Home ଜିଲ୍ଲା ପରିକ୍ରମା ଜିଲ୍ଲା ସ୍ତରୀୟ ଗାନ୍ଧି ଜୟନ୍ତୀ ପାଳନ ପ୍ରସ୍ତୁତି ବୈଠକ

ଜିଲ୍ଲା ସ୍ତରୀୟ ଗାନ୍ଧି ଜୟନ୍ତୀ ପାଳନ ପ୍ରସ୍ତୁତି ବୈଠକ

24

ଭଦ୍ରକ, ୨୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗାମୀ ଅକ୍ଟୋବର ୨ରେ ପାଳିତ ହେବାକୁ ଥିବା ଗାନ୍ଧି ଜୟନ୍ତୀ ଭଦ୍ରକ ଜିଲ୍ଲା ସ୍ତରରେ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ ଏବଂ ସଂପୃକ୍ତ ବିଭାଗୀୟ ଅଧିକାରୀ ଓ ଅନ୍‌ୁଷ୍ଠାନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ଜିଲ୍ଲା ସ୍ତରରେ ଗାନ୍ଧୀ ଜୟନ୍ତୀ ପାଳନ ଉପଲକ୍ଷେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ପ୍ରଦତ୍ତ ମାର୍ଗ ଦର୍ଶିକା ଆଧାରରେ ଆଲୋଚନା କରାଯାଇ ପାଳନ କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରାଯାଇଥିଲା । ଉକ୍ତ ଜୟନ୍ତୀ ପାଳନ ଉପଲକ୍ଷେ ପ୍ରତ୍ୟୁଷରୁ ଭଦ୍ରକ ପୌରାଞ୍ଚଳରେ ରାମଧୂନ ପରିକ୍ରମା କରାଯିବ । ସକାଳ ଘ.୬.୩୦ରେ ଐତିହାସିକ ଗାନ୍ଧି ପଡ଼ିଆରେ ବିଦ୍ୟାଳୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ମାନବ ଶୃଙ୍ଖଳ ଆୟୋଜନ କରାଯିବ । ସକାଳ ଘ.୭.୩୦ରେ ଗାନ୍ଧିପଡ଼ିଆରେ ଥିବା ଗାନ୍ଧୀ ମୂର୍ତ୍ତି ସହିତ ଭଦ୍ରକ ସହରରର ମୁଖ୍ୟ ରାସ୍ତା ପାଶ୍ୱର୍ରେ ପ୍ରମୁଖ ସ୍ଥାନରେ ଥିବା ସମସ୍ତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ । ସକାଳ ୮ଟାରେ ଜିଲ୍ଲା ସଂସ୍କୃତି ଭବନରେ ଉକ୍ତ ଜୟନ୍ତୀ ପାଳନ ଉପଲକ୍ଷେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ । ଏଥିରେ ସର୍ବଧର୍ମ ପ୍ରାର୍ଥନା, ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ଗାନ୍ଧିଙ୍କ ପ୍ରିୟ ଆଶ୍ରମ ଭଜନ ବୈଷ୍ଣବ ଜନ ତୋ ଓ ରଘୁପତି ରାଘବ ରାଜାରାମ ପରିବେଷଣ କରାଯିବ । ଏହି ଜୟନ୍ତୀ ଉପଲକ୍ଷେ ପୂର୍ବରୁ ହାଇସ୍କୁଲ ସ୍ତରରେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯିବ । ଅପରାହ୍ନ ୫ଟାରେ ଗରଦପୁର ସ୍ଥିତ ଗାନ୍ଧି ଓଡ଼ିଶା ବାଳାଶ୍ରମରେ ଗାନ୍ଧି ବିଚାର ଓ ଦର୍ଶନ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ଗାନ୍ଧି ଓଡ଼ିଶା ବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସ, ଗାନ୍ଧି ବିଚାର ମଞ୍ଚର ସଭାପତି ଶାନ୍ତନୁ କୁମାର ରାଉତ, ଗାନ୍ଧି ଶାନ୍ତି ପ୍ରତିଷ୍ଠାନର ସଭାପତି ପବନ ଶର୍ମା ପ୍ରମୁଖଙ୍କ ସହ ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ, ଭଦ୍ରକ ପୌରପାଳିକାର କର୍ମଚାରୀ ପ୍ରମୁଖ ଏହି ପ୍ରସ୍ତୁତି ବୈଠକର ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମର ଆବାହକ ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ସଂଯୋଜନାରେ ଏହି ବୈଠକ ଆୟୋଜିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.