Home ଜିଲ୍ଲା ପରିକ୍ରମା ଜିଲ୍ଳା ଶ୍ରମ ଅଧିକାରୀଙ୍କ ବଦଳି ପାଇଁ ଶ୍ରମ ଅଫିସରେ ଶ୍ରମିକ ସଂଘଠନ ର ଆନ୍ଦୋଳନ

ଜିଲ୍ଳା ଶ୍ରମ ଅଧିକାରୀଙ୍କ ବଦଳି ପାଇଁ ଶ୍ରମ ଅଫିସରେ ଶ୍ରମିକ ସଂଘଠନ ର ଆନ୍ଦୋଳନ

8

ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଶ୍ରମ ଅଧିକାରୀ ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ନାନାଦି ହଇରାଣ ହରକତ ହେଉଛନ୍ତି ଶ୍ରମିକ ମାନେ। ତେଣୁ ଏଥିପାଇଁ ତୀବ୍ର ପତିକ୍ରିୟା ଶୀଳ ହୋଇ ପଡିଛି ଭଦ୍ରକ ଜିଲ୍ଲା ଶ୍ରମିକ ସଙ୍ଘ ସମନ୍ୱୟ ସମିତି. ଆଜି ଶ୍ରମ ଅଧିକାରୀ ଙ୍କ ବଦଳି ଦାବିରେ ଆଜି ଜିଲ୍ଳା ଶ୍ରମ କାର୍ଯ୍ୟାଳୟ ଆଗରେ ଶୋଭାଯାତ୍ରା କରିବା ସହ ଆନ୍ଦୋଳନ କରୁଛନ୍ତି। ଜିଲ୍ଲା ଶ୍ରମ ଅଧିକାରୀ ଙ୍କ ମେରୀ ରାୟ ନୀତି ଯୋଗୁଁ ନୂଆ ଲେବର କାର୍ଡ ହେଉ ନାହିଁ କି ପୁରୁଣା କାର୍ଡ ର ରିନୁଆଲ ହେଉନାହିଁ। କେବଳ ସେତିକି ନୁହେଁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ରେ ହଜାର ହଜାର ସଂଖ୍ୟା ରେ ଶିକ୍ଷା, ବିବାହ, ମୃତ୍ୟୁ ସହାୟତା ଆଦି ପାଇଁ ଆବେଦନ ପତ୍ର ମାସ ମାସ ହେଲା ପଡି ରହିଥିଲେ ମଧ୍ୟ ତାହାକୁ ମଂଜୁର କରୁ ନାହାନ୍ତି। ଫଳରେ ଇତି ମଧ୍ୟରେ ଅନେକ ଶ୍ରମିକ ମୃତ୍ୟୁ ବରଣ କରିଗଲେଣି । ସେମାନଙ୍କ ପରିବାର ଲୋକ ମାନେ ଆର୍ôଥକ ଅନଟନ ରେ ଗତି କରୁଛନ୍ତି। ଭଦ୍ରକ ଜିଲ୍ଲାପାଳ ଏହା ଜାଣି ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଈ କାର୍ଯ୍ୟ ସମାପ୍ତ କରିବାକୁ ନିର୍ଦେଶ ସେଇଥିଲେ ମଧ୍ୟ ଜିଲ୍ଲା ଶ୍ରମ ଅଧିକାରୀ ତାହାକୁ ପାଳନ କରୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଆଜି ଶହ ଶହ ଶ୍ରମିକ ମାନେ ଆସି ଶ୍ରମ କାର୍ଯ୍ୟଳୟ ଆଗରେ ଆନ୍ଦୋଳନ କରୁଛନ୍ତି ତୁରନ୍ତ ଶ୍ରମ ଅଧିକାରୀ ଙ୍କୁ ବଦଳି ପାଇଁ ଦାବୀ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.