Home ଅପରାଧ ଜେଲରେ କଏଦୀକୁ ମାଡ଼ ହୋଇଥିବା ଅଭିଯୋଗ

ଜେଲରେ କଏଦୀକୁ ମାଡ଼ ହୋଇଥିବା ଅଭିଯୋଗ

160

ପୁରୀ,୨୬/୧୦,(ଓଡ଼ିଆ ପୁଅ ପି ନାୟକ): ଆଜି ପୁରୀ ଜେଲ୍‌ରେ ଜଣେ ବିଚାରଧୀନ କଏଦୀ ଉପରେ ଆକ୍ରମଣ ହୋଇଛି । ଗୁରୁତର କଏଦୀ ହେଲେ ବାସେଳୀ ସାହି ଥାନା ଅନ୍ତର୍ଗତ ଗୋଖା ସାହିର ବିଜୟ କୁମାର ଵେହେରା ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ସୂଚନା ଅନୁସାରେ, ପୂର୍ବରୁ ଜଣେ ଦୋକାନୀଙ୍କ ସହ ପାଟିତୁଣ୍ଡ ଘଟଣାରେ ଜେଲ୍ ଯାଇଥିଲେ ବିଜୟ । ପରେ ବିଜୟକୁ ଗତ ୨୩ ତାରିଖ ପୂର୍ବାହ୍ନରେ ଜାମିନ୍ ମିଳିଥିଲା । ଏହି ଜାମିନ୍ ସମ୍ପର୍କରେ ପରିବାର ଲୋକଙ୍କ ସହ କଥା ହେବାକୁ ସେ ଜେଲ୍‌ ଓ୍ୱାର୍ଡେନ୍‌ଙ୍କ ପାଖକୁ ଯାଇଥିଲେ । ଫୋନ୍ କଲ୍ ପାଇଁ ପ୍ରତି ମିନିଟକୁ ୧୦୦ଟଙ୍କା ମଗାଯାଇଥିଲା । ତେବେ ଟଙ୍କା ନାହିଁ କହିବାରୁ ୩ଜଣ ଓ୍ୱାର୍ଡେନ୍‌ ତାଙ୍କୁ ନିସ୍ତୁକ ପିଟିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.