Home ଓଡ଼ିଶା ଜେଇଇ ଆଡଭାନ୍ସ ପ୍ରବେଶିକା ପରୀକ୍ଷା ଫଳ- ଅନୁସୂଚିତ ଜାତି ବର୍ଗରେ ଭୁବନେଶ୍ୱରର ସମ୍ବିତ ବେହେରା ସର୍ବଭାରତୀୟ...

ଜେଇଇ ଆଡଭାନ୍ସ ପ୍ରବେଶିକା ପରୀକ୍ଷା ଫଳ- ଅନୁସୂଚିତ ଜାତି ବର୍ଗରେ ଭୁବନେଶ୍ୱରର ସମ୍ବିତ ବେହେରା ସର୍ବଭାରତୀୟ ଟପ୍ପର

458

– ଛାତ୍ରଙ୍କ ମଧ୍ୟରେ ମହାରାଷ୍ଟ୍ର ବଲାରପୁରର କାର୍ତିକେୟ ଗୁପ୍ତା ଏବଂ ଛାତ୍ରୀଙ୍କ ମଧ୍ୟରେ ଅହମ୍ମଦାବାଦର ଶବନମ ସହାୟଙ୍କୁ ଶୀର୍ଷ ର୍ୟାଙ୍କ

ନୂଆ ଦିଲ୍ଲୀ ୧୪-୬ (ଓଡ଼ିଆ ପୁଅ) ଆଜି ଜେଇଇ ଆଡଭାନ୍ସ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇଛି। ସର୍ବଭାରତୀୟସ୍ତରରେ ଚଳିତ ବର୍ଷ ଜେଇଇ ଆଡଭାନ୍ସର ପ୍ରଥମ ଏବଂ ଦ୍ୱିତୀୟ ପେପରରେ ମୋଟ ୧୬୧୩୧୯ ଜଣ ପ୍ରାର୍ଥୀ ପରୀକ୍ଷା ଦେଇଥିବା ବେଳେ ଏମାନଙ୍କ ମଧ୍ୟରୁ ୩୮୭୦୫ ଜଣ କୃତକାର୍ଯ୍ୟ ହୋଇଛନ୍ତି। କୃତକାର୍ଯ୍ୟ ହୋଇଥିବା ପିଲାମାନଙ୍କ ମଧ୍ୟରେ ୫୩୫୬ ଜଣ ଛାତ୍ରୀ ରହିଛନ୍ତି। ସେହିପରି କୃତକାର୍ଯ୍ୟ ହୋଇଥିବା ଛାତ୍ରଙ୍କ ସଂଖ୍ୟା ୫୩୫୬ ରହିଛି। ସାଧାରଣ ବର୍ଗରେ ୧୫୫୬୬, ସାଧାରଣ ଆର୍ଥିକ ଦୁର୍ବଳ ବର୍ଗରେ ୩୬୩୬, ଓବିସି ବର୍ଗରେ ୭୬୫୧ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ବେଳେ ଏସସି ବର୍ଗରେ ୮୭୫୮ ଏବଂ ଏସଟି ବର୍ଗରେ ୩୦୯୪ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଅନୁସୂଚିତ ଜାତି (ଏସସି) ବର୍ଗରେ ଭୁବନେଶ୍ୱରର ସମ୍ବିତ ବେହେରା ସର୍ବଭାରତୀୟ ସ୍ତରରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି।

ମହାରାଷ୍ଟ୍ର ବଲାରପୁରର କାର୍ତିକେୟ ଚନେ୍ଦ୍ରଶ ଗୁପ୍ତା ସାମଗ୍ରୀକ ଭାବେ ଶୀର୍ଷ ର୍ୟାଙ୍କ ହାସଲ କରିଛନ୍ତି। ସେ ମୋଟ ୩୭୨ ମାର୍କରୁ ୩୪୬ ମାର୍କ ପାଇଛନ୍ତି। ଅନ୍ୟପକ୍ଷରେ ଗୁଜରାଟ ଅହମ୍ମଦାବାଦର ଶବନମ ସହାୟ ଛାତ୍ରୀଙ୍କ ମଧ୍ୟରେ ଶୀର୍ଷ ର୍ୟାଙ୍କ ପାଇଛନ୍ତି। ସେ ସାମଗ୍ରୀକ ଭାବେ ଦଶମ ର୍ୟାଙ୍କ ସହିତ ମୋଟ ୩୭୨ ମାର୍କ ମଧ୍ୟରୁ ୩୦୮ ମାର୍କ ପାଇଛନ୍ତି। ସର୍ବଭାରତୀୟସ୍ତରରେ ଛାତ୍ରଙ୍କ ମଧ୍ୟରେ କାର୍ତିକେୟଙ୍କ ପରେ ଶୀର୍ଷ ୪ଟି ର୍ୟାଙ୍କରେ ଥିବା ଛାତ୍ରମାନେ ହେଲେ ଆହ୍ଲାବାଦର ହିମାଂଶୁ ଗୌରବ ସିଂ, ନୂଆଦିଲ୍ଲୀର ଅର୍ଚ୍ଚିତ ବୁବନା, ତେଲଙ୍ଗାନା ମାଧପୁରର ଗିଲେଲା କାର୍ତିକେୟ, ବାଟ୍ଟେପଟି କାର୍ତିକେୟ।

