Home କେନ୍ଦୁଝର ଜୋର ଜବରଦସ୍ତ ମାଛ ନେବାକୁ ନେଇ ଗଣ୍ଡଗୋଳ, ଦୁଇ ଅଟକ

ଜୋର ଜବରଦସ୍ତ ମାଛ ନେବାକୁ ନେଇ ଗଣ୍ଡଗୋଳ, ଦୁଇ ଅଟକ

162

ହାଟଡିହି-୨୭/୫, ହାଟଡିହି ବ୍ଲକ ଗେଡମା ପଞ୍ଚାୟତ ସାହାପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଜୋର ଜବରଦସ୍ତ ମାଛ ଆଦାୟକୁ ନେଇ ଗଣ୍ଡଗୋଳ ହେବାସହ ଗ୍ରାମବାସୀମାନେ ଦୁଇ ଯୁବକଙ୍କୁ ଅଟକ ରଖିଥିଲେ । ଆଜି ଏ ନେଇ ନନ୍ଦିପଦା ଥାନାରେ ଆପୋଷ ସମାଧାନ ହେବାସହ ଭବିଷ୍ୟତରେ ଏପରି ନକରିବାକୁ ଯୁବକମାନେ ଲିଖିତ ଭାବେ ପ୍ରତିଶୃତି ଦେଇଛନ୍ତି । ଖବରରୁ ଜଣାଯାିଛି ଯେ ଗତକାଲି ସାହାପୁର ଗ୍ରାମର ଏକ ପୋଖରୀରେ ମାଛ ଧରାଯାଉଥିଲା । ଜାଲୁଆମାନେ ମାଛଟାଣି ପୋଖରୀ ଭିତରେ ରଖିଥିବାବେଳେ ଦୁଇଜଣ ଗ୍ରାମର ଯୁବକ ଓ ଜାଲୁଆ ଜଗି ରହିଥିଲେ । ରାତି ୮ଟାବେଳେ ତେମଳା ଗ୍ରାମର ଜଣେ ଯୁବକ, ଷେଣ୍ଢତିରା ଗ୍ରାମର ଜଣେ ଯୁବକ ଓ ଆଇତିପୁର ଗ୍ରାମର ଯୁବକ ସେଠାରେ ପହଞ୍ଚି ଆମେ ପୁଲିସବାଲା ଆମକୁ ମାଛ ଦିଅ ବୋଲି ଧମକ ଦେଇଥିଲେ । କିନ୍ତୁ ଜାଲୁଆମାନେ ମାଛ ଦେବାକୁ ରାଜି ହୋଇ ନଥିଲେ । ଫଳରେ ସେମାନଙ୍କୁ ପିଟାମରା କରି ସେମାନଙ୍କ ନିକଟରୁ ୧୫୦୦ଟଙ୍କା ଲଚଟି ନେଇଥିଲେ । ଏହି ସମୟରେ ସାହାପୁର ଗ୍ରାମର ଯୁବକ ଦୁଇଜଣ ପହଞ୍ଚିବାରୁ ସେମାନଙ୍କ ସନ୍ଦେହ ହେବାରୁ ସେମାନେ ପାଟି କରି ଗାଁ ଲୋକଙ୍କୁ ଡାକିବା ସହ ଏମାନଙ୍କୁ ଧରିବାକୁ ଚେଷ୍ଟା କରିôତଲେ । ଗାଁ ଲୋକେ ପହଞ୍ଚି ଯିବାରୁ ତେମଳା ଗ୍ରାମର ଓ ଆଇତିପୁର ଗ୍ରାମର ଯୁବକ ଦୁଇଜଣ ଦୌଡି ପଳାଇବାରେ ସକ୍ଷମ ହୋଇଥିବାବେଳେ ଷେଣ୍ଢତିରା ଗ୍ରାମର ଯୁବକ ଜଣକୁ ଗାଁ ଲୋକେ କାବୁକରି ଅଟକ ରଖିଥିଲେ । ପରେ ଜଳସରପୁର ଗ୍ରାମରୁ ଆଇତିପୁର ଗ୍ରାମର ଯୁବକକୁ ଧରିଥିଲେ । ଉଭୟଙ୍କୁ ଅଟକ ରଖି ପୁଲିକୁ ଜଣାଇବାପରେ ପୁଲିସ ପହଞ୍ଚି ବା ସହ ଅଟକ ଯୁବକ ମାନଙ୍କ ପରିବାର ଲୋକେ ପହଞ୍ଚି ସେମାନେ ନିଶାଶକ୍ତ ହୋଇ ଏପରି କରିଥିବାରୁ ନିଜ ନିଜର ଭୂଲ ସ୍ୱୀକାର କରି କ୍ଷମାପ୍ରାର୍ଥନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.