Home ଜିଲ୍ଲା ପରିକ୍ରମା ଜୟକିଷାନ ନୋଡାଲ ହାଇସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ

ଜୟକିଷାନ ନୋଡାଲ ହାଇସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ

8

ଭଦ୍ରକ, ୧୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଅର୍ଜୁନପୁର ପଂଚାୟତ ର ବାଲିପାଟଣା ସ୍ଥିତ ଜୟ କିଷାନ ନୋଡାଲ ହାଇସ୍କୁଲ ରେ ୨ ଦିନିଆ ବାର୍ଷିକ କ୍ରୀଡା ଉତ୍ସବ ଆରମ୍ଭ ହୋଇଛି ଶୁକ୍ରବାର ସକାଳ ୮ ଘଟିକା ସମୟରେ ବିଦ୍ୟାଳୟର କ୍ରୀଡା ଦାୟିତ୍ୱରେ ଥିବା ଶିକ୍ଷକ ସନ୍ତୋଷ କୁମାର ଦୁଆରୀ ଙ୍କ ନେତୃତ୍ୱରେ ଶତାଧିକ ଛାତ୍ରଛାତ୍ରୀ ବାଲିପାଟଣା ସ୍ଥିତ ବାବା ବାଲୁଙ୍କେଶ୍ୱର ମନ୍ଦିର ନିକଟରୁ ମଶାଲ ଶୋଭାଯାତ୍ରାରେ ଗାଁ ପରୀକ୍ରମା କରି ନିକଟସ୍ଥ ଖେଳ ପଡିଆରେ ପହଁଚି ଥିଲେ ପଡିଆରେ ଉପସ୍ଥିତ କ୍ରୀଡ଼ାବିତ ମାନେ ଏହାକୁ ସ୍ୱାଗତ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଜୟ କୁମାର ମିଶ୍ରଙ୍କ ସଭାପତିତ୍ୱ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଅର୍ଜୁନପୁର ଗ୍ରାମ ପଂଚାୟତର ସରପଂଚ ସରିତା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡା ପତାକା ଉତୋଳନ କରିବା ସହ କ୍ରୀଡ଼ା ମଣିଷକୁ ସୁସ୍ଥ ଶବଳ କରିବା, ନେତୃତ୍ୱ ନେବା ସହ କିପରି ଆତ୍ମ ବିଶ୍ୱାସ ବଢ଼ାଇବାରେ ସହାୟକ ହୁଏ ଛାତ୍ର ଛାତ୍ରୀ ମାନଙ୍କୁ କହିଥିଲେ । ସେହିପରି ପ୍ରକଳ୍ପ ସଂଯୋଜକ ଉଗ୍ରସେନ ବେହେରା, ଏସ ଏମ ସି ଚେୟାରମ୍ୟାନ ଆଲୋକ ପରିଡା, ପୂର୍ବତନ ଏସ. ଏମ ସି ଚେୟାରମ୍ୟାନ ଅକ୍ଷୟ ନାୟକ ପ୍ରମୁଖ ଉପସ୍ଥିତ ରହି ଛାତ୍ରାଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥଲେ ପରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ୧୦୦, ୨୦୦ ମିଟର ଦୌଡ଼ , ଳମ୍ବ ଡିଆଁ, ଉଚ୍ଚ ଡିଆଁ, ବେଲୁନ ଦୌଡ଼, ଅଖା ଦୌଡ଼, ଧୀର ସାଇକେଲ ଚାଳନା ଭଳି ଚିତାକର୍ଷକ ଖେଳ ଅତ୍ୟନ୍ତ ଉତ୍ସାହିତ ହୋଇଥଲା । ଏଥିରେ ୨୨ ଗୋଟି ବିଭାଗରେ ଖେଳ କରାଯାଇ ୧ମ, ୨ୟ, ୩ ୟ, ଭାବେ ୬୬ ଜଣ ପିଲାଙ୍କୁ ଚୟନ କରାଯାଇ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟ ର ଶିକ୍ଷକ ରାମସିଂ ଟୁଡୁ, ନିରୋଦ ନାୟକ, ଜୋତ୍ସନାରାଣୀ ନାୟକ, ବିଜୟ ଗୋଛାୟତ, ଗୌତମ ସେଠି, ପ୍ରେମଲତା ଦାସ, ବିକାଶ ସାମଲ , ଅନ୍ନପୂର୍ଣ୍ଣା ନାୟକ, ପ୍ରଦୀପ ଦାସ ପରିଚାଳନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.