Home ଜିଲ୍ଲା ପରିକ୍ରମା ଜୁନ୍ ୨୯କୁ ଓଡ଼ିଆ ଅସ୍ମିତା ଦିବସ ପାଳନ କରିବାକୁ ଦାବି

ଜୁନ୍ ୨୯କୁ ଓଡ଼ିଆ ଅସ୍ମିତା ଦିବସ ପାଳନ କରିବାକୁ ଦାବି

11

ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଚାନ୍ଦବାଲି ସାହିତ୍ୟ ସଂସ୍କୃତି ପରିଷଦ ପକ୍ଷରୁ ଓଡ଼ିଆ ଅସ୍ମିତା ଦିବସ ସମ୍ପର୍କରେ ଦାବି କରାଯାଇଛି।ରବିବାର ଅପରାହ୍ନରେ ଚାନ୍ଦବାଲି ମଧୁବାବୁ ଛକ ଠାରେ ଥିବା ମଧୁବାବୁ ଙ୍କ ପ୍ରତିମୃତି ନିକଟରେ ପରିଷଦର ସଭାପତି ସାହିତ୍ୟିକ ପ୍ରଫୁଲ୍ଲ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିଷଦର ସମ୍ପାଦକ ଅମୂଲ୍ୟ କୁମାର ରାଉତ, ଚାନ୍ଦବାଲି ଓକିଲ ସଂଘର ସଭାପତି ଉପେନ୍ଦ୍ର ରାଉଳ,ପ୍ରଧାନ ଶିକ୍ଷକ ମାଧବାନନ୍ଦ ଓଝା, ସମାଜସେବୀ ଦିଲ୍ଲୀପ ରାଉତ,ବିଶ୍ୱନାଥ ସୂତାର, ପ୍ରଶାନ୍ତ ଦାଶ,ବିଶ୍ୱମ୍ବର ମହାନ୍ତି,ଶିକ୍ଷକ ଦିଲ୍ଲୀପ ଦାସ ପ୍ରମୁଖ ଯୋଗ ଦେଇ ଜୁନ୍ ୨୯କୁ ଓଡ଼ିଆ ଅସ୍ମିତା ଦିବସ ପାଳନ କରିବାକୁ ସରକାରଙ୍କ ନିକଟରେ ଦାବି କରିଥିଲେ। ପରିଷଦ ପକ୍ଷରୁ କୁହାଇଥିଲା ଆଜକୁ ୯୯୦ବର୍ଷ ପୂର୍ବେ ଓଡ଼ିଶାର ଗଜପତି ମହାରାଜା କପିଳେନ୍ଦ୍ର ଦେବ ୧୪୩୫ ମସିହା ଜୁନ୍ ୨୯ ତାରିଖରେ ଓଡ଼ିଆ ଅସ୍ମିତା ଦିବସ ପାଳନ କରିଥିଲେ ଓ ଓଡିଆ ଭାଷାକୁ ସରକାରୀ ଭାବରେ କାର୍ଯ୍ୟକାରୀ କରିବା ସଙ୍ଗେ ସଙ୍ଗେ ଓଡିଆ ଅସ୍ମିତା ଓଡିଶାର ପରିଚୟ ବୋଲି ଘୋଷଣା କରିଥିଲେ ଏବଂ ଶ୍ରୀଜଗନ୍ନାଥ ଓଡ଼ିଆ ଅସ୍ମିତାର ପ୍ରତିଭୁ ବୋଲି ମଧ୍ୟ ଘୋଷଣା କରିଥିଲେ। ଗଜପତି ମହାରାଜା କପିଳେନ୍ଦ୍ର ଦେବଙ୍କ ସମ୍ମାନ ଓ ସ୍ୱାଭିମାନ ପାଇଁ ରାଜ୍ୟ ସରକାର ପ୍ରତି ବର୍ଷ ଜୁନ୍ ୨୯ ତାରିଖକୁ ଓଡ଼ିଆ ଅସ୍ମିତା ଦିବସ ଭାବେ ପାଳନ କରିବାକୁ ପରିଷଦ ପକ୍ଷରୁ ଦାବି କରାଯାଇଛି। ଏହି ଅବସରରେ ଚାନ୍ଦବାଲି ସାହିତ୍ୟ ସଂସ୍କୃତି ପରିଷଦ ପକ୍ଷରୁ ଓଡିଶାର ମୁଖ୍ୟମନ୍ତ୍ରୀ ଓ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ମନ୍ତ୍ରୀ ଏ ବିଷୟରେ ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.