ଛାତ୍ରୀଙ୍କ ମଧ୍ୟରେ ଶୀର୍ଷ ର୍ୟାଙ୍କ ପାଇଥିବା ଶବନମ ସହାୟ (୧୦ମ ର୍ୟାଙ୍କ)ଙ୍କ ପରେ ତେଲଙ୍ଗାନା ମାଧପୁରର ସୁରପାନେନି ସାଇ ବିଘ୍ନା(୪୪ତମ ର୍ୟାଙ୍କ), ମୁମ୍ବାଇର ତୁଲିପ ପାଣ୍ଡେ(୭୯ ର୍ୟାଙ୍କ), ଆନ୍ଧ୍ର ପ୍ରଦେଶ ବିଜୟୱାଡ଼ାର ଇଲିନ୍ଦ୍ରା ସାଇ ଲକ୍ଷ୍ମୀ ଶ୍ରେୟା (୧୫୬ତମ ର୍ୟାଙ୍କ), ପାଲତୀ ରାମ୍ୟାଶ୍ରୀ (୧୯୯ତମ ର୍ୟାଙ୍କ) ସହିତ ଶୀର୍ଷ ୫ଟି ସ୍ଥାନରେ ରହିଛନ୍ତି।

ଆଇଆଇଟି ବମ୍ବେ ଜୋନରେ କାର୍ତିକେୟ ଚନେ୍ଦ୍ରଶ ଗୁପ୍ତା ଶୀର୍ଷରେ ଥିବା ବେଳେ ଆଇଆଇଟି ଦିଲ୍ଲୀ ଜୋନରେ ହିମାଂଶୁ ଗୌରବ ସିଂ (ଦ୍ୱିତୀୟ ର୍ୟାଙ୍କ), ଆଇଆଇଟି ଗୌହାଟø ଜୋନରେ ପ୍ରଦୀପ୍ତ ପରାଗ ବୋରା (୨୮ତମ ର୍ୟାଙ୍କ), ଆଇଆଇଟି କାନପୁର ଜୋନରେ ଧ୍ରୁବ ଆରୋରା (୨୪ତମ ର୍ୟାଙ୍କ), ଆଇଆଇଟି ଖଡ଼ଗପୁର ଜୋନରେ ଗୁଡିପତି ଅନିକେତ (୨୯ତମ ର୍ୟାଙ୍କ), ଆଇଆଇଟି ହାଇଦ୍ରାବାଦ ଜୋନରେ ଗିଲେଲ୍ଲା ଆକାଶ ରେଡ୍ଡୀ (ଚତୁର୍ଥ ର୍ୟାଙ୍କ), ଆଇଆଇଟି ରୁରକୀ ଜୋନରେ ଜୟେଶ ସିଙ୍ଗଲା (୧୭ତମ ର୍ୟାଙ୍କ) ଶୀର୍ଷ ର୍ୟାଙ୍କ ହାସଲ କରିଛନ୍ତି।

ସର୍ବଭାରତୀୟ ସ୍ତରରେ ସାଧାରଣବର୍ଗରେ ଶୀର୍ଷ ତିନୋଟି ସ୍ଥାନରେ ଅଛନ୍ତି କାର୍ତିକେୟ ଚନେ୍ଦ୍ରଶ ଗୁପ୍ତା, ହିମାଂଶୁ ଗୌରବ ସିଂ ଏବଂ ଅର୍ଚ୍ଚିତ ବୁବନା। ଅନ୍ୟପକ୍ଷରେ ସାଧାରଣ ଆର୍ଥିକ ଦୁର୍ବଳ ବର୍ଗରେ ତେଲଙ୍ଗାନା ମାଧପୁରର ଡି. ଚନ୍ଦ୍ରଶେଖର ଏସଏସ ହିତହବ୍ୟ, ଓବିସି ବର୍ଗରେ ଆହ୍ଲାବାଦର ହିମାଂଶୁ ଗୌରବ ସିଂ, ଅନୁସୂଚିତ ଜନଜାତି ବର୍ଗରେ ଜୟପୁରର ପୀୟୂଷ ରାଜ, ଦିବ୍ୟାଙ୍ଗ ବର୍ଗରେ ସତନାର ସୁମିତ ଜୈନ, ସାଧାରଣ-ଆର୍ଥିକ ଦୁର୍ବଳ-ଦିବ୍ୟାଙ୍ଗ ବର୍ଗରେ ଗାନ୍ଧୀନଗରର ଦାସାରୀ ରାଜେଶ, ଓବିସି-ଦିବ୍ୟାଙ୍ଗ ବର୍ଗରେ ନାଗପୁରର ବେଦାନ୍ତ ଦୀପକ ବୋର୍କୁଟେ, ଅନୁସୂଚିତ ଜାତି ଦିବ୍ୟାଙ୍ଗ ବର୍ଗରେ କାନପୁରର ଆର୍ଯ୍ୟାନ କୁମାର, ଅନୁସୂଚିତ ଜନଜାତି ଦିବ୍ୟାଙ୍ଗ ବର୍ଗରେ କୋଟାର ଧନଞ୍ଜୟ ସପାୱତ ଶୀର୍ଷ ର୍ୟାଙ୍କ ହାସଲ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.