କେନ୍ଦ୍ରାପଡ଼ା ୧୪ -୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲା ସମଗ୍ର ଶିକ୍ଷା ପ୍ରକଳ୍ପ ଆନୁକୂଲ୍ୟରେ ପୈାରସଂସ୍ଥା ଟାଉନହଲ ପରିସରରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ରବିବାର ପୂର୍ବାହ୍ନରେ କେନ୍ଦ୍ରାପଡା ମଣ୍ଡଳ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଦଳାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ମହୋତ୍ସବକୁ ଉଦ୍ଘାଟନ କରି କହିଥିଲେ ଯେ ଭାରତର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜନ୍ମ ଦିବସକୁ ଶିଶୁ ଦିବସ ଭାବେ ପାଳନ କରାଯାଉଛି। ଆଜି ସେହି ପବିତ୍ର ଦିବସରେ ସ୍ୱାମୀ ବିବେକାନନ୍ଦ, ଗୋପବନ୍ଧୁ ଓ ମଧୁସୂଦନଙ୍କ ଭଳି ମହାମନିଷିଙ୍କଠାରୁ ଆମେ ଜାଣିଛେ ଯେ ଶିଶୁ ହେଉଛନ୍ତି ଦେଶର ଭବିଷ୍ୟତ। ସେମାନଙ୍କ ମନରେ ଥରେ ଯାହା ଭର୍ତ୍ତି ହୋଇଯାଏ ତାହା ଭବିଷ୍ୟତରେ ବିକଶିତ ହୋଇଥାଏ। ପିଲାମାନଙ୍କ ଶୈକ୍ଷିକ, ଆଧ୍ୟାମିôକ ଓ ଶାରୀରିକ ବିକାଶ ନିମନ୍ତେ “ସୁରଭି” ଭଳି କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି। ଏହାଦ୍ୱାରା ଶିଶୁମାନଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶ ସହିତ ସେମାନେ ସେମାନଙ୍କ ଦକ୍ଷତାକୁ ପ୍ରତିପାଦନ କରିପାରିଥାନ୍ତି। ପ୍ରତିଯୋଗୀ ଶିଶୁମାନଙ୍କ ଭବିଷ୍ୟତର ଉଜ୍ଜ୍ୱଳ କାମନା କରିଥିଲେ ମୁଖ୍ୟ ଅତିଥି ଡଃ. ତ୍ରିପାଠୀ। ଉତ୍ସବରେ ମୁଖ୍ୟ ବକ୍ତାଭାବେ ଯୋଗଦେଇଥିବା କେନ୍ଦ୍ରାପଡା ଜବାହର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ରାମହରି ସିୟାଲ ସୁରଭି ଭଳି ମହୋତ୍ସବର ଆୟୋଜନ ଦ୍ୱାରା ଛୋଟ ଛୋଟ ପିଲାମାନଙ୍କ ଭିତରେ ଥିବା ସୁଗନ୍ଧ ପ୍ରଷ୍ଫୁଟିତ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ଜାତୀୟ ସ୍ତରର ଶିକ୍ଷାକ୍ଷେତ୍ରରେ ଆମ ରାଜ୍ୟର ଉତ୍କର୍ଷତା ହ୍ରାସ ପାଉଥିବା ବେଳେ ଏଭଳି ପ୍ରତିଯୋଗୀତାର ଆୟୋଜନ ଅବସମ୍ଭାବି ହୋଇପଡିଛି ବୋଲି ସେ କହିଥିଲେ। ସମଗ୍ର ଦେଶରେ ଶାନ୍ତି ପ୍ରତିଷ୍ଠା ପାଇଁ ଏହି ଛୋଟ ଛୋଟ ପିଲାଙ୍କୁ ଶିକ୍ଷା ପ୍ରଦାନ କରାଯିବା ନିତ୍ୟାନ୍ତ ଆବଶ୍ୟକ। ଉତ୍ସବରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରିଣୀ ମମତାରାଣୀ ପରିଡା, ଡେରାବିଶ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ କୁମାର ବେହେରା ଓ ମାହାକାଳପଡା ମଣ୍ଡଳ ଶିକ୍ଷା ଅଧିକାରୀ ତନ୍ମୟ କୁମାର ବେହେରା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ସମଗ୍ର ଶିକ୍ଷା ଅଭିଯାନର ଅନୁସୂଚିତ ଜାତି ଓ ଜନଜାତି ସଂଯୋଜିକା କିରଣତୃଷ୍ଣା ସାହୁ ସ୍ୱାଗତ ଭାଷଣ ସହ ମହୋତ୍ସବର ବିବରଣୀ ଉପସ୍ଥାପନ କରିଥିଲେ। ସିଆରସିସି ଅନନ୍ତ କୁମାର ପରିଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମା’ ମଙ୍ଗଳା ଉ.ପ୍ରା. ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାଧାନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସମଗ୍ର ଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ସଞ୍ଜିବ କୁମାର ସିଂହ ବହୁ ବିଳମ୍ବରେ ଉତ୍ସବସ୍ଥଳରେ ପହଞ୍ଚିଥିବା ବେଳେ ଜିଲ୍ଲା ପ୍ରଶାସନର କୈାଣସି ଅଧିକାରୀ ଉତ୍ସବରେ ଉପସ୍ଥିତ ନଥିଲେ। ଏହି ମହୋତ୍ସବକୁ କେନ୍ଦ୍ରାପଡା ବିଆରସିସି ସୁବାଷ ଚନ୍ଦ୍ର ବିଶ୍ୱାଳ, ଅଞ୍ଜନ କୁମାର ରାଉତ, ସେଖ ମହମଦ ଫାୟାଜୁଦିନ, ସେଖ ଜଲାଲୁଦ୍ଦିନ, ବିନୋଦ କୁମାର ବେହେରା, ମହମଦ ଅସଗର ଅଲ୍ଲୀ, ମହମଦ ଗୟାସୁଦ୍ଦିନ, ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ଜେନା, ରାଜେନ୍ଦ୍ର କୁମାର ରାଉତ, ସୈାମ୍ୟରଞ୍ଜନ ବେହେରା, ବଳଦେବ ଜେନା, ସିଆରସିସି ଗିରିଧାରି ସାହୁ ପ୍ରମୁଖ ଜିଲ୍ଲାର ସମସ୍ତ ବିଆରସିସି, ସିଆରସିସି ଓ ଶିକ୍ଷକମାନେ ପରିଚାଳନା କରିଥିଲେ। ଅପରାହ୍ନରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ଜିଲ୍ଲା ସ୍ତରୀୟ ତର୍କ, ରଚନା, ପୋଷ୍ଟର, ସୋଲ ସଙ୍ଗୀତ ଓ ସାଂସ୍କୃତିକ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସିଂହ ଓ ମଣ୍ଡଳ ଶିକ୍ଷା ଅଧିକାରୀମାନେ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।