Home ଓଡ଼ିଶା ଜୁଡାବାଲି ପଞ୍ଚାୟତରେ ଲାଗିଲା ମାଓ ପୋଷ୍ଟର

ଜୁଡାବାଲି ପଞ୍ଚାୟତରେ ଲାଗିଲା ମାଓ ପୋଷ୍ଟର

374

ବାଲିଗୁଡା,୧୮-୧୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ମୁନିଗୁଡା ଏନଏଚ୍‌-୫ ରାସ୍ତାର ଜୁଡାବାଲି ଗ୍ରାମପଞ୍ଚାୟତ ଗେଟାବାଲି ଛକ ନିକଟ ତେନ୍ତୁଲି ଗଛ ନିକଟରେ ବୁଧବାର ଦିନ ସକାଳୁ ମାଓ ବ୍ୟାନର ଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରରେ ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟର ଛାତ୍ରଙ୍କୁ ଉପରେ ଦିଲ୍ଲୀ ପୋଲିସର ଆକ୍ରମଣର ନିନ୍ଦା କରାଯାଇଛି। ବ୍ୟାନର ଲାଗିଥିବା ଦେଖି ଅଞ୍ଚଳବାସୀଙ୍କ ଭୟ ସୃଷ୍ଟି ହୋଇଛି। ଘଟଣାସ୍ଥଳକୁ କୋଟଗଡ ପୋଲିସ ପହଞ୍ଚି ନ ଥିବା ଗ୍ରାମବାସୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.