Home Top News ଜୁଲାଇ ପହିଲା ସୁଦ୍ଧା ଓଡିଶାରେ ୧୧୮ଟି ବିଦ୍ୟୁତ୍ ଯାନ ଚାର୍ଜିଂ ଆଉଟ୍ ଲେଟ୍ କାର୍ଯ୍ୟକ୍ଷମ

ଜୁଲାଇ ପହିଲା ସୁଦ୍ଧା ଓଡିଶାରେ ୧୧୮ଟି ବିଦ୍ୟୁତ୍ ଯାନ ଚାର୍ଜିଂ ଆଉଟ୍ ଲେଟ୍ କାର୍ଯ୍ୟକ୍ଷମ

53

ଭାରୀ ଉଦ୍ୟୋଗ ମନ୍ତ୍ରଣାଳୟ ଫେମ୍ ଇଣ୍ଡିଆ ଯୋଜନାର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୫୩୨ଟି ଚାର୍ଜିଂ ଷ୍ଟେସନ୍ ସ୍ଥାପନା କରିଛି

ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଅଧୀନରେ ତୈଳ ବ୍ୟବସାୟ କରୁଥିବା କମ୍ପାନୀ ଗୁଡିକ ଖୁଚୁରା ଆଉଟ୍‌ଲେଟ୍‌ରେ ୩୪୪୮ଟି ଇଲେକ୍ଟ୍ରିକ୍ ଯାନ ଚାର୍ଜିଂ ଷ୍ଟେସନ୍ ସ୍ଥାପିତ କରିଛନ୍ତି

ନୂଆଦିଲ୍ଲୀ  ୨୬ ଜୁଲାଇ (ଓଡ଼ିଆ ପୁଅ) ଭାରତରେ ହାଇବ୍ରିଡ୍ ଏବଂ ଇଲେକ୍ଟ୍ରିକ୍ ଯାନ ଗୁଡିକୁ (ଫେମ୍ ଇଣ୍ଡିଆ) ଦ୍ରୁତ ଗତିରେ ଗ୍ରହଣ କରିବା ଏବଂ ଏହା ଅଧିକ ପରିମାଣରେ ଉତ୍ପାଦନ ହେବା ଯୋଗୁଁ ପର୍ଯ୍ୟାୟ – ୨ରେ ସାର୍ବଜନିନ ପରିବହନ ନିମନ୍ତେ ଇଲେକ୍ଟ୍ରିକ୍ ଯାନବାହନ (ଇଭି) ବ୍ୟବହାରକୁ ପ୍ରୋତ୍ସାହିତ କରାଯାଉଛି।

ତୈଳ ବ୍ୟବସାୟ କମ୍ପାନୀ ଗୁଡିକ ୨୦୨୨ ଜୁଲାଇ ପହିଲା ସୁଦ୍ଧା ଓଡିଶାରେ ସେମାନଙ୍କର ୧୧୮ଟି ବିଦ୍ୟୁତ୍ ଯାନ ଚାର୍ଜିଂ ଖୁଚୁରା ଆଉଟ୍‌ଲେଟ୍‌କୁ କାର୍ଯ୍ୟକ୍ଷମ କରାଇ ପାରିଛନ୍ତି।

ଏହି ଯୋଜନାରେ ଚାର୍ଜିଂ ଭିତିଭୂମି ପ୍ରଦାନ କରିବା ଏବଂ ଅଧିକରୁ ଅଧିକ ସ୍ୱଦେଶୀକରଣ ଦିଗରେ ଆଗକୁ ବଢ଼ିବା ସହିତ ଇଭି ଉଦ୍ୟୋଗର ସମଗ୍ର ବିକାଶର ପରିକଳ୍ପନା କରା ଯାଇଛି। ଫେମ୍ – ୨ ର ଲକ୍ଷ୍ୟ ହେଉଛି ୭୦୯୦ଟି ଇ – ବସ୍, ୫ ଲକ୍ଷ ଇ – ୩ ଚକିଆ ଯାନ, ୫୫, ୦୦୦ ଇ- ୪ ଚକିଆ ଯାତ୍ରାବାହୀ କାର୍ ଏବଂ ୧୦ ଲକ୍ଷ ଇ – ଦୁଇ ଚକିଆ ଯାନକୁ ରିହାତି ପ୍ରଦାନ କରି ତାହା ମାଧ୍ୟମରେ ବିଦ୍ୟୁତ୍ ଚାଳିତ ଯାନର ବ୍ୟବହାରକୁ ସମର୍ଥନ କରିବା।

