Home ଜିଲ୍ଲା ପରିକ୍ରମା ଜୁନିୟର ରେଡକ୍ରସରେ ବନ୍ଧଗାଁ ଉଚ୍ଚ ବିଦ୍ୟାଳୟର ସଫଳତା

ଜୁନିୟର ରେଡକ୍ରସରେ ବନ୍ଧଗାଁ ଉଚ୍ଚ ବିଦ୍ୟାଳୟର ସଫଳତା

1

ଭଦ୍ରକ, ୩୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଗତକାଲି ଚରମ୍ପା ରାମଚନ୍ଦ୍ର ବିହାରୀ ଲାଲ ଉଚ୍ଚ ବିଦ୍ୟାଳୟରେ ଜୁନିଅର ରେଡକ୍ରସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବନ୍ଧଗାଁ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ କ୍ଷିରାବ୍ଦୀ ତନୟା ମହାରଣା ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ ହୋଇ ଥିବା ବେଳେ ସାଧାରଣଜ୍ଞାନ ପ୍ରତିଯୋଗିତାରେ ସେହି ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଜୟନ୍ତ ବେହେରା ପ୍ରଥମ ସ୍ଥାନ ହାସଲ କରିବା ସହ ରାଜ୍ୟ ସ୍ଥରକୁ ଉନ୍ନୀତ ହୋଇ ଥିବା ଜଣାପଡିଛି। ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର ସାହୁ, ରାଣୀତାଲ ସାହିତ୍ୟ ଘରର ସମ୍ପାଦକ ମହେଶ୍ୱର ନାୟକ, ଶିକ୍ଷାବିତ ସୁବାସ ବେହେରା କୃତୀ ଛାତ୍ରଛାତ୍ରୀ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.