Home ଜିଲ୍ଲା ପରିକ୍ରମା ଜୁଲାଇ ୧୫ ଭଦ୍ରକ-ଧାମରା ରେଳପଥ ବଂଦ ପାଇଁ ସାମ୍ବାଦିକ ସମ୍ମିଳନୀ

ଜୁଲାଇ ୧୫ ଭଦ୍ରକ-ଧାମରା ରେଳପଥ ବଂଦ ପାଇଁ ସାମ୍ବାଦିକ ସମ୍ମିଳନୀ

9

ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ- ଧାମରା ରେଳପଥରେ ଯାତ୍ରୀ ବାହୀ ରେଳ ଚଳାଚଳ କରିବା, ସ୍ଥାନୀୟ ଯୁବକ ଯୁବତୀ ମାନଙ୍କୁ ଧାମରା ବନ୍ଦରରେ ନିଯୁକ୍ତି ଦେବା, ନବ ନିର୍ମାଣାଧୀନ ଭଦ୍ରକ-ଧାମରା ୨ ୟ ରେଳପଥରେ କାର୍ଯ୍ୟ କରିଥିବା କ୍ଷୁଦ୍ର ଠିକାଦାର ଓ ଶ୍ରମିକ ମାନଙ୍କ ବକେୟା ପ୍ରାପ୍ୟ ଓ ମଜୁରୀ ତୁରନ୍ତ ପ୍ରଦାନ ଦାବି କରି ଭଦ୍ରକ- ଧାମରା ରେଳ ସଂଗ୍ରାମ ସମିତି ଓ ଆମ୍ବେଦକରାଇଟ ପାର୍ଟି ଅଫ ଇଣ୍ଡିଆ ପକ୍ଷରୁ ବାଂଶଡା ଗ୍ରାମ ପଂଚାୟତ ଅନ୍ତର୍ଗତ ଧାନଖଣିଆ ଗ୍ରାମ ଠାରେ ମିଳିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉପରୋକ୍ତ ଦାବି ଗୁଡିକ ପୂରଣ ଦାବିରେ ଆସନ୍ତା ଜୁଲାଇ, ୧୫ ରେ ଭଦ୍ରକ- ଧାମରା ରେଳପଥକୁ ଜନ୍ତୁଆଳି ଛକ ନିକଟରେ ଅବରୋଧ କରାଯିବ ବୋଲି ଭଦ୍ରକ- ଧାମରା ରେଳ ସଂଗ୍ରାମ ସମିତି ସଭାପତି ବିକାଶ ନାଥ, ରେଳ ସଂଗ୍ରାମ ସମିତି ସଂପାଦକ ହାକିମ ଦାସ, କ୍ଷୁଦ୍ର ଠିକାଦାର ସଂଘ ଭଦ୍ରକ ଜିଲ୍ଲା ସଂପାଦକ ଅନୀଲ ରାଉତ, କାଳନ୍ଦୀ ମହାଳିକ, ଦଳିତ ନେତା ଅଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.