Home ଜିଲ୍ଲା ପରିକ୍ରମା ଜେକେକେଏସ୍ ସରକାରୀ ହାଇସ୍କୁଲର କନିଷ୍ଠ ସହାୟକ ଓ ବରିଷ୍ଠ ଶିକ୍ଷକଙ୍କ ବିବାଦ, କାର୍ଯ୍ୟାନୁଷ୍ଠାନ ପାଇଁ ଦାବି...

ଜେକେକେଏସ୍ ସରକାରୀ ହାଇସ୍କୁଲର କନିଷ୍ଠ ସହାୟକ ଓ ବରିଷ୍ଠ ଶିକ୍ଷକଙ୍କ ବିବାଦ, କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲା ଜିଲା ମିଳିତ ଅମଲା ମଂଚ

36

ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ଜେକେକେଏସ୍ ସରକାରୀ ହାଇସ୍କୁଲର କନିଷ୍ଠ ସହାୟକକୁ ସହକାରୀ ଶିକ୍ଷକ ଅପମାନିତ କରିଥିବା ନେଇ ଜିଲାସ୍ତରୀୟ ମିଳିତ ଅମଲା ମଂଚ ତରଫରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ମିଳିତ ଅମଲା ମଂଚ ପକ୍ଷରୁ ଏହି ଦାବିପତ୍ରରେ ଅଭିଯୋଗ କରାଯାଇଛି ଗତ ତା ୪.୭.୨୩ ରିଖରେ ଜେକେକେଏସ୍ ସରକାରୀ ହାଇସ୍କୁଲ ପଦ୍ମପୁରର ପ୍ରଧାନ ଶିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ସେହି ବିଦ୍ୟାଳୟର କନିଷ୍ଠ ସହାୟକ ୯ମ ଶ୍ରେଣୀ ଗୃହକୁ ଯାଇଥିଲେ । ୯ମ ଶ୍ରେଣୀରେ ପାଠ ପଢାଉଥିବା ବରିଷ୍ଠ ଶିକ୍ଷକଙ୍କୁ ପ୍ରଧାନଶିକ୍ଷକଙ୍କ ଦ୍ୱାରା ପ୍ରେରିତ ଏକ ନୋଟିସ୍‌କୁ ଦେବା ପାଇଁ ଯାଇଥିଲେ । ସେ ତାଙ୍କୁ କନିଷ୍ଠ ସହାୟକ ଜଣକ ଏହି ନୋଟିସ୍‌କୁ ଗ୍ରହଣ କରିବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ବରିଷ୍ଠ ଶିକ୍ଷକ ଜଣକ କନିଷ୍ଠ ସହାୟକଙ୍କୁ ଛାତ୍ରଛାତ୍ରୀଙ୍କ ସାମ୍ନାରେ ଏକ ଚାପୁଡା ମାରିଥିବାର ଅଭିଯୋଗ ହୋଇଛି । ଏହି ଘଟଣା ବିଷୟରେ କନିଷ୍ଠ ସହାୟକ ଚନ୍ଦ୍ରକାନ୍ତ ପାଣିଗ୍ରାହୀ ପ୍ରଧାନଶିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାବ୍ୟତୀତ ବାସୁଦେବପୁର ଥାନାରେ ତାଙ୍କ ବିରୁଦ୍ଧରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଭିତ୍ତିକରି ଗତ ୧୧ ତାରିଖରେ ଏକ ମାମଲା (କେଶ୍ ନଂ ୦୪୦୦) ଦାଏର ହୋଇଥିଲା । ପରବର୍ତ୍ତୀ ସମୟରେ ପ୍ରଧାନ ଶିକ୍ଷକ ଏହି ଘଟଣା ସଂପର୍କରେ ଜିଲା ଶିକ୍ଷାଧିକାରୀଙ୍କୁ ଗତ ୧୦ ତାରିଖରେ ଚିଠି ନଂ ୬୭ ମୂଳେ ଅବଗତ କରାଇଥିଲେ । କିନ୍ତୁ ଏକ ସପ୍ତାହ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଯାହାଫଳରେ କନିଷ୍ଠ ସହାୟକ ଜଣକ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି । ଅମଲା ମଂଚର ଅଧ୍ୟକ୍ଷ ଉଦୟ ନାରାୟଣ ପଣ୍ଡା, ଆବାହକ ହେମନ୍ତ କୁମାର ପ୍ରଧାନ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.