ଏହା ସହିତ, ଭାରୀ ଉଦ୍ୟୋଗ ମନ୍ତ୍ରଣାଳୟ (ଏମ୍‌ଏଚ୍‌ଆଇ) ଦ୍ୱାରା ଏକ ଡ୍ରାଫ୍ଟ ଜାତୀୟ ପରିବହନ ନୀତି ପ୍ରସ୍ତୁତ କରା ଯାଇଛି। ଏହା ଏମ୍‌ଏଚ୍‌ଆଇର ୱେବସାଇଟ୍‌ରେ (www.heavyindustries.gov.in) ଉପଲବ୍ଧ କରା ଯାଇଛି। ଏହି ନୀତି ପ୍ରକୃତିରେ ସମଗ୍ର ଅଟେ ଏବଂ ଅଟୋ ମିଶନ ଯୋଜନା ୨୦୧୬- ୨୬ର ଉଦ୍ଦେଶ୍ୟ ଗୁଡିକୁ ପୂରଣ କରିବା ପାଇଁ ମୋଟର ଯାନ ଉଦ୍ୟୋଗର ସ୍ୱାର୍ଥକୁ ସମ୍ବୋଧିତ କରିଥାଏ।

ଭାରୀ ଉଦ୍ୟୋଗ ମନ୍ତ୍ରଣାଳୟ ଫେମ୍ ଇଣ୍ଡିଆ ଯୋଜନାର ପ୍ରଥମ ପର୍ଯ୍ୟାୟରେ ୫୨୦ଟି ଚାର୍ଜିଂ ଷ୍ଟେସନ୍ / ଭିତିଭୂମିକୁ ମଞ୍ଜୁରି ପ୍ରଦାନ କରିଥିଲା। ଏହା ସହିତ, ଏହି ମନ୍ତ୍ରଣାଳୟ ଫେମ୍ ଇଣ୍ଡିଆ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ୨୫ଟି ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକର ୬୮ଟି ସହରରେ ୨, ୮୭୭ଟି ଇଲେକ୍ଟ୍ରିକ୍ ଯାନ ଚାର୍ଜିଂ ଷ୍ଟେସନ୍ ଏବଂ ୯ ଏକ୍ସପ୍ରେସ୍‌ୱେ ଏବଂ ୧୬ଟି ରାଜପଥରେ ୧୫୭୬ଟି ଚାର୍ଜିଂ ଷ୍ଟେସନ୍ ଗୁଡିକୁ ମଧ୍ୟ ମଞ୍ଜୁରି ପ୍ରଦାନ କରିଛି। ଫେମ୍ ଇଣ୍ଡିଆ ଯୋଜନାର ପର୍ଯ୍ୟାୟ ୧ ଏବଂ ୨ ଅନୁସାରେ, ୧୫ ଜୁଲାଇ, ୨୦୨୨ ପର୍ଯ୍ୟନ୍ତ ସମୁଦାୟ ୫୩୨ଟି ଚାର୍ଜିଂ ଷ୍ଟେସନ୍ (୪୭୯ଟି ଚାର୍ଜିଂ ଷ୍ଟେସନ୍ ଫେମ୍ -୧ରେ ଏବଂ ୫୩ଟି ଚାର୍ଜିଂ ଷ୍ଟେସନ୍ ଫେମ୍ – ୨ରେ) ସ୍ଥାପିତ କରା ଯାଇଛି। ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ (ଏମ୍‌ଓପିଏନ୍‌ଜି) ସୂଚିତ କରିଛି ଯେ, ତୈଳ ବ୍ୟବସାୟ କରୁଥିବା କମ୍ପାନୀ ଗୁଡିକ (ଓଏମ୍‌ସି) ୦୧.୦୭.୨୦୨୨ ପର୍ଯ୍ୟନ୍ତ ନିଜର ଆଉଟ୍‌ଲେଟ୍ (ଆର୍‌ଓ)ରେ ୩୪୪୮ ଇଲେକ୍ର୍ଟିକ୍ ଯାନ ଚାର୍ଜିଂ ଷ୍ଟେସନ୍ ସ୍ଥାପିତ କରିଛନ୍ତି।

