Home ଜିଲ୍ଲା ପରିକ୍ରମା ଜିଲ୍ଲା ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା, ୭୫ ବିଭାଗରେ ୪୪୨ ପ୍ରତିଯୋଗୀ ଭାଗ ନେଲେ

ଜିଲ୍ଲା ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା, ୭୫ ବିଭାଗରେ ୪୪୨ ପ୍ରତିଯୋଗୀ ଭାଗ ନେଲେ

3

ଭଦ୍ରକ, ୧୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଥ୍‌ଲେଟିକ୍ ଆସୋସିଏସନ୍ ଆନୁକୂଲ୍ୟରେ ଭଦ୍ରକ କଲେଜ ପଡ଼ିଆରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଆଜି ଆରମ୍ଭ ହୋଇଛି। ଏହି ପ୍ରତିଯୋଗିତରେ ଜିଲ୍ଳାର ୭ଟି ବ୍ଳକ ସ୍ତରରୁ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ କ୍ଲବ୍ ସ୍ତରର ୧୪, ୧୬, ୧୮, ୨୦, ୨୩ ବର୍ଷରୁ କମ୍ ବର୍ଗର ବାଳକ ବାଳିକା ଉଭୟ ଜୁନିଆର୍ ଓ ସିନିୟର୍ ବିଭାଗରେ ମିଶି ମୋଟ ୪୪୨ ଜଣ ପ୍ରତିଯୋଗୀ ୭୫ ଗୋଟି ବିଭାଗରେ ଭାଗ ନେଇଛନ୍ତି। ଏହି ପ୍ରତିଯୋଗିତାକୁ ଭଦ୍ରକ ଜିଲ୍ଲାପାଳ ତଥା ଆଥ୍‌ଲେଟିକ୍ ଆସୋସିଏସନ୍‌ର ସଭାପତି ଦିଲୀପ ରାଉତରାଏ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ଆସୋସିଏସନର ସମ୍ପାଦକ ଧୀରେନ ପଲାଇ, ବରେଣ୍ୟ ଅତିଥି ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଦୁର୍ଗା ଶଙ୍କର ଦାସ, କ୍ରୀଡ଼ା ସ୍ୱତନ୍ତ୍ର ଅଧିକାରୀ ରମେଶ ଚନ୍ଦ୍ର ମହାନ୍ତି, ଆସୋସିଏସନ୍‌ର ସହସମ୍ପାଦକ ଅତିସ୍ କୁମାର ବେହେରା, କୋଷାଧ୍ୟକ୍ଷ ବ୍ୟୋମକେଶ ସେନାପତି, ସଦସ୍ୟ ଭବତୋଷ ଦାସ, ରବିନାରାୟଣ ପାଣିଗ୍ରାହୀ, ବେଦ ପ୍ରକାଶ ଗୁପ୍ତା, ସଞ୍ଜିବ ଦାସ, ରବିନାରାୟଣ ଓଝା, ମନୋଜ ସାହୁ, ସୁଶିଲ ପଟ୍ଟନାୟକ, ବାଇଧର ମହାକୁଡ଼, ଲକ୍ଷ୍ମଣ ବାରିକ, ଯଦ୍‌ବୀର ପ୍ରତାପରାୟ ପ୍ରମୁଖ ଯୋଗ ଦେଇଥିଲେ। ଅତିସ୍ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ଜିଲ୍ଲର ବରିଷ୍ଠ ପର୍ବତାରୋହୀ ବିଜୟ କୁମାର ଗୁପ୍ତା, ବକ୍ସର କମଳାକାନ୍ତ ସାହୁ, ରେସ୍‌ଲର୍ ଶିବପ୍ରସାଦ ରାୟ, ଜାତୀୟ ସ୍ତରର ଫୁଟ୍‌ବଲ ଖେଳାଳୀ ଇପ୍‌ସିତା ରାଉତ, ଜାତୀୟ ସ୍ତରର ଆଥ୍‌ଲେଟିକ୍ ହରିଶଙ୍କର ପାଣିଗ୍ରାହୀ, ଜାତୀୟ ସ୍ତରର ସାଇକ୍ଲିଷ୍ଟ୍ ସସ୍ମିତା ପଣ୍ଡା, ରାଜ୍ୟସ୍ତରୀୟ ସାଇକ୍ଲିଷ୍ଟ୍ ହର୍ଷିତ୍ ନାୟକ, ସତ୍ୟଜିତ୍ ଘୋଚ୍ଛାୟତ, ସଚିନ ଜେନା, ଅନୁସୟା ନନ୍ଦୀ, ସୂର୍ଯ୍ୟକାନ୍ତ ରାଉଳଙ୍କୁ ସମ୍ମାନିତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.