଗା ସେବା ଟ୍ରଷ୍ଟ ପକ୍ଷରୁ ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ

151

ହାଟଡ଼ିହି-୧୯/୪, ଜୟଦୁର୍ଗା ସେବାଟ୍ରଷ୍ଟ ର ଅଧ୍ୟକ୍ଷା ସୁରେଶ୍ୱରୀ ସାଗରିକା ଜେନା ଓ ମାନବାଧିକାର ସଦସ୍ୟ ବିଶ୍ୱରଞ୍ଜନ ପାଣିଗ୍ରାହୀ ହାଟଡିହି ବ୍ଲକର ଶିବନାରାୟଣପୁର, ସୁଲଣ, ଆବୁଲପୁରା, ଆଦି ଗ୍ରାମରେ ଗରିବ ଅସହାୟ ପରିବାର ଗୁଡିକୁ ମାସ୍କ ଓ ଶୁଖିଲା ଖାଦ୍ୟ, ସାବୁନ, ବିସ୍କୁଟ ଆଦି ବଣ୍ଟନ କରିଛନ୍ତି । କରୋନା ମହାମାରୀରୁ ରକ୍ଷା ପାଇବାପାଇଁ ସାମାଜିକ ଦୁରତା ଏକମାତ୍ର ମାଧ୍ୟମ ବୋଲି ଲୋକମାନଙ୍କୁ ସଚେତନ କରାଇ ଏହି କରୋନା ଲଢ଼େଇରେ ଆମର ବିଜୟ ସୁନିଶ୍ଚିତ ବୋଲି ଲୋକଙ୍କୁ ବୁଝାଇଥିଲେ । କିପରି ସାବୁନରେ ନିୟମିତ ହାତ ଧୋଇବ ସେନେଇ ବୁଝାଇଥିଲେ । ପରେ ଗଡଚଣ୍ଡୀ ପୀଠକୁ ଯାଇ ସେଠାରେ ଥିବା ମାଙ୍କଡ, କୁକୁର ଓ ଅନ୍ୟ ପଶୁପକ୍ଷୀ ମାନଙ୍କୁ ବିସ୍କୁଟ, ଫଳ, ବାଣ୍ଟିଥିଲେ । ତାଙ୍କ ସହିତ ଉମାକାନ୍ତ ରାଉତ, ରମେଶ ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପାଦାନ କରିଥିଲେ । ଚଳିତମାସ ବ୍ଲକର ବିଭିନ୍ନ ପଞ୍ଚାୟତରେ ଏହିପରି କାର୍ଯ୍ୟକ୍ରମ ମାନ ଆୟୋଜନ କରାଯିବ ବୋଲି ଜୟଦୁର୍ଗା ସେବା ଟ୍ରଷ୍ଟ ପକ୍ଷରୁ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରିକା ଜେନା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.