Home ଅପରାଧ ଜୁଆ ଅଡ୍ଡାରେ ଚଢ଼ାଉ – ୮ଜଣ ଗିରଫ ସହ ନଗଦ ଟଙ୍କା, ମୋବାଇଲ ବାଇକ ଜବତ

ଜୁଆ ଅଡ୍ଡାରେ ଚଢ଼ାଉ – ୮ଜଣ ଗିରଫ ସହ ନଗଦ ଟଙ୍କା, ମୋବାଇଲ ବାଇକ ଜବତ

166

ବାଲିଗୁଡା, ୧୦/୫ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ଫିରିଙ୍ଗିଆଥାନା ଅଞ୍ଚଳ ରେ ଶନିବାର ରାତିରେ ଏକ ଘରେ ଜୁଆ ଖେଳ ଚାଲିଥିବା ବିଷୟ କୌଣସି ଏକ ବିଶ୍ୱସ୍ତ ସୂତରୁ ଖବର ପାଇ ଫିରିଙ୍ଗିଆ ପୋଲିସ ଚଢ଼ାଉ କରିଥିଲେ। ଏଥିରେ ୮ ଜଣକୁ ଗିରଫ କରିବା ସହ ୫ଟି ମୋବାଇଲ, ୨ଟି ମୋଟର ସାଇକଲ, ନଗଦ ୨୬୦୩୮ ଟଙ୍କା ଜବତ କରିଥିଲେ କୋର୍ଟ ଚାଲାଣ କରିଥିଲେ। ଗିରଫ ହୋଇଥିବା ୮ ଜଣ ବ୍ୟକ୍ତି ହେଲେ ଫିରିଙ୍ଗିଆ ଥାନା ଅଞ୍ଚଳ ନାହାଣଗାଁର ଶ୍ରାବଣ କୁମାର ନାୟକ (୩୦), ଉପରପଡା ଗ୍ରାମର ନିରଞ୍ଜନ ଦିଗଲ, (୨୮), ଡିଣ୍ଡିରାଗାଁର ବିନୋଦ କୁମାର ନାୟକ(୩୯), କୁଟିବାରୀ ଗ୍ରାମର ବୈରାଗୀ ଚରଣ ନାୟକ(୪୬) ମୁଖି ସାହିର ନନ୍ଦୀ ମୁଖି, (୩୮), କାଶିନୀପଦର ଗ୍ରାମର ରୋହିତ ଦିଗଲ(୩୫), ମଣ୍ଟୁ ଦିଗଲ, (୩୩), କୁଇରିମାଣ୍ଡୁ ଗ୍ରାମର ଭୁଭୁନି ଦିଗଲ(୪୧) ଙ୍କ ନାମରେ ଏକ ମାମଲା କେଶନମ୍ବର୩୬/୨୦ରୁଜୁ କରି ଫିରିଙ୍ଗିଆ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ୟାମସୁନ୍ଦର ରାଓ କୋର୍ଟ ଚାଲାଣ କରିଥିବା ବିଷୟ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.