Home ଜିଲ୍ଲା ପରିକ୍ରମା ଜୀବନଶୈଳୀ ପରିବର୍ତନ ସାଂପ୍ରତିକ ମଣିଷ ପାଇଁ ଅପରିହାର୍ଯ୍ୟ, ତ୍ୟାଗଭୂମି ମହୋତ୍ସବର ୮ମ ସନ୍ଧ୍ୟା

ଜୀବନଶୈଳୀ ପରିବର୍ତନ ସାଂପ୍ରତିକ ମଣିଷ ପାଇଁ ଅପରିହାର୍ଯ୍ୟ, ତ୍ୟାଗଭୂମି ମହୋତ୍ସବର ୮ମ ସନ୍ଧ୍ୟା

11

ଭଦ୍ରକ, ୧୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଜିର ବ୍ୟସ୍ତବହୁଳ ଆଧୁନିକ ମଣିଷ ନିଜର ଭୌତିକ ବିକାଶ ଦିଗରେ ଯେତେ ତତ୍ପରତା ପ୍ରକାଶ କରନ୍ତି, ନିଜର ସ୍ୱାସ୍ଥ୍ୟଗତ ସମସ୍ୟାର ନିରାକରଣ ଓ ସୁସ୍ଥ ଜୀବନଯାପନ ନିମନ୍ତେ ଧ୍ୟାନ ଦିଅନ୍ତି ନାହିଁ। ନିରୋଗ ରହିବା ତଥା ଖାଦ୍ୟଶସ୍ୟ ଓ ପୋଷଣ ଦିଗ ପ୍ରତି ସଚେତନ ରହି ନିରାମୟ ଜୀବନ ଲାଭ ନିମିତ ସାଂପ୍ରତିକ ମଣିଷର ଜୀବନଶୈଳୀରେ ପରିବର୍ତନ ହେବା ଅପରିହାର୍ଯ୍ୟ ବୋଲି ତ୍ୟାଗଭୂମି ମହୋତ୍ସବର ଷଷ୍ଠ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଆଜିର ଏ ମଂଚ ମାଟିର ବିଶିଷ୍ଟ ସଂଗ୍ରାମୀ ମହମ୍ମଦ ହନିଫଙ୍କ ନାମରେ ନାମିତ ହୋଇଥିଲା। ତ୍ୟାଗଭୂମିର ଉପଦେଷ୍ଟା ସଦସ୍ୟ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ରବୀନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ୱରେ ‘ଆଧୁନିକ ମଣିଷ ଓ ପରିବର୍ତିତ ଜୀବନଶୈଳୀ’ ଶୀର୍ଷକ ଆଲୋଚନାଚକ୍ରର ଉଦଘାଟକ ଭାବେ ବାସୁଦେବପୁର ବିଧାୟକ ଅଶୋକ ଦାସ, ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ମନ୍ମଥ କୁମାର ପ୍ରଧାନ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଆଲୋଚକ ଡକ୍ଟର ନରୋତମ ପରିଡ଼ା ଓ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସ୍ୱାସ୍ଥ୍ୟ ବିଶେଷଜ୍ଞ ରୋହିତ ଦାଶ ଯୋଗଦେଇ ସୁସ୍ଥ ଜୀବନ ହିଁ ମଣିଷର ପ୍ରାଥମିକତା ଓ ଜୀବନର ସାରବତାର ନିକଟବର୍ତୀ ବୋଲି ମତବ୍ୟକ୍ତ କରିଥିଲେ। ଅଧିବକ୍ତା ମନୋରଞ୍ଜନ ଦାସ ଅତିଥିମାନଙ୍କୁ ମଂଚ ଆହ୍ୱାନ କରିଥିବା ବେଳେ ତ୍ୟାଗଭୂମି ଉପଦେଷ୍ଟା ସଦସ୍ୟ ଇଂ ଅମ୍ବିକା ବଲ୍ଲଭ ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସଭାପତି ଅଜୟ ନାୟକ, ସମ୍ପାଦକ ଗଦାଧର ବଳଙ୍କ ସମେତ ଡାକ୍ତର ବିକାଶ ନନ୍ଦ, ଡାକ୍ତର ସୁଧୀରଞ୍ଜନ ନାୟକ, ଡକ୍ଟର ଅଭୟ କୁମାର ଦାସ, ଡକ୍ଟର ବିଶ୍ୱରଞ୍ଜନ ଦାସ, ଅଶୋକ ଦ୍ୱିବେଦୀ, ବାବୁଲାଲ ଦାସ, ନାରୟଣଚନ୍ଦ୍ର ପାଢ଼ୀ, ପଦ୍ମନ ରାୟ, ବସୁମିତ୍ରା ସାହୁ, ଗୌରାଙ୍ଗ ବାରିକ୍‌, ସୁଧାକର ରାଉତ, ଇଂ ବସନ୍ତ ପାଣିଗ୍ରାହୀ, ସନାତନ ସାହୁ, ବାଦଲ ମହାପାତ୍ର, ସୀତାକାନ୍ତ ଦାସ, ସଂଗ୍ରାମ ମହାନ୍ତି, ଡକ୍ଟର ରାଧାରାଣୀ ମହାପାତ୍ର, ପ୍ରାଧ୍ୟାପିକା ଝରଣା ପଟ୍ଟନାୟକ, ବିଚିତ୍ରାନନ୍ଦ ମହାନ୍ତି, ଇଂ ଅଖିଳ କୁମାର ପାଢୀ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବେଳେ ସଦସ୍ୟ ଅମରେନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ। ପଦ୍ମନ ରାୟ, ବସୁମିତ୍ରା ସାହୁ, ଗୌରାଙ୍ଗ ବାରିକ୍‌, ସୁଧାକର ରାଉତ, ଇଂ ବସନ୍ତ ପାଣିଗ୍ରାହୀ, ସନାତନ ସାହୁ, ବାଦଲ ମହାପାତ୍ର, ସୀତାକାନ୍ତ ଦାସ, ସଂଗ୍ରାମ ମହାନ୍ତି, ଡକ୍ଟର ରାଧାରାଣୀ ମହାପାତ୍ର, ପ୍ରାଧ୍ୟାପିକା ଝରଣା ପଟ୍ଟନାୟକ, ବିଚିତ୍ରାନନ୍ଦ ମହାନ୍ତି, ଇଂ ଅଖିଳ କୁମାର ପାଢୀ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବେଳେ ସଦସ୍ୟ ଅମରେନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.