ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ବ୍ଲକର ତେସିଙ୍ଗା ପଂଚାୟତ ଅନ୍ତର୍ଗତ ବଡ଼ ବନସ୍ତା ଗ୍ରାମର ୯୪ ବର୍ଷୀୟ ଆର୍ôଥକ ଅନଗ୍ରସର ବୃଦ୍ଧ ଗୌରାଙ୍ଗ ସାହୁଙ୍କୁ ମୃତ ଦର୍ଶାଇ ଗତ ୩ ମାସ ଧରି ତାଙ୍କୁ ଭତା ପ୍ରଦାନ କରାଯାଉନଥିବା ଘଟଣା ଜଣାପଡ଼ିବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି।ଗୌରାଙ୍ଗଙ୍କ ଭତା ବନ୍ଦ କରିବା ପାଇଁ ପଂଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ତାଙ୍କୁ ମୃତ ଦର୍ଶାଇଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗୌରାଙ୍ଗଙ୍କ ପୁଅଙ୍କ ସମେତ ଗ୍ରାମର ଅନ୍ୟମାନେ ମଧ୍ୟ ଦାବି ଜଣାଇଛନ୍ତି।ଗତ ୩ମାସ ଧରି ଗୌରାଙ୍ଗ ଭତା ପାଉନଥିବା ଯୋଗୁ ତାଙ୍କର ପୁଅ ବ୍ଲକ କାର୍ଯ୍ୟାଳୟକୁ ଯାଇ ସମାଜ ମଙ୍ଗଳ ବିଭାଗରୁ ତାଙ୍କ ବାପା ଗୌରାଙ୍ଗଙ୍କୁ ମୃତ ଦର୍ଶାଯାଇଥିବା ଜାଣିବାକୁ ପାଇଥିଲେ।ଏସମ୍ପର୍କରେ ଜଣାପଡିବା ପରେ ବିଭାଗ ପକ୍ଷରୁ ପୁନର୍ବାର ଭତା ପ୍ରଦାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି।ତେବେ ଆର୍ôଥକ ଓ ମାନସିକ ଯନ୍ତ୍ରଣା ପାଇଁ ଦାୟୀ ଦାୟିତ୍ୱହୀନ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି।ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି ସ୍ଥାନୀୟ ବିଡିଓ ଦେବଦତ ଦାସ କହିଛନ୍ତି।
Home ଜିଲ୍ଲା ପରିକ୍ରମା ଜୀବନ୍ତ ବ୍ୟକ୍ତିଙ୍କୁ ମୃତ ଦର୍ଶାଇ ଭତା ବନ୍ଦ, ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି








