Home ଜିଲ୍ଲା ପରିକ୍ରମା ଜିଲ୍ଲା ସ୍ତରୀୟ କବାଡ଼ି ଚୟନ ପ୍ରକିୟା ଫେବ୍ରୁଆରୀ ୮,ରେ ଅନୁଷ୍ଠିତ ହେବ

ଜିଲ୍ଲା ସ୍ତରୀୟ କବାଡ଼ି ଚୟନ ପ୍ରକିୟା ଫେବ୍ରୁଆରୀ ୮,ରେ ଅନୁଷ୍ଠିତ ହେବ

2

ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ – ରାଜ୍ୟ ସ୍ତରୀୟ ପୁରୁଷ ଓ ମହିଳା କବାଡି ପ୍ରତିଯୋଗିତା ନିମନ୍ତେ ଭଦ୍ରକ ଜିଲ୍ଲା ଆଥଲେଟିକ୍ ସଂଘ ତରଫରୁ ଆସନ୍ତା ଫେବ୍ରୁଆରୀ ୮, ତାରିଖ ୨୦୨୬ ଦିନ ୮ ଟା ସମୟ ରେ ଭଦ୍ରକ କଲେଜ ପଡ଼ିଆରେ ଜିଲ୍ଲା ସ୍ତରୀୟ ପୁରୁଷ ଓ ମହିଳା କବାଡି ଖେଳାଳୀ ମାନଙ୍କ ର ଏକ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ ବୋଲି ଭଦ୍ରକ ଜିଲ୍ଲା ଆଥଲେଟିକ ସଂଘ ର ସଂପାଦକ ଧିରେନ୍ ପଲାଇ ଏକ ପ୍ରେସ୍ ବିବୃତି ରେ ସୁଚନା ଦେଇଛନ୍ତି । ଖେଳାଳୀ ମାନେ ନିଜର ଜନ୍ମଗତ ପ୍ରମାଣ ପତ୍ର ଅଥବା ଆଧାର ର ନକଲ ନେଇ ଆସିଥିବେ ।ସମସ୍ତ ଖେଳାଳୀ ସକାଳ ୮ ଟା ପୂର୍ବରୁ ପହଞ୍ଚିବା କୁ ସୂଚିତ କରାଯାଇଛି। ଅଧିକ ସୂଚନା ପାଇଁ ୯୭୭୭୬୩୩୦୧୦ ମୋବାଇଲ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.