Home ଜିଲ୍ଲା ପରିକ୍ରମା ଜିଲ୍ଲା ସ୍ତରୀୟ ଫୁଟବଲ ପ୍ରତିଯୋଗତା ଉଦଘାଟିତ

ଜିଲ୍ଲା ସ୍ତରୀୟ ଫୁଟବଲ ପ୍ରତିଯୋଗତା ଉଦଘାଟିତ

15

ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଥ୍ ଲେଟିକ ସଂଘ ଆନୁକୂଲ୍ୟରେ , ରାମେଶ୍ୱର ପଡିଆ ,ରାନ୍ଦିଆ ଠାରେ ୨ ଜାନୁଆରୀ ରୁ ଆରମ୍ଭ ହୋଇ ୧୩ ଜାନୁଆରୀ ରେ ସମାପ୍ତ ହେବ। ଏହି ପ୍ରତିଯୋଗିତାର ଉଦଘାଟନ ମ୍ୟାଚ୍ ରେ ଜଗନ୍ନାଥପୁର ଫୁଟବଲ୍ କ୍ଲବ ଭଦ୍ରକ ଓ ଚାନ୍ଦବାଲି ଏନ୍‌ଏସି ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ଏହି ପ୍ରତିଯୋଗିତାରେ ଜଗନ୍ନାଥପୁର ୩/୨ ଗୋଲ୍ ରେ ଚାନ୍ଦବାଲି କୁ ପରାସ୍ତ କରିଥିଲା । ଏହି ପ୍ରତିଯୋଗିତା ରେ ଅତିଥି ରୂପେ ଏସ୍ ବି ଡି ଇଂଟରନେସନାଲ୍ ସ୍କୁଲ ର ପ୍ରତିଷ୍ଠାତା ଓ ସମାଜସେବୀ ଆନନ୍ଦାନନ୍ଦ ଦୀକ୍ଷିତ୍ ଓ ବରିଷ୍ଠ ନାଗରିକ ପ୍ରମୋଦ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ ।ଏହି ପ୍ରତିଯୋଗିତା ଟି ଭଦ୍ରକ ଆଥିଲେଟିକ ସଂଘ ର ସଂପାଦନ ଧିରେନ୍ ପଲାଇ ଙ୍କ ତତ୍ୱାବଧାନ ରେ ସୌମ୍ୟକାନ୍ତ ଉପାଧ୍ୟାୟ ଙ୍କ ଦ୍ୱାରା ପରିଚାଳନା କରାଯାଇଛି। ଏହି ମ୍ୟାଚ କୁ ରବିନାରାୟଣ ଓଝା ,ଉତମ ବାରିକ , ସଂଗ୍ରାମୀ ଦେବଦଉ ନାୟକ ଓ ମହେଶ୍ୱର ପତି ପ୍ରମୁଖ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.