ଏ ସମ୍ପର୍କିତ ବିବରଣୀ ଅନୁବନ୍ଧରେ ଦିଆ ଯାଇଛି।

ଶକ୍ତି ମନ୍ତ୍ରଣାଳୟ ୧୪.୦୧.୨୦୨୨ରେ ଇଲେକ୍ଟ୍ରିକ୍ ଯାନ ଗୁଡିକ ନିମନ୍ତେ ଚାର୍ଜିଂ ଭିତିଭୂମି ଉପରେ ସଂଶୋଧିତ ଏକୀଭୂତ ନିର୍ଦ୍ଦେଶାବଳୀ ଏବଂ ମାନକ ଜାରି କରିଛନ୍ତି ଏବଂ ଏହା ସ୍ପଷ୍ଟ କରିଛନ୍ତି ଯେ, କୌଣସି ବ୍ୟକ୍ତି / ସଂସ୍ଥା ସାର୍ବଜନିନ ଚାର୍ଜିଂ ଷ୍ଟେସନ୍ ସ୍ଥାପିତ କରିବା ନିମନ୍ତେ ସ୍ୱାଧୀନ ଅଟନ୍ତି, କେବଳ ସର୍ତ ହେଉଛି ଏମିତି ଷ୍ଟେସନ୍ ପ୍ରଯୁକ୍ତି, ସୁରକ୍ଷାକୁ ସମ୍ପୂର୍ଣ୍ଣ କରୁଥିବ ଏବଂ ଏହା ସହିତ ଶକ୍ତି ମନ୍ତ୍ରଣାଳୟ, ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସି (ବିଇଇ) ଏବଂ କେନ୍ଦ୍ର ବିଦ୍ୟୁତ୍ ପ୍ରାଧିକରଣ (ସିଇଏ) ଦ୍ୱାରା ସମୟ – ସମୟରେ ସ୍ଥିର କରା ଯାଇଥିବା ପ୍ରଦର୍ଶନ ମାନକ ଗୁଡିକ ଏବଂ ପ୍ରୋଟୋକଲ୍ ଏବଂ ମାନଦଣ୍ଡ ଗୁଡିକୁ / ମାନକ ଗୁଡିକୁ / ନିର୍ଦ୍ଦେଶାବଳୀ ଗୁଡିକୁ ପୂରଣ କରୁଥିବ।

ଇଲେକ୍ଟ୍ରିକ୍ ଯାନବାହନ ଗୁଡିକ ନିମନ୍ତେ ଚାର୍ଜିଂ ଭିତିଭୂମିର ସ୍ଥାପନାର ସୁବିଧା ନିମନ୍ତେ, ଭାରତ ସରକାରଙ୍କ ଦ୍ୱାରା ନିମ୍ନଲିଖିତ ପଦକ୍ଷେପ ନିଆ ଯାଇଛି:

