ଭଦ୍ରକ, ୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପି.ଏମ. ଶ୍ରୀ ଜିଲ୍ଲା ସ୍କୁଲ, ଭଦ୍ରକ ପରିସରରେ ଓଡିଶା ରାଜ୍ୟ ଜୁନିୟର ରେଡ୍କ୍ରସ ସହାୟତାରେ ଏବଂ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀଙ୍କ ତତ୍ୱାବଧାନରେ ଜିଲ୍ଲାର ଷାଠିଏ ଜଣ ଅଣତାଲିମପ୍ରାପ୍ତ ପରାମର୍ଶଦାତା ଓ ପରାମର୍ଶଦାତ୍ରୀଙ୍କର ଜୁନିୟର ରେଡ୍କ୍ରସ ତାଲିମ ଶିବିର ତିନିଦିନ ପାଇଁ ଜିଲ୍ଲା ସମ୍ପାଦକ ରାଜେନ୍ଦ୍ର କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଅଛି। ଉକ୍ତ ଶିବିରକୁ ଜିଲ୍ଲା ଶିକ୍ଷାଧିକାରୀ ଡ. ଜଗବନ୍ଧୁ ସାହୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି। ଜିଲ୍ଲା ଜୁନିୟର ରେଡକ୍ରସ୍ ଅଧିକାରୀ ତଥା ବନ୍ଧଗାଁ ହାଇସ୍କୁଲର ପ୍ରଧାନଶିକ୍ଷକ ନରେନ୍ଦ୍ର ପ୍ରସାଦ ସାହୁ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ ପରିଚାଳନା କରିଛନ୍ତି ଓ ତାଙ୍କୁ ସହଯୋଗ କରିଛନ୍ତି ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ସଙ୍ଗଠନ ସମ୍ପାଦିକା ପାନାମଣି ବେସ୍ରା, ଯୁଗ୍ମ ସମ୍ପାଦକ ତଥା କ୍ଷେତ୍ରବାସୀ ହାଇସ୍କୁଲର ପ୍ରଧାନଶିକ୍ଷକ ଭୀମ ଚରଣ ପରିଡା ଓ ଚଣ୍ଡିଗାଁ ହାଇସ୍କୁଲର ପ୍ରଧାନଶିକ୍ଷକ ଉମେଶ ଚନ୍ଦ୍ର ମାଝୀ। ରାଜ୍ୟ ଜୁନିୟର ରେଡକ୍ରସ୍ ସାଧନକର୍ମୀ ବାମନ ଚନ୍ଦ୍ର ମହାନ୍ତି, ବାଲେଶ୍ୱର ଉମାକାନ୍ତ ବେହେରା, ମୟୁରଭଞ୍ଜ ଓ ପୂର୍ବତନ ଜେ.ଆର.ସି. ସମ୍ପାଦକ ତଥା ଏନ.ସି. ହାଇସ୍କୁଲର ସେବାନିବୃତ୍ତ ପ୍ରଧାନଶିକ୍ଷକ ସୋମନାଥ ନାୟକ ଯୋଗଦାନ କରି ରେଡକ୍ରସ ଓ ଜୁନିୟର ରେଡକ୍ରସର ଉତ୍ପତି ଓ ଇତିହାସ, ପ୍ରତିଷ୍ଠାତା ହେନେରୀ ଡୁନାଂଟଙ୍କ ଜୀବନୀ, ରେଡକ୍ରସ ଚିହ୍ନ, ବିଦ୍ୟାଳୟ ଠାରୁ ଆନ୍ତର୍ଜାତିକ ସଂସ୍ଥା ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ସଙ୍ଗଠନ, ଜୁନିୟର ରେଡକ୍ରସର ଲକ୍ଷ୍ୟ, ଉଦ୍ଦେଶ୍ୟ, ରେଡକ୍ରସର ମୌଳିକ ନୀତି, ବିଦ୍ୟାଳୟ ସ୍ତରରେ କାର୍ଯ୍ୟକ୍ରମ, ସଡକ ସୁରକ୍ଷା, ସାଇବର କ୍ରାଇମ୍, ଅଗ୍ନି ନିର୍ବାପନ, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଇତ୍ୟାଦି ପ୍ରସଙ୍ଗ ଉପରେ ତାଲିମ ପ୍ରଦାନ କରିଥିଲେ। ରୁବିନା ଖାତୁନ ଓ ସୁଶାନ୍ତ କୁମାର ବିଶ୍ୱାଳ ପ୍ରାଥମିକ ଉପଚାର ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ। ମହେଶ୍ୱର ରାଉତ, ଅକ୍ଷୟ କୁମାର ସେଠୀ, ଶିବ ନାରାୟଣ ପତି, ଜୟଶ୍ରୀ ମିଶ୍ର, ଅରୁଣ କୁମାର ବାରିକ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।








