Home ଜିଲ୍ଲା ପରିକ୍ରମା ଜୁଆ ଆଡ୍ଡା ଉପରେ ପୁଲିସର ଚଢଉ ୬ଜୁଆଡି ଗିରଫ,୩୨,୬୮୦ଟଙ୍କା ଜବତ

ଜୁଆ ଆଡ୍ଡା ଉପରେ ପୁଲିସର ଚଢଉ ୬ଜୁଆଡି ଗିରଫ,୩୨,୬୮୦ଟଙ୍କା ଜବତ

67

ମାଲକାନଗିରି,୭ା୧୧(ଓଡିଆ ପୁଅ ) ମାଲକାନଗିରି ଥାନାସ୍ଥ ୧୧୯କଲୋନି ଟେକବାଡି ପୋଖରୀ ନିକଟରେ ଜୁଆଆଡା ଚାଲିଥିବାର ଖବର ପାଇ ଏସ.ପି ରିଶୀକେଶ ଖିଲାରୀ ଡି ଙ୍କ ନିର୍ଦ୍ଦେଶକ୍ରମେ ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ ,ସବଇନିସପେକ୍ଟର ଭବାନୀସାହୁ ଙ୍କ ନେତୃତ୍ୱରେ ପୁଲିସ ସଦଳବଳ ଘଟଣାସ୍ଥଳରେ ପହଁଚି ଚଢଉ କରିଥିଲେ ।ଏହି ଚଢଉ ସମୟରେ ୬ଜଣ ଜୁଆଡିଙ୍କୁ ଧରିବା ସହତି ସେମାନଙ୍କ ଠାରୁ ୧୧୦ଟି ତାସ,ନଗଦ ୩୨,୮୦୦ଟଙ୍କା,୪ଟି ବାଇକ,୭ଟି ମୋବାଇଲ ଫୋନ ପୁଲିସ ଜବତକରିଛନ୍ତି । ମାଲକାନଗିରି ଥାନା କେସ ନମ୍ବର ୨୮୦ା୨୦୧୯ ଭାରତୀୟ ପାଙ୍ଗଳ କୋର୍ଡ ୩ ଓପିଜି ଦଫାରେ ଗିରଫ ୬ଜଣ ଙ୍କୁ କୋର୍ଟଚାଲାଣ କରାଯାଇଛି । କୁମାରପଣ୍ଣ ର୍ିମା ଠାରୁ ମାଲକାନଗିରି ଜିଲ୍ଲାର ବିଭିନ୍ନ ଗ୍ରାମରେ ଖୁସିରେ ସାଙ୍ଗସାଥିମାନେ ତାସ,ଲୁଡୁପାଲି ଖେଳିଥାନ୍ତି । ଏହା ଏବେ ଖୁସି ବଦଳରେ ବ୍ୟବସାୟ ଓ ପଇସା ରୋଜଗାର ନିଶାରେ ପରିଣତ ହୋଇ ଯାଇଛି ।ଟଙ୍କା ବାଜି ଲଗାଇ ଜୁଆଖେଳରେ ଲୋକମାନେ ମାତି ଜମିବାଡି ସ୍ତ୍ରୀଙ୍କ ଗହଣା ବିକ୍ରୀ କରି ସର୍ବଶ୍ୱାନ୍ତହୋଇ ଦାଣ୍ଡର ଭିକାରୀ ପାଲଟିଯାଉ ଥିଲେ ମଧ୍ୟ ଏହି ଜୁଆଖେଳର ନିଶା ଛାଡୁନଥିବାର ଜଣାପଡିଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.