୧. ଫେମ୍ ଇଣ୍ଡିଆ ଯୋଜନା : ଭାରୀ ଉଦ୍ୟୋଗ ମନ୍ତ୍ରଣାଳୟ (ଏମ୍‌ଏଚ୍‌ଆଇ) ଫେମ୍ ଇଣ୍ଡିଆ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିଛି, ଯାହା ଇଲେକ୍ଟ୍ରିକ୍ ଯାନବାହନ ଗୁଡିକ ନିମନ୍ତେ ଚାର୍ଜିଂ ଭିତିଭୂମିର ସ୍ଥାପନ କରିବା ପାଇଁ ୧୦୦୦ କୋଟି ଭାରତୀୟ ଟଙ୍କା ପ୍ରଦାନ କରିବ।

୨. ଗ୍ରୀଡ୍ ସଂଯୋଗ ଏବଂ ସୁରକ୍ଷା ନିୟମ ସମୂହ : କେନ୍ତ୍ରୀୟ ବିଦ୍ୟୁତ୍ ପ୍ରାଧିକରଣ (ସିଇଏ) ଚାର୍ଜିଂ ଷ୍ଟେସନ୍ ନିମନ୍ତେ ଗ୍ରିଡ୍ ସଂଯୋଗ ଏବଂ ଯୋଗାଣର ସୁରକ୍ଷା ସହିତ ସମ୍ବନ୍ଧିତ ପ୍ରଯୁକ୍ତି ମାନକ ଗୁଡିକ ସହିତ ସମ୍ବନ୍ଧିତ ନିୟମ ଗୁଡିକରେ ସଂଶୋଧନ ଜାରି କରିଛି।

୩. ନିର୍ଦ୍ଦେଶାବଳୀ ଏବଂ ମାନକ: ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ୧୪.୦୧.୨୦୨୨ରେ ଶକ୍ତି ମନ୍ତ୍ରଣାଳୟ ଯୋଗାଯୋଗ ସଂଖ୍ୟା ୧୨/୨/୨୦୧୮ – ଇଭି ନମ୍ବର ୨୪୪୩୪୭) ମାଧ୍ୟମରେ ଚାର୍ଜିଂ ଭିତିଭୂମି ନିମନ୍ତେ ସଂଶୋଧିତ ଏକୀଭୂତ ନିର୍ଦ୍ଦେଶାବଳୀ ଏବଂ ମାନକ ଜାରି କରା ଯାଇଥିଲା।

୪. କେନ୍ଦ୍ରୀୟ ନୋଡାଲ୍ ଏଜେନ୍ସି : ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସି (ବିଇଇ)କୁ ୦୧.୧୦.୨୦୧୯ ତାରିଖରେ ଜାରି ନିର୍ଦ୍ଦେଶାବଳୀ ଗୁଡିକର ପ୍ରାବଧାନ ଗୁଡିକ ଅନୁସାରେ କେନ୍ଦ୍ରୀୟ ନୋଡାଲ ଏଜେନ୍ସି (ସିଏନ୍‌ଏ) ରୂପରେ ଚୟନ କରା ଯାଇଛି।

୫. ଗୋ ଇଲେକ୍ଟ୍ରିକ୍ ଅଭିଯାନ – ଶକ୍ତି ମନ୍ତ୍ରଣାଳୟ ସହିତ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ, ଭାରୀ ଉଦ୍ୟୋଗ ମନ୍ତ୍ରଣାଳୟ ଏବଂ ନୀତି ଆୟୋଗ ଇ – ମୋବିଲିଟିର ଲାଭ ସମ୍ପର୍କରେ ସାଧାରଣ ଜନତାଙ୍କୁୁ ପ୍ରଶିକ୍ଷିତ କରିବା ପାଇଁ ୧୯.୦୨.୨୦୨୧ରେ ସାରା ଦେଶରେ “ଗୋ ଇଲେକ୍ଟ୍ରିକ୍‌” ଅଭିଯାନ ଆରମ୍ଭ କରିଛନ୍ତି, ସମ୍ଭାବିତ ବିଦ୍ୟୁତ୍ ଯାନ ମାଲିକ ମାନଙ୍କୁ ଇଭିକୁ ଆପଣେଇବା ନିମନ୍ତେ ସରକାରୀ ପ୍ରୋତ୍ସାହନ ସମ୍ପର୍କରେ ସୂଚିତ କରିବା, ସେମାନଙ୍କ ମନରେ ଜିଜ୍ଞାସା ସୃଷ୍ଟି କରିବା ଏବଂ ଏହାକୁ ଚାହିଦାରେ ପରିବର୍ତିତ କରିବା ନିମନ୍ତେ ଏହା କରା ଯାଇଛି।

