Home ଜିଲ୍ଲା ପରିକ୍ରମା ଜୁଲାଇ ୧୭ ଓଡିଶା ବନ୍ଦ ପାଇଁ ଜାତୀୟ କଂଗ୍ରେସ ଓ ମିଳିତ ବାମପନ୍ଥୀ ଦଳ ପକ୍ଷରୁ...

ଜୁଲାଇ ୧୭ ଓଡିଶା ବନ୍ଦ ପାଇଁ ଜାତୀୟ କଂଗ୍ରେସ ଓ ମିଳିତ ବାମପନ୍ଥୀ ଦଳ ପକ୍ଷରୁ ବାଇକ୍ ଶୋଭାଯାତ୍ରା ଓ ସଭା

46

ଭଦ୍ରକ, ୧୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ର ନେତ୍ରୀ ସୌମ୍‌ଯଶ୍ରୀ ବିଶି ଙ୍କ ଆନୁଷ୍ଠାନିକ ହତ୍ୟା ର ଅଭିଯୁକ୍ତ ଅଧ୍ୟାପକ ମାନଙ୍କୁ ଗିରଫ, ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଇସ୍ତଫା, ସୌମଶ୍ରୀ ଆନୁଷ୍ଠାନିକ ହତ୍ୟା ର ନ୍ୟାୟିକ ତଦନ୍ତ ଦାବି କରି ମିଳିତ ବାମପନ୍ଥୀ ଦଳ ଓ ଜାତୀୟ କଂଗ୍ରେସ ପକ୍ଷରୁ ମିଳିତ ଭାବେ ଏକ ପଟୁଆର ଭଦ୍ରକ ବନ୍ତ ଛକ ଠାରୁ ବାହାରି ଭଦ୍ରକ ସହର ପରିକ୍ରମା କରି ସହରର ବିଭିନ୍ନ ସ୍ଥାନରେ ସଭା ସଂଗଠିତ କରିଥିଲେ । ଆସନ୍ତା ଜୁଲାଇ,୧୭ ଓଡିଶା ବଂଦ କୁ ସଫଳ କରିବା ପାଇଁ ଭଦ୍ରକ ବାସୀଙ୍କୁ ନିବେଦନ କରିଥିଲେ । ଏହି ଶୋଭାଯାତ୍ରାରେ ଜାତୀୟ କଂଗ୍ରେସ ଜିଲ୍ଳା ସଭାପତି ଅସିତ୍ ପଟ୍ଟନାୟକ, ଜାତୀୟ କଂଗ୍ରେସ ବ୍ଲକ ସଭାପତି ଆଇନଜୀବୀ ପ୍ରଫୁଲ୍ଲ ସାମଲ, ସିପିଆଇ(ଏମ) ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ସିପିଆଇ ଜିଲ୍ଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ସିପିଆଇଏମଏଲ ଲିବରେସନ ଜିଲ୍ଲା ସଂପାଦକ ସମର ବଳ, ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ରାଧାନାଥ ଦାସ, ଗିରିଧାରୀ ନାଥ, ଶ୍ରମିକ ନେତା ରମେଶ ଜେନା, ଯୁବ ନେତା ପ୍ରକାଶ ଜ୍ୟୋତି ମହାକୁଡ, ହାକିମ ଦାସ , ଚାଷୀ ବିମ୍ବାଧର ବାରିକ୍‌, ସେକ୍ ସନାଉଲ୍ଲା ପ୍ରମୁଖ ନେତୃତ୍ୱ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.