Home ଜିଲ୍ଲା ପରିକ୍ରମା ଜୁନ୍ ୨ ରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଭଦ୍ରକ ଜିଲା ଗସ୍ତ କାର୍ଯ୍ୟକ୍ରମ, ୧୨ଟି ପ୍ରକଳ୍ପର ଲୋକାର୍ପଣ...

ଜୁନ୍ ୨ ରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଭଦ୍ରକ ଜିଲା ଗସ୍ତ କାର୍ଯ୍ୟକ୍ରମ, ୧୨ଟି ପ୍ରକଳ୍ପର ଲୋକାର୍ପଣ ଓ ୩ଟିର ଶିଳାନ୍ୟାସ କରିବେ

8

ଭଦ୍ରକ, ୩୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ଜୁନ୍ ମାସ ୨ ତାରିଖ ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମଥର ପାଇଁ ଭଦ୍ରକ ଗସ୍ତରେ ଆସୁଛନ୍ତି। ଏହି ଗସ୍ତ କାଳରେ ସେ ୧୨ଟି ପୂର୍ଣ୍ଣାଙ୍ଗ ପ୍ରକଳ୍ପର ଲୋକାର୍ପଣ ସହିତ ୩ଟି ନୂଆ ପ୍ରକଳ୍ପର ଶିଳାନ୍ୟାସ କରିବେ। ଭଦ୍ରକ ବ୍ଲକ୍‌ର ବରପଦା ଠାରେ ନୂତନ ସିଏଚ୍‌ସି, ଧାମନଗରର କୋଠାର ଠାରେ ନୂତନ ସିଏଚ୍‌ସିର ଶିଳାନ୍ୟାସ ସହିତ ଆଗରପଡାରେ ସ୍ୱର୍ଗତଃ ଡ. ହରେକୃଷ୍ଣ ମହତାବଙ୍କ ସ୍ମାରକୀର ଶିଳାନ୍ୟାସ କରିବେ। ଅନୁରୂପ ଭଦ୍ରକର ଗେଲପୁର ଠାରେ ନିର୍ମାଣ ହୋଇଥିବା ନୂତନ ଡିଏଚ୍‌ଏଚ୍‌ର ଲୋକାର୍ପଣ ସହିତ ଭଣ୍ଡାରିପୋଖରୀ, ଆରଡି ଓ ବାସୁଦେବପୁର ଠାରେ ଅଟଳ ବସ୍‌ଷ୍ଟାଣ୍ଡ, ଧାମନଗର, ବାସୁଦେବପୁର ଓ ଚାନ୍ଦବାଲିରେ ୩ଟି ମଲ୍ଟି ଇଣ୍ଡୋର ଷ୍ଟାଡିୟମ୍‌, ଜିଲା ମୁଖ୍ୟାଳୟ ଓ ଚାନ୍ଦବାଲି ବ୍ଲକ୍‌ର ୩ଟି ପୂର୍ତ ରାସ୍ତାର ପ୍ରକଳ୍ପ ଗୁଡିକର ଲୋକାର୍ପଣ ଓ ଶିଳାନ୍ୟାସ ଭିସି ଜରିଆରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କରିବେ। ଜୁନ୍ ୨ ତାରିଖ ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ହେଲିକେପ୍ଟର ଯୋଗେ ଭଦ୍ରକ ବ୍ଲକ୍‌ର ଜଗଦଳପୁର ପଂଚାୟତ ପାର୍କ ନିକଟ ପଡିଆରେ ଅବତରଣ କରି କାର୍ ଯୋଗେ ସଭାସ୍ଥଳ ରମ୍ଭିଳା ପଂଚାୟତର ଖଦିପଦା ପଡିଆକୁ ଯିବେ। ସେଠାରେ ଉପରୋକ୍ତ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରି ସାଧାରଣ ସଭାରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଉଭୟ ଜିଲା ପ୍ରଶାସନ ଏବଂ ଦଳୀୟ ନେତୃମଣ୍ଡଳୀ ବେଶ୍ ତତ୍ପର ହୋଇପଡିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ଭଦ୍ରକ ଆଗମନ ଓ ସ୍ୱାଗତ ସମାରୋହକୁ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟରେ ବିସ୍ତୃତ ଆଲୋଚନା ହେବା ସହ ସଂପୂର୍ଣ୍ଣ ମାର୍ଗର ଖସଡା ଅବଲୋକନ କରାଯାଇଥିଲା। ବିଶେଷକରି ମଂଚ ବ୍ୟବସ୍ଥା, ସ୍ୱାଗତ ସମାରୋହ, ଲୋକ ସମୁଦାୟ ପାଇଁ ଆସନ ବ୍ୟବସ୍ଥା, ମାର୍ଗ ଯାତାୟତ ଓ ସୁରକ୍ଷା ଉପରେ ତୀକ୍ଷ୍ମ ନଜର ଜନିତ ସମୀକ୍ଷା କରାଯାଇଥିଲା। ଏହି ସମୀକ୍ଷା ବୈଠକରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ବିଜେପି ଜିଲା ସଭାପତି ଭଗବାନ ପଣ୍ଡା, ଜିଲାପାଳ ଦିଲ୍ଲୀପ ରାଉତରାଏ ପ୍ରମୁଖ ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.