Home ଜିଲ୍ଲା ପରିକ୍ରମା ଜିଲ୍ଲା ସ୍ତରୀୟ କବି ଶ୍ରୀ ଜୟଦେବ ଜୟନ୍ତି-୨୦୨୫ ପାଳିତ

ଜିଲ୍ଲା ସ୍ତରୀୟ କବି ଶ୍ରୀ ଜୟଦେବ ଜୟନ୍ତି-୨୦୨୫ ପାଳିତ

18

ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ କବି ଶ୍ରୀ ଜୟଦେବ ଜୟନ୍ତି-୨୦୨୫ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଦିଲିପ୍ ରାଉତରାଏ, ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ , ଡେପୁଟୀ କଲେକ୍ଟର କାର୍ତିକ ନାଥ ମଣ୍ଡଳ, ଜିଲ୍ଲା ସଂସ୍କୃତି ଅଧିକାରିଣୀ ତନୁଜା ସିକ୍ରା, ଅତିରିକ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶାଶ୍ୱତ ପଟ୍ଟନାୟକ, ପଣ୍ଡିତ ଦୈତାରି ମହାପାତ୍ର, ପ୍ରାଧ୍ୟାପକ ତଥା ଅଧ୍ୟକ୍ଷ, ଆଖଣ୍ଡଳମଣି +୨ ମହାବିଦ୍ୟାଳୟ ନିହାର ରଞ୍ଜନ କର, ଅଧ୍ୟକ୍ଷ , ବେଷ୍ଟ ଇଞ୍ଜିନିୟରିଂ କଲେଜ ରବୀନ୍ଦ୍ର କୁମାର ଜେନା ଶ୍ରୀ ଜୟଦେବ ଙ୍କ ମହାନତା ଓ ଗୀତ ଗୋବିନ୍ଦ ବିଷୟ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଏହି ଅବସରରେ ମନମୋହନ ସଙ୍ଗୀତ ପରିଷଦ,ସାଇ ନୃତ୍ୟକଳା ପରିଷଦ, ମନ୍ଦୀର, ଡାନ୍ସ ଗ୍ରୁପ୍‌, ମୟୁରି ଏକାଡେମୀ ଓ ଉତ୍ସବ ତରଫରୁ ଓଡିଶୀ ନୃତ୍ୟ ପରିବେଷଣ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.