Home ଅନୁଗୁଳ ଜୀବନସାଥୀ ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର; ୭୧ ୟୁନିଟ୍ ରକ୍ତ ସଂଗୃହୀତ

ଜୀବନସାଥୀ ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର; ୭୧ ୟୁନିଟ୍ ରକ୍ତ ସଂଗୃହୀତ

64

ତାଳଚେର,୫/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ପବିତ୍ର ଗୁରୁଦିବସ ଉପଲକ୍ଷେ ତାଳଚେରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୀବନସାଥୀ ଫାଉଣ୍ଡେସନ୍ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର କଳମଛୁଇଁ ପଂଚାୟତ ଅନ୍ତର୍ଗତ ମଝିକା ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ କଳମଛୁଇଁ ପଂଚାୟତର ପୂର୍ବତନ ସରପଂଚ ଜୀବନ ସାହୁ ଓ ସମ୍ମାନୀତ ଅତିଥି ଭାବରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷାବିତ୍ ଦୁଃଖବନ୍ଧୁ ସାହୁ,ମଝିକା ଗ୍ରାମ ସଭାପତି ହରେଶ ଚନ୍ଦ୍ର ପ୍ରଧାନ ଓ ଜୀବନସାଥୀ ଫାଉଣ୍ଡେସନ୍‌ର ସଭାପତି ସ୍ୱେଚ୍ଛାସେବୀ ଯୋଗେନ୍ଦ୍ର ବେହେରା ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଶିବିର ଉଦ୍‌ଘାଟନ କରିଥିଲେ । ଅନୁଗୋଳ ରକ୍ତ ଭଣ୍ଡାର ପକ୍ଷରୁ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଡାକ୍ଟର ଭଜମୋହନ ପାଲ ରକ୍ତଦାତାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ରକ୍ତ ଭଣ୍ଡାର ସଂଯୋଜକ ହରେଶ ଚନ୍ଦ୍ର ଜେନାଙ୍କ ତତ୍ୱାବଧାନରେ ଅନୀଲ ବିଶ୍ୱାଳ, ମଞ୍ଜୁଳାପ୍ରଭା ଶତପଥୀ,ଅଭିମନ୍ୟୁ ବେହେରା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ଏଥିରୁ ମୋଟ ୭୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଜୀବନସାଥୀ ଫାଉଣ୍ଡେସନ୍‌ର ସମ୍ପାଦକ ସିଦ୍ଧାର୍ଥ ଶଙ୍କର ସାହୁ,ସାଗର କୁମାର ସାହୁ,ସୁବ୍ରତ ପ୍ରଧାନ,କାଳନ୍ଦୀ ଚରଣ ସାହୁ,ଦିଲ୍ଲୀପ କୁମାର ସାହୁ,ସୁଧାଂଶୁ ସାହୁ,ପିନୁ ସାହୁ,ଜିତେନ୍ଦ୍ର ବେହେରା,ପଙ୍କଜ ଲୋଚନ ସାହୁ, ଶୁଭରଞ୍ଜନ ସାହୁ,ଚିଂଟୁ ସାହୁ,ଚନ୍ଦନ ସାହୁ,ଦିପ୍ତୀରଞ୍ଜନ ପ୍ରଧାନ,ଶୁଭକାନ୍ତ ସ୍ୱାଇଁ, ଜଗଦୀଶ ସାହୁ,ସତ୍ୟବାନ ବେହେରା ପ୍ରମୁଖ ରକ୍ତ ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ରକ୍ତଦାତାମାନଙ୍କୁ ଅନୁଗୋଳ ରକ୍ତଭଣ୍ଡାର ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । କୋଭିଡ୍‌-୧୯ର ନିୟମକୁ ପାଳନ କରି ରକ୍ତଦାତାମାନେ ମୁହଁରେ ମାସ୍କ ପରିଧାନ ତଥା ସାମାଜିକ ଦୂରତା ରକ୍ଷା କରି ରକ୍ତଦାନ କରିଥିଲେ । କରୋନା ମହାମାରୀ ସମୟରେ ରକ୍ତର ଘୋର ଅଭାବକୁ ଦୃଷ୍ଟିରେ ରଖି ଏହି ରକ୍ତଦାନ ଶିବିରର ଆୟୋଜନ କରାଯାଇଥିବାର ଆୟୋଜକଙ୍କ ସୂତ୍ରରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.