Home ଓଡ଼ିଶା ଜୀବନ ସଂଗ୍ରାମରେ ହାରିଗଲେ ସଂଗ୍ରାମ ଜେନା

ଜୀବନ ସଂଗ୍ରାମରେ ହାରିଗଲେ ସଂଗ୍ରାମ ଜେନା

154

ହାଟଡ଼ିହି,୧୯ /୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) କରେନାର ଶୀକାର ହୋଇ ଦୀର୍ଘ ୩ମାସ ହେଲା ଜୀବନ ଯୁଦ୍ଧରେ ସଂଗ୍ରାମ କରିକରି ଶେଷର ହାରିଗଲେ ସଂଗ୍ରାମ କେଶରୀ ଜେନା ‘ବାପି ଭାଇ’ । ପ୍ରଦେଶ କଂଗ୍ରେସର ସାଧାରଣ ସମ୍ପାଦକ ତଥା ପୁର୍ବତନ ରାଜ୍ୟ ଯୁବ କଂଗ୍ରେସ ସଭାପତି ସଂଗ୍ରାମ କେଶରୀ ଜେନାଙ୍କ ୪୪ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି । ସେ ପୁର୍ବତନ ମନ୍ତ୍ରୀ ତଥା ପୁର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ବଡପୁଅ ଥିଲେ ।  ସେ ଗତ ୩ମାସ ପୁର୍ବେ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଫୁସଫୁସ ସଂକ୍ରମଣ ଯୋଗୁଁ ସ୍ୱାସ୍ଥ୍ୟବସ୍ଥାରେ କୌଣସି ପରିବର୍ତ୍ତନ ନହେବାରୁ ତାଙ୍କୁ ହାଇଦ୍ରାବାଦ ନିଆଯାଇ ଚିକିତ୍ସା କରାଯାଉଥିଲା । ଆଜି ସକାଳ ୬ଘଟିକା ସମୟରେ ତାଙ୍କର ପରଲୋକ ଘଟିଥିଲା । ସେ ଗତ ନିର୍ବାଚନରେ ଭଦ୍ରକ ସଂସଦୀୟ ଆସନରୁ କଂଗ୍ରେସ ପକ୍ଷରୁ ପ୍ରାରô୍ଥହୋଇ ନିର୍ବାଚନରେ ଅବତିର୍ଣ୍ଣ ଲଢ଼ୁଥିଲେ । ସେ ଭଦ୍ରକ କଲେଜରେ ପାଠ ପଢ଼ିବା ସମୟରୁ ରାଜନୀତିରେ ଅଂଶ ଗ୍ରହଣ କରି ସମସ୍ତଙ୍କର ପ୍ରୀୟପାତ୍ର ହୋଇ ପାରିଥିଲେ । ସେ ଜଣେ ଶାନ୍ତ, ସରଳ, ପରୋପକାରୀ, କର୍ତ୍ତବ୍ୟନିଷ୍ଠ ଓ ଦକ୍ଷ ସଂଗଠକ ଭାବରେ ସମଗ୍ର ରାଜ୍ୟରେ ପରିଚିତ ଥିଲେ । ତାଙ୍କ ପରଲୋକରେ ସମଗ୍ର ଉପଖଣ୍ଡରେ ଗଭୀର ଶୋକର ଛାୟା ଖେଳିଯାଇଛି । ତାଙ୍କ ମରଶରୀରକୁ ଆଜି ହାଇଦ୍ରାବାଦରୁ ଭୁବନେଶ୍ୱର ଅଣାଯିବାପରେ ତାଙ୍କ ନିଜ ଜନ୍ମସ୍ଥାନ ହାଟଡିହି ବ୍ଲକର ଶଙ୍ଖଣା ଗ୍ରାମକୁ ଅଣାଯାଇ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯିବାର କାର‌୍ୟ୍ୟକ୍ରମ ରହିଥିବା ପରିବାର ସୁତ୍ରରୁ ଜଣାଯାଇଛି ।
