Home ଜିଲ୍ଲା ପରିକ୍ରମା ଜୀବନ-ଜୀବିକା ସୁରକ୍ଷା ପାଇଁ ଭଦ୍ରକ ମହିଳା ସଂଗଠନର ପ୍ରତିବାଦ ସଭା

ଜୀବନ-ଜୀବିକା ସୁରକ୍ଷା ପାଇଁ ଭଦ୍ରକ ମହିଳା ସଂଗଠନର ପ୍ରତିବାଦ ସଭା

65

ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଜୀବନ-ଜୀବିକା ସୁରକ୍ଷା ପାଇଁ ସମଗ୍ର ଦେଶରେ ଅଗଣିତ ମହିଳା ମାନଙ୍କର ଛାମୁଆ ସଂଗଠନ ଗଣତାନ୍ତ୍ରିକ ମହିଳା ସମିତି, ଉତ୍କଳ ମହିଳା ସମିତି, ଅଲ୍ ଇଣ୍ଡିଆ ସାଂସ୍କୃତିକ ମହିଳା ସଂଗଠନ ସମେତ ୬ଟି ମହିଳା ସଂଗଠନ ଡାକରାରେ ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅନୁରୂପ ଭାବେ ଚାନ୍ଦବାଲି, ବାସୁଦେବପୁର, ଆଗରପଡା ଓ ତିହିଡିରେ ଏହି ପ୍ରତିବାଦ ଦିବସ ଅବସରରେ ୧୨ ଦଫା ଦାବିପତ୍ର ଜିଲାପାଳ ଓ ତହସିଲଦାରଙ୍କ ଜରିଆରେ ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଛି । ସେଥିରେ ସମସ୍ତ ମହିଳାମାନଙ୍କୁ ମାଗଣା ରାସନ୍ ଓ ସ୍ୱାସ୍ଥ୍ୟସେବା ଯୋଗାଇଦେବା, ପ୍ରତ୍ୟେକ ପରିବାରକୁ ମାସକୁ ୭୫୦୦ ଟଙ୍କା ପ୍ରଦାନ, କର୍ମଯୋଗୀ ମହିଳାମାନଙ୍କୁ କାର୍ଯ୍ୟରୁ ଅନ୍ତର ନକରିବା, ମହିଳା ହିଂସା ଖୁବ୍‌ଶୀଘ୍ର ବନ୍ଦ କରିବା, ମଦ କାରବାର ବନ୍ଦ କରିବା, ସମସ୍ତଙ୍କୁ ମାଗଣା ସ୍ୱାସ୍ଥ୍ୟ ଓ ଶିକ୍ଷା ଯୋଗାଇବା, ଦରଦାମ ବୃଦ୍ଧି ବନ୍ଦ କରିବା ତଥା ବନ୍ୟାଞ୍ଚଳର ପ୍ରତି ପରିବାରକୁ କ୍ଷତିପୂରଣ ଦେବା ଓ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ଜିଲା ମହିଳା ନେତ୍ରୀ ମମତା ଜେନା, ପ୍ରଭାତୀ ଜେନା, ସୀତାରାଣୀ ଦାଶ, ରୋଜାଲିନ୍ ସାମ୍ୟବାଦୀ, କାମିନୀ ଭୋଇ, ସୁମତୀ ନାୟକ, ଶିଖା ମହାପାତ୍ର, ପ୍ରତିମା ସ୍ୱାଇଁ, ବନଲତା ଜେନା, ପ୍ରଭାତି ଦାସ, ବାସନ୍ତୀ ଚିତ୍ରକର, ଶାନ୍ତି ନାୟକ ପ୍ରମୁଖ ଦାବି ନେଇ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ମହିଳା ଶ୍ରମିକ, ଗୃହିଣୀ ମହିଳା ଓ କର୍ମଜୀବୀ ମହିଳା ତଥା ବୃଦ୍ଧା ଓ ଶିଶୁମାନେ ଏବଂ ଗର୍ଭବତୀ ମହିଳାମାନେ ସାଧାରଣ ଚିକିତ୍ସାରୁ ବଂଚିତ ହେଉଥିବା ନେଇ ଉପରୋକ୍ତ ନେତାମାନେ ନିଜ ଦାବିପତ୍ରରେ ଦର୍ଶାଇଛନ୍ତି । ଏହି ବିକ୍ଷୋଭ କାଳରେ ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ଓ ଡିଜେଲ-ପେଟ୍ରୋଲ ଦରବୃଦ୍ଧିକୁ ବିରୋଧ କରିଥିଲେ । ରାଜ୍ୟ ଓ କେନ୍ଦ୍ର ସରକାର ଯେଭଳି ଭାବେ ସରକାରୀ ଶିଳ୍ପ କାରଖାନାକୁ କର୍ପୋରେଟ୍ କଂପାନୀକୁ ବିକ୍ରି କରି କୃଷିଜାତ ଦ୍ରବ୍ୟକୁ ଅର୍ଡିନାନ୍ସ ବଳରେ କଂପାନୀ ହାତକୁ ଟେକି ଦେଉଛନ୍ତି, ତାହାକୁ ଘୋର ସମାଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.