Home ଅନୁଗୁଳ ଜୀବନସାଥୀ ଫାଉଣ୍ଡେସନ ପକ୍ଷରୁ ବିଶାଳ ରକ୍ତଦାନ ଶିବିର

ଜୀବନସାଥୀ ଫାଉଣ୍ଡେସନ ପକ୍ଷରୁ ବିଶାଳ ରକ୍ତଦାନ ଶିବିର

31

ତାଳଚେର,୧୬/୧୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୀବନସାଥୀ ଫାଉଣ୍ଡେସନ୍ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସାଉଥ ବଲଣ୍ଡା ସ୍ଥିତ ଜଗନ୍ନାଥ କଳାକେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଡା. ସତ୍ୟରଞ୍ଜନ ରାଉତରାୟ ଓ ସମ୍ମାନୀତ ଅତିଥି ଭାବରେ ଅବସରପ୍ରାପ୍ତ ଶିକ୍ଷକ ଜଳନ୍ଧର ସାହୁ ଓ ଜୀବନସାଥୀ ଫାଉଣ୍ଡେସନ୍‌ର ସଭାପତି ସ୍ୱେଚ୍ଛାସେବୀ ଯୋଗେନ୍ଦ୍ର ବେହେରା ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଶିବିର ଉଦ୍‌ଘାଟନ କରିଥିଲେ । ଅନୁଗୋଳ ରକ୍ତ ଭଣ୍ଡାର ପକ୍ଷରୁ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ମୋଟ ୧୨୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ରକ୍ତ ଭଣ୍ଡାର ଅଧିକାରୀ ହରେଶ ଚନ୍ଦ୍ର ଜେନାଙ୍କ ତତ୍ୱାବଧାନରେ ଡା.ରାଜଲକ୍ଷ୍ମୀ ଷଡଙ୍ଗୀ ରକ୍ତଦାତାମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ମନୋଜା ମଞ୍ଜରୀ ମହାପାତ୍ର,ଜୀବନ ଦାସ,ଅଶୋକ ପ୍ରଧାନ,କାମାକ୍ଷା ପ୍ରସାଦ ସାହୁ, ରମେଶ ଚନ୍ଦ୍ର ପାତ୍ର ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ଜୀବନସାଥୀ ଫାଉଣ୍ଡେସନ୍ ର ସମ୍ପାଦକ ସିଦ୍ଧାର୍ଥ ଶଙ୍କର ସାହୁ,ସାଗର କୁମାର ସାହୁ,ସୌମ୍ୟରଞ୍ଜନ ମାଝୀ, ଦେବଦତ ସାହୁ,ଅବିନାଶ ସାହୁ,ନିରୋଜ ଦାସ,ଧନଞ୍ଜୟ ଦାସ,ଧୀରୋଜ ଦାସ,କୃପାସିନ୍ଧୁ ବେହେରା,ଅବିନାଶ ପ୍ରଧାନ,ମନୋଜ କୁମାର ମହାପାତ୍ର,ସୁବ୍ରତ ପ୍ରଧାନ,ରଞ୍ଜିତ ପ୍ରଧାନ,ସରସ୍ୱତୀ କର,ସିପ୍ରା ବେରା ପ୍ରମୁଖ ରକ୍ତ ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ରକ୍ତଦାତା ମାନଙ୍କୁ ଅନୁଗୋଳ ରକ୍ତ ଭଣ୍ଡାର ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । କୋଭିଡ୍‌-୧୯ର ନିୟମକୁ ଅନୁସରଣ କରି ରକ୍ତଦାତାମାନେ ମୁହଁରେ ମାସ୍କ ପରିଧାନ ତଥା ସାମାଜିକ ଦୂରତା ରକ୍ଷା କରି ରକ୍ତଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.