Home ଅପରାଧ ଜେଲ୍‌ରେ ଥିବା ଅଭିଯୁକ୍ତ ନାମରେ ପୁଣି ମାମଲା କରି ଏଏସଆଇ ନିଲମ୍ବିତ

ଜେଲ୍‌ରେ ଥିବା ଅଭିଯୁକ୍ତ ନାମରେ ପୁଣି ମାମଲା କରି ଏଏସଆଇ ନିଲମ୍ବିତ

487

ବାଲେଶ୍ୱର୫ା୧୨(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବାଲେଶ୍ୱର ଜିଲ୍ଲା ସୋର  କିଛି ଅଧିକାରୀଙ୍କ କଳା କାରନାମା ଲୋକଲୋଚନକୁ ଆସିବା ଦେଖିବାକୁ ମିଳିଛି । ଏକ ମାମଲାରେ ଜଣେ ଅଭିଯୁକ୍ତ ଜେଲ୍‌ରେ ଥିବାବେଳେ ତାକୁ ଆଉଏକ ମାମଲାରେ ଗିରଫ କରିବା ଘଟଣାରେ ଜଣେ ଏ.ଏସ.ଆଇଙ୍କୁ ନିଲମ୍ବିନ କରାଯିବା ପରେ ସୋର ଥାନାରେ ଲୋକମାନଙ୍କୁ କିପରି ନ୍ୟାୟ ମିଳିଛି ତାକୁ ନେଇ ଚର୍ଚ୍ଚା ଯୋର ହେଉଛି । ଜନ ସାଧାରଣ ଉଚିତ ନ୍ୟାୟ ପାଇବା ପାଇଁ ରାଜ୍ୟ ସରକାର ମୋ ସରକାର ଜରିଆରେ ପୁଲିସ ବାବୁଙ୍କୁ ସ୍ବଚ୍ଛ ଶାସନର ପାଠ ପଢାଉଛନ୍ତି। ହେଲେ ସୋର ପୁଲିସ ତାର କ୍ଷମତାର ଅପବ୍ୟବହାର କରି ନିଜ ଔଦ୍ଧତ୍ୟର ପରିଚୟ ଦେଇଛି। ପୁଲିସ ଜଣେ ବିଚାରାଧୀନ କଏଦୀଙ୍କ ନାଁରେ ମିଛ ମାମଲା ରୁଜୁ କରି ତାଙ୍କୁ ଫସାଇବାକୁ ଚେଷ୍ଟା କରିଛି। କଏଦୀ ଜଣକ ଜେଲରେ ଥିବା ବେଳେ ତାଙ୍କ ନାମରେ ଚୋରି ମାମଲା ରୁଜୁ କରିଛି ପୁଲିସ। ଯେଉଁଦିନ ଚୋରି ଘଟଣା ଘଟିଛି ସେଦିନ କଏଦୀ ଜଣକ ଜେଲରେ ଥିଲାବେଳେ ପୁଲିସ ତାଙ୍କ ନାଁକୁ କିପରି ମାମଲାରେ ଯୋଡ଼ିଛି ତାହାକୁ ନେଇ ସାଧାରଣରେ ଆଶ୍ଚର‌୍ୟ୍ୟ ପ୍ରକାଶ ପାଇଛି।ବାଲେଶ୍ବର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଚିନ୍ତାମଣିପଦା ଗ୍ରାମର ଅର୍ଜୁନ ନାୟକଙ୍କ ପୁଅ ରଞ୍ଜିତ ନାୟକ(୨୦)ଙ୍କୁ ଏକ ମାମଲାରେ ଜାନୁୟାରୀ ୧ତାରିଖରେ ଖଇରା ଥାନା ପୁଲିସ ଗରିଫ କରି ସୋର କୋର୍ଟ ଚାଲାଣ କରିଥିଲା। ମାର୍ଚ୍ଚ ମାସରେ ସେ ଜାମିନ ଆବେଦନ କରିଥିଲେ। ମେ ୩୦ରେ ହାଇକୋର୍ଟରୁ ତାଙ୍କୁ ଜାମିନ ମିଳିଥିଲା। ପରେ ସେ ଅଗଷ୍ଟ ୨ରେ ଜେଲରୁ ମୁକୁଳିଥିଲେ।କିନ୍ତୁ ମେ ମାସ ୨୩ ତାରିଖରେ ସୋର ଥାନା ଅଧୀନ ୧୬ନଂ ଜାତୀୟ ରାଜପଥର ବିଦୁ ଛକ ନିକଟରେ ଜଣେ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟ୍ ହୋଇଥିଲା। ଦୁର୍ବୃତ୍ତ ମାନେ ଟଙ୍କା ବ୍ୟାଗ୍ ଛଡାଇ  ଫେରାର ହୋଇଯାଇଥିଲେ ବେଲି ସୋର ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ସୋର ପୁଲିସ ସେହି ଦିନ ଅର୍ଥାତ୍ ମେ ୨୩ରେ ଏକ ମାମଲା ରୁଜୁ କରିଥିଲା। ଏହି ମାମଲାରେ ପୁଲିସ ରଞ୍ଜିତଙ୍କ ନାଁକୁ ଯୋଡ଼ିଥିଲା। ପରେ ଅକ୍ଟୋବର ୧ରେ ପୁଲିସ ଏହି ମାମଲାରେ ଜାମିନରେ ଆସିଥିବା ରଞ୍ଜିତଙ୍କୁ ପୁଣି ଥରେ ଗିରଫ କରି କୋର୍ଟ ଚାଲାଣ କରିଛି।ତେବେ ବିଦୁ ଛକ ନିକଟରେ ଲୁଟ୍ ହେବା ସମୟରେ ରଞ୍ଜିତ ବିଚାରାଧୀନ କଏଦୀ ଭାବେ ସୋର ଜେଲରେ ଥିଲା। ସେ କିଭଳି ଏହି ଲୁଟରେ ସଂପୃକ୍ତ ଥିଲେ ଏହାକୁ ନେଇ ଏବେ ବଡ ପ୍ରଶ୍ନ ସୃଷ୍ଟି ହୋଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ପୁଲିସ ନିଜ କ୍ଷମତାର ଅପବ୍ୟବହାର କରି ପ୍ରକୃତ ଅଭିଯୁକ୍ତକୁ ଖସାଇବା ଲାଗି ଅନ୍ୟ ଜଣଙ୍କ ମୁଣ୍ଡରେ ଦୋଷ ଲଦିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.