Home ଓଡ଼ିଶା ଜେଇଇ ପରୀକ୍ଷା ପାଇଁ ଆଡ଼ମିଟ୍‍ କାର୍ଡ଼ ହେବ ନାକା ପାସ୍‍ : ଜିଲାପାଳ

ଜେଇଇ ପରୀକ୍ଷା ପାଇଁ ଆଡ଼ମିଟ୍‍ କାର୍ଡ଼ ହେବ ନାକା ପାସ୍‍ : ଜିଲାପାଳ

124

କନ୍ଧମାଳ ୨୮-୮ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ସେପ୍ଟମ୍ବର ୨ ତାରିଖରୁ ଆରମ୍ଭ ହେଉଥିବା ଜେଇଇ ପରୀକ୍ଷା ପାଇଁ ସମଗ୍ର ଜିଲାରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଚିନ୍ତାରେ ପଡ଼ିଛନ୍ତି। ଗୋଟିଏ ପଟେ ବସ୍‍ ଚଳାଚଳ ସଂପୂର୍ଣ୍ଣଭାବେ ବନ୍ଦ ଥିବା ବେଳେ ଛାତ୍ରଛାତ୍ରୀମାନେ କିଭଳି ଭାବେ ଯାଇ ପରୀକ୍ଷାଦେବେ ସେ ଚିନ୍ତାରେ ରହିଛନ୍ତି। ଅନ୍ୟପକ୍ଷରେ କେତେକ ଗାଡ଼ିଭଡ଼ା କରି ଯିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବହୁ ଗରୀବ ଓ ମେଧାବି ଛାତ୍ରଛାତ୍ରୀମାନେ ବର୍ତ୍ତମାନ ପରିସ୍ଥିତିରେ ଅର୍ଥର ଅଭାବ ଯୋଗୁଁ ଅନେକ ଆଶା ଛାଡ଼ିସାରିଲେଣି। ଅନ୍ୟପକ୍ଷରେ କରୋନା କଟକଣା ପାଇଁ କନ୍ଧମାଳ ଜିଲାର ୭ଟି ପ୍ରବେଶ ପଥରେ ବର୍ତ୍ତମାନ ପର‌୍ୟ୍ୟନ୍ତ  ନାକାପୋଷ୍ଟ କରାଯାଇଛି। ଫଳରେ ବିନା ପାସରେ ଯାତାୟତ ଏକ ପ୍ରକାର ଅସମ୍ଭବ ହୋଇପଡ଼ିଛି। ଏନେଇ ଶୁକ୍ରବାର  କେତେକ ଛାତ୍ର ସଂଗଠନ ପକ୍ଷରୁ ଜିଲାପାଳଙ୍କୁ ଟୁଇଟ୍‍ କରି ଜଣାଇବାପରେ ଜିଲାପାଳ ଏନେଇ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ନିର୍ଦ୍ଦେଶ ପ୍ରକାରେ, ଯେଉଁ ଛାତ୍ରଛାତ୍ରୀମାନେ ଜେଇଇ ପରୀକ୍ଷା ପାଇଁ ଯେଉଁ ଆଡ଼ମିଟ୍‍ କାର୍ଡ଼ ପାଇଛନ୍ତି ତାହାକୁ ନାକାପୋଷ୍ଟରେ ଦେଖାଇବାକୁ ଅନୁରୋଧ କରିବା ସହିତ ତାହାହିଁ ପାସ ବୋଲି ମଧ୍ୟ ସୂଚନା ଦିଆଯାଇଛି। ଜେଇ ପରୀକ୍ଷା ପାଇଁ ଅନ୍ୟ ପାସ ଆବଶ୍ୟକ ନାହିଁ ବୋଲି ମଧ୍ୟ ଜିଲାପାଳ ଟୁଇଟ୍‍ ମାଧ୍ୟମରେ ଜଣାଇବା ସହିତ ଆବଶ୍ୟକ ସ୍ଥଳେ ଜିଲା ଜରୁରୀକାଳିନ କାର‌୍ୟ୍ୟାଳୟ ମୋବାଇଲ ନଂ. ୮୨୪୯୨୨୬୮୪୭ ସହିତ ଯୋଗାଯୋଗ ପାଇଁ ଅନୁରୋଧ  କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.