ସଂଗ୍ରାମଙ୍କ ପରଲୋକରେ ଶୋକର ଛାୟା- ତାଙ୍କ ପରଲୋକରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଗଭୀର ଶୋକପ୍ରକାଶ କରିବା ସହିତ ଆନନ୍ଦପୁର ନିର୍ବାଚନମଣ୍ଡଳୀ ଜଣେ ଦକ୍ଷ ରଜନେତାକୁ ହରାଇଲା ବୋଲି ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି । ଏଥିସହ ତାଙ୍କ ପରିବାରକୁ ମଧ୍ୟ ସମବେଦନା ଜଣାଇଛନ୍ତି । ସେହିପରି ସଂଗ୍ରାମଙ୍କ ପରଲୋକରେ ପୁର୍ବତନ ବିଧାୟକ ମାୟାଧର ଜେନା ଗଭୀର ଶୋକ ପ୍ରକାଶ କରିବା ସହିତ ସଂଗ୍ରାମଙ୍କ ପରଲୋକରେ ସେ ଗଭୀର ମ୍ରୀୟମାଣ ବୋଲି କହିଛନ୍ତି । ଭଗବାନ ତାଙ୍କର ଅମର ଆତ୍ମାର ସଦଗତି ଦିଅନ୍ତୁ ବୋଲି କହିଛନ୍ତି । ସେହିପରି ପୁର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ ମଧ୍ୟ ଗଭୀର ଶୋକପ୍ରକାଶ କରି ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ସେହିପରି ବିଜେପି ନେତା ଆଲୋକସେଠୀ ତାଙ୍କ ଶୋକବାର୍ତ୍ତାରେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ଜଣେ ଯୁବନେତାଙ୍କୁ ହରାଇଲା, ସେଥିପାଇଁ ସେ ଗଭୀର ମର୍ମାହତ ଓ ଇଶ୍ୱର ତାଙ୍କ ଆତ୍ମାକୁ ସଦଗତି ଦିଅନ୍ତୁ ବୋଲି କହିଛନ୍ତି । ସେହିପରି ବ୍ଲକ କଂଗ୍ରେସ ସଭାପତି ପ୍ରଶାନ୍ତ ସ୍ୱାଇଁ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ଏହା ଶୁଣିବାବେଳେ ଠାରୁ ବର୍ତ୍ତମାନ ପର‌୍ୟ୍ୟନ୍ତ ମଧ୍ୟ ବିଶ୍ୱାସ କରିହେଉନି । ତାଙ୍କର ଶୁନ୍ୟସ୍ଥାନ ଅପୁରଣୀୟ ହୋଇ ରହିବ, ଏପରି ଏକ ଘଡିସନ୍ଧି ମୁହୁର୍ତ୍ତରେ ଇଶ୍ୱର ତାଙ୍କ ପରିବାରକୁ ସହାୟ ହୁଅନ୍ତୁ ବୋଲି କହିଛନ୍ତି । ସେହିପରି ବ୍ଲକ ଯୁବ ବିଜେଡି ସଭାପତି ଚିନ୍ମୟ ନାୟକ ମଧ୍ୟ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ପରଲୋକରେ ସେ ଗଭୀର ମର୍ମାହତ ବୋଲି କହିବା ସହ ଆନନ୍ଦପୁର ନିର୍ବାଚନମଣ୍ଡଳୀ ଜଣେ ଦକ୍ଷ ଯୁବ ରାଜନେତାଙ୍କୁ ହରାଇଲା ବୋଲି କହିଛନ୍ତି । ସେହିପରି କଂଗ୍ରେସର ଜିଲ୍ଲା ସମ୍ପାଦକ କ୍ଷୀରୋଦ କୁମାର ରାଉତ ମଧ୍ୟ ଗଭୀର ଶୋକବ୍ୟକ୍ତ କରି କଂଗ୍ରେସ ଜଣେ ଟାଣୁଆ ଯୁବନେତାଙ୍କୁ ହରାଇଲା ବୋଲି କହିଛନ୍ତି । ଶାସଙ୍ଗ ପଞ୍ଚାୟତର ପୁର୍ବତନ ସମିତିସଭ୍ୟ ରବିନ୍ଦ୍ର କୁମାର ଜେନା ଗଭୀର ଶୋକପ୍ରକାଶ କରିବା ସହିତ ସଂଗ୍ରାମଙ୍କ ମୃତ୍ୟୁ ସମଗ୍ର ନିର୍ବାଚନ ମଣ୍ଡଳୀ ପାଇଁ ଏକ ଅପୁରଣୀୟ କ୍ଷତି ବୋଲି କହିଛନ୍ତି । ଭଗବାନ ତାଙ୍କ ପରିବାରକୁ ସହାୟ ହୁଅନ୍ତୁ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.