Home Top News ଜ୍ଞାନବ୍ୟାପି ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ଆସନ୍ତା କାଲି ହେବ

ଜ୍ଞାନବ୍ୟାପି ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ଆସନ୍ତା କାଲି ହେବ

90

ନୂଆ ଦିଲ୍ଲୀ ୧୯-୫ (ଓଡ଼ିଆ ପୁଅ) ଜ୍ଞାନବ୍ୟାପି ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ଆସନ୍ତା କାଲି ହେବ। ଆସନ୍ତାକାଲି ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ ରଖାଯାଇଛି। ତଳ କୋର୍ଟକୁ ମଧ୍ୟ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟ ଗୁରୁବାର ଦିନ ବାରାଣାସୀର ଟ୍ରାଏଲ କୋର୍ଟକୁ ଜ୍ଞାନବ୍ୟାପି ମସଜିଦ ମାମଲାର ଶୁଣାଣି ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଜାରି ନକରିବାକୁ କହିଛନ୍ତି। ବାରାଣାସୀରେ ଜ୍ଞାନବ୍ୟାପି ମସଜିଦ ପରିଚାଳନା କରୁଥିବା ଅଞ୍ଜୁମାନ ଇଣ୍ଟେଜାମିଆ ମସଜିଦ ପରିଚାଳନା କମିଟିର ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି ଆରମ୍ଭ କରିଥିଲେ। ମଙ୍ଗଳବାରଦିନ ଅର୍ଥାତ୍ ପୂର୍ବ ଶୁଣାଣିରେ ବେଞ୍ଚ ଆବେଦନକାରୀ ହିନ୍ଦୁ ପକ୍ଷକୁ ନୋଟିସ ଜାରି କରିଥିଲେ ସୁପ୍ରିମ କୋର୍ଟ।

ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୁଡ଼ ଏବଂ ପିଏସ୍ ନରସିଂହଙ୍କୁ ନେଇ ଗଠିତ ବେଞ୍ଚ ଜ୍ଞାନବ୍ୟାପି ମସଜିଦ୍‌ ଭିତରେ ଥିବା ଉକ୍ତ ବିବାଦିତ ଅଞ୍ଚଳର ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଯେଉଁଠାରେ ସର୍ଭେରେ ‘ଶିବଲିଙ୍ଗ’ ମିଳିଚି ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.