Home ଅପରାଧ ଜୁଆ ଆଡ୍ଡାରେ ଚଢ଼ାଉ : ୬ ଜୁଆଡ଼ି ଗିରଫ

ଜୁଆ ଆଡ୍ଡାରେ ଚଢ଼ାଉ : ୬ ଜୁଆଡ଼ି ଗିରଫ

156

ବାଲିଗୁଡ଼ା:୩୦/୪.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ପୋଲିସ୍ ପକ୍ଷରୁ ଏକ ଜୁଆ ଆଡ୍ଡାରେ ଚଢ଼ାଉ କରି ନଗଦ ୧୪ହଜାର ୩୫୦ଟଙ୍କା ଜବତ କରିବା ସହ ଛ’ଜୁଆଡ଼ିଙ୍କୁ ଗିରଫ କରିଛି ପୋଲିସ୍। କରୋନା ମୁକାବିଲା ପାଇଁ ସରକାର ଆପ୍ରାଣ ଉଦ୍ୟମ ଚଳାଇଛନ୍ତି। ସାରା ରାଜ୍ୟରେ ଲକ୍ ଡାଉନ୍ ଘୋଷଣା କରିଛନ୍ତି ସରକାର। ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୁରତାକୁ ଗୁରୁତ୍ବ ଦିଆଯିବା ସହ ବିନା କାରଣରେ ଘରୁ ବାହାରକୁ ନବାହାରିବାପାଇଁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ବାରମ୍ବାର ପରାମର୍ଶ ଦିଆଯାଯାଉଛି। ଏଭଳି ପରିସ୍ଥିତିରେ ତୁମୁଡ଼ିବନ୍ଧର କିଛି ଅମାନିଆ ଲୋକେ ଗତ କିଛିଦିନ ଧରି ଜୁଆ ଖେଳରେ ମାତି ଥିବା ବିଷୟ ତୁମୁଡ଼ିବନ୍ଧ ପୋଲିସ ସୂଚନା ପାଇଥିଲା। ପୁର୍ବ ସୂଚନା ଅନୁଯାୟୀ ଏକ ଜୁଆ ଆଡ୍ଡାରେ ଚଢ଼ାଉ କରିଥିଲା ପୋଲିସ୍। ଘଟଣାସ୍ଥଳରୁ କିଛି ଜୁଆଡ଼ି ଫେରାର୍ ହୋଇଯାଇଥିବାବେଳେ ଅନ୍ୟ ଛ ଜଣ ଯୁଆଡ଼ିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.