Home ଜିଲ୍ଲା ପରିକ୍ରମା ଜୁଲାଇ, ୯ ସର୍ବଭାରତୀୟ ସାଧାରଣ ଧର୍ମଘଟକୁ ଭଦ୍ରକ ଜିଲ୍ଲାରେ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ

ଜୁଲାଇ, ୯ ସର୍ବଭାରତୀୟ ସାଧାରଣ ଧର୍ମଘଟକୁ ଭଦ୍ରକ ଜିଲ୍ଲାରେ ସଫଳ କରିବା ପାଇଁ ପ୍ରସ୍ତୁତି ବୈଠକ

14

ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଶ୍ରମିକ ମାନଙ୍କୁ କ୍ରୀତଦାସରେ ପରିଣତ କରିବା ପାଇଁ କେନ୍ଦ୍ରର ମୋଦି ସରକାର ଆଣିଥିବା ଶ୍ରମକୋର୍ଡକୁ ବାତିଲ କରିବା, ସ୍ଥାୟୀ ଚାକିରି ପରିବର୍ତେ ଠିକା ଶ୍ରମିକ ନିଯୁକ୍ତି ବାତିଲ କରିବା, ମୋଦି ସରକାର ଜାତୀୟ ସଂପତିକୁ ଆଦାନୀ-ଆମ୍ବାନୀ ହାତକୁ ଟେକିଦେବା ବଂଦ କରିବା, ରାଷ୍ଟ୍ରାୟତ ଉଦ୍ୟୋଗ ର ଘରୋଇକରଣ ବଂଦ କରିବା, ସରକାରୀ କଳକାରଖାନାରୁ ଶ୍ରମିକ ଛଟେଇ ବଂଦ କରିବା, ସ୍କିମ ଶ୍ରମିକ ମାନଙ୍କୁ ଶ୍ରମିକ ର ମାନ୍ୟତା ଦେବା, ଚାଷୀ ଫସଲର ଉଚିତ୍ ଦର ପାଇଁ ଏମ୍ ଏସ୍ ପି ଯୁକ୍ତ ଆଇନ ପ୍ରଣୟନ କରିବା, ଭାଗଚାଷୀଙ୍କୁ ଚାଷୀର ମାନ୍ୟତା ଦେବା ଆଦି ଦାବି ନେଇ ଆସନ୍ତା ଜୁଲାଇ, ୯ ରେ ସର୍ବଭାରତୀୟ ସାଧାରଣ ଧର୍ମଘଟ ଅନୁଷ୍ଠିତ ହେଉଅଛି । ଏହି ଧର୍ମଘଟକୁ ଭଦ୍ରକ ଜିଲ୍ଲାରେ ସଫଳ କରିବା ପାଇଁ ବିଭିନ୍ନ ଟ୍ରେଡ଼ ୟୁନିୟନ ଓ ଗଣସଂଗଠନ ଗୁଡିକ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସିଆଇଟିୟୁ ଜିଲ୍ଲା ସଭାପତି ଦିବ୍ୟସିଂହ ନାୟକଙ୍କ ସଂଯୋଜନାରେ ଭଦ୍ରକ ନେତାଜୀ ନଗରସ୍ଥିତ ଜାନକୀ ନିଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ରାଜ୍ୟ ସରକାରଙ୍କ ଅରାଜକତା ଯୋଗୁ ରଥଯାତ୍ରା ରେ ମୃତ୍ୟୁବରଣ କରିଥିବା ୧୦ ଜଣ ସାଧାରଣ ଭକ୍ତଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇବା ପୂର୍ବକ ୨ ମିନିଟ୍ ନିରବତା ଅବଲମ୍ବନ କରାଯାଇଥିଲା । ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ ରାଜ୍ୟ ଓ ରାଜ୍ୟ ବାହାରର ବିଜେପି ଓ ଆରଏସ୍‌ଏସ୍ ନେତା, ପାକିସ୍ତାନକୁ ତଥ୍ୟ ଯୋଗାଇଦେବା ଦେଶଦ୍ରୋହୀ ପ୍ରିୟଙ୍କା ସେନାପତିଙ୍କ ସମେତ ୧୦,୦୦୦ ଭିଆଇପି ପାସ୍ ଯୋଗାଇ ୧୦ ଜଣ ଭକ୍ତ ଙ୍କୁ ମାରିବା ସହ ୧୫୦୦ ଲୋକଙ୍କ ଆହତ ପାଇଁ ଦାୟୀ ବୋଲି ଗଣସଂଗଠନଗୁଡିକ ର ନେତୃତ୍ୱ ପ୍ରକାଶ କରିଥିଲେ । ପୃଥିରାଜ ହରିଚନ୍ଦନଙ୍କୁ ହତ୍ୟା ମକଦ୍ଦମାରେ ଜଡିତ କରି ଗିରଫ କରିବା ସମେତ ତୁରନ୍ତ ମନ୍ତ୍ରୀ ମଣ୍ଡଳ ରୁ ପୃଥିରାଜ ହରିଚନ୍ଦନଙ୍କୁ ବହିଷ୍କାର କରିବା ଦାବି ସହିତ ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ବାତିଲ ଦାବିରେ ଆସନ୍ତା ଜୁଲାଇ, ୯ ସର୍ବଭାରତୀୟ ସାଧାରଣ ଧର୍ମଘଟକୁ ଭଦ୍ରକ ଜିଲ୍ଲାରେ ସଫଳ କରିବା ପାଇଁ ସମସ୍ତ ପ୍ରସ୍ତୁତି ନିଆଯାଇଛି । ଉପରୋକ୍ତ ଦାବି ଗୁଡିକୁ ସଫଳ କରିବା ପାଇଁ ଜିଲ୍ଲା ର ସମସ୍ତ ବ୍ଲକ ମୁଖ୍ୟାଳୟରେ ସପ୍ତାହ ବ୍ୟାପି ସାଧାରଣ ସଭା ଅନୁଷ୍ଠିତ ହେବ ବୋଲି ଏହି ପ୍ରସ୍ତୁତି ବୈଠକରେ ନିଷ୍ପତି ନିଆଯାଇଛି । ଏହି ପ୍ରସ୍ତୁତି ବୈଠକରେ ସିଆଇଟିୟୁ ଜିଲ୍ଲା ସଂପାଦକ କାଳନ୍ଦୀ ପାତ୍ର, ଜିଲ୍ଲା ଉପସଭାପତି ରାଧାନାଥ ଦାସ , ଓଡିଶା କୃଷକସଭା ରାଜ୍ୟ ଯୁଗ୍ମ ସଂପାଦକ ବିକାଶ ନାଥ , ଜିଲ୍ଲା ସଭାପତି ଚନ୍ଦ୍ରଶେଖର ନାୟକ, ଓଡିଶା କ୍ଷେତମଜଦୂର ୟୁନିୟନ ଭଦ୍ରକ ଜିଲ୍ଲା ସଭାପତି ପ୍ରଫୁଲ୍ଲ ପାଢୀ, ଜିଲ୍ଲା ସଂପାଦକ ଗିରିଧାରୀ ନାଥ, ଏଆଇସିସିଟିୟୁ ଜିଲ୍ଲା ସଂପାଦକ ସମର ବଳ, ଏଆଇଟିୟୁସି ଜିଲ୍ଲା ସଂପାଦକ ରମେଶ ଯେନା, ଚାଷୀ ନେତା ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ବିଜୁ ଶ୍ରମିକ ସାମ୍ମୁଖତ୍କ ରାଜ୍ୟ ଯୁବ ସଂପାଦକ ବିକାଶ ଶ୍ରେଷ୍ଠ, ଜିଲ୍ଲା ସଂଯୋଜକ ନାସିରୁଦ୍ଦିନ ଖାନ୍‌, ଦେବାଶିଷ ଭାରତୀ, ନବନିର୍ମାଣ ଯୁବ ଛାତ୍ର ସଂଗଠକ ଜାହିର ଖାନ୍‌, ଭଦ୍ରକ ବ୍ଲକ ପୂର୍ବତନ ଉପସଭାପତି ପ୍ରଫୁଲ୍ଲ ନାୟକ, ଏଆଇୟୁଟିୟୁସି ର ଜିଲ୍ଲା ସଭାପତି ରାମଚନ୍ଦ୍ର ଶଙ୍ଖୁଆ ପ୍ରମୁଖ ଯୋଗଦେଇ ଏହି ଆନ୍ଦୋଳନକୁ ସର୍ବାନ୍ତୀକରଣ ରେ ସଫଳ କରିବା ପାଇଁ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.