ଅନୁବନ୍ଧ – କ

ତୈଳ ବ୍ୟବସାୟକାରୀ କମ୍ପାନୀ ଗୁଡିକ (ଓଏମ୍‌ସି) ଦ୍ୱାରା ନିଜର ଖୁଚୁରା ଆଉଟ୍‌ଲେଟ୍‌(ଆର୍‌ଓ)ରେ ୦୧/୦୭/୨୦୨୨ରେ ସଂଚାଳିତ ଇଲେକ୍ଟ୍ରିକ୍ ଯାନ ଚାର୍ଜିଂ ଷ୍ଟେସନ୍

State/UT No of ROs where EV Charging Facility available
Andaman & Nicobar   ୨
Andhra Pradesh ୧୯୧
Arunachal Pradesh ୯
Assam ୬୧
Bihar ୮୭
Chandigarh ୧୪
Chhattisgarh ୧୧୫
Delhi ୭୫
Goa ୩୧
Gujarat ୨୧୯
Haryana ୧୯୯
Himachal Pradesh ୩୩
Jharkhand ୪୭
J&K UT ୨୬
Karnataka ୨୫୦
Kerala ୧୦୨
Lakshadweep ୧
 Madhya Pradesh ୨୪୨
Maharashtra ୧୮୩
Manipur ୧୬
Meghalaya ୮
Nagaland ୬
Odisha ୧୧୮
Pondicherry ୩
Punjab ୧୨୫
Rajasthan ୨୮୧
Tamil Nadu ୨୩୫
Telangana ୨୨୪
Tripura ୧୬
Dadra and Nagar Haveli and Daman and Diu ୧
Uttar Pradesh ୩୦୮
Uttarakhand ୪୩
West Bengal ୧୭୭
Grand Total ୩୪୪୮

Operational charging stations under FAME-I:

 

Sl. No. Name of State/ UT Operational Charging stations Under FAME-I
୧. Telangana ୫୭
୨. Jharkhand ୩୦
୩. Goa ୩୦
୪. Karnataka ୬୫
୫. Himachal Pradesh ୯
୬. Uttar Pradesh ୧୬
୭. Rajasthan ୪୯
୮. Delhi ୯୪
୯. Chandigarh UT ୪୮
୧୦. Delhi-Jaipur- Agra Highway ୩୧
୧୧. Mumbai-Pune Expressway ୧୭
୧୨. Jaipur- Delhi Highway ୯
୧୩. Delhi- Chandigarh Highway ୨୪
Total ୪୭୯

Operational charging stations under FAME-II:

 

Sl no State/UT City Operational Charging stations Under FAME-II
୧ Delhi Delhi ୧୫
୨ Maharashtra Navi Mumbai ୧
୩ Nagpur ୭
୪ Tamil Nadu Chennai ୮
୫ Kerala Thrissur ୮
୬ Ernakulum ୬
୭ Kannur ୨
୮ Gujarat Ahmedabad ୨
୯ Karnataka Bangalore ୧
୧୦ Madhya Pradesh Indore ୨
୧୧ Rajasthan Jaipur ୧
Total ୫୩

ଏହା ସମ୍ପର୍କରେ ଭାରୀ ଉଦ୍ୟୋଗ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ କୃଷ୍ଣପାଲ ଗୁର୍ଜର ଆଜି ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତର ମାଧ୍ୟମରେ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.