Home ଜିଲ୍ଲା ପରିକ୍ରମା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କଲେ କେନ୍ଦ୍ରାଞ୍ଚଳ ଉପନିର୍ଦ୍ଦେଶକ

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କଲେ କେନ୍ଦ୍ରାଞ୍ଚଳ ଉପନିର୍ଦ୍ଦେଶକ

24

ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର କେନ୍ଦ୍ରାଞ୍ଚଳ ଉପନିର୍ଦ୍ଦେଶକ ହେମନ୍ତ କୁମାର ନାୟକଙ୍କ ତିନି ଦିନିଆ ଗସ୍ତ କାର୍ଯ୍ୟକ୍ରମରେ ମୟୁରଭଞ୍ଜ, ବାଲେଶ୍ୱର ଜିଲ୍ଲା ପରେ ଆଜି ପୂର୍ବାହ୍ନରେ ଆସି ଶ୍ରୀ ନାୟକ ଭଦ୍ରକ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ପହଞ୍ôଚଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଓ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀ ତାପସ କୁମାର ନାୟକ, ମୀନାକ୍ଷୀ ଗରାବଡ଼ୁ ଓ ସୁରେଶ ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। କାର୍ଯ୍ୟାଳୟର କାର୍ଯ୍ୟଧାରା ସମ୍ବନ୍ଧରେ ସମୀକ୍ଷା କରିବାକୁ ଯାଇ ବିଭିନ୍ନ ରେଜିଷ୍ଟର, କ୍ୟାଶ୍‌ବୁକ୍‌, ଉପସ୍ଥାନ ଖାତା ଓ ନିର୍ଦ୍ଦିଷ୍ଟ କେତେକ ଫାଇଲପତ୍ର ତଦାରଖ କରିଥିଲେ। କର୍ମଚାରୀ ନଥିବାରୁ ସୂଚନା କେନ୍ଦ୍ର-ତଥା-ପଠନଗାର, ଆରଡ଼ି ଦୀର୍ଘ ବର୍ଷ ଧରି ଖୋଲାଯାଇ ନପାରିବା, ସୂଚନା କେନ୍ଦ୍ର-ତଥା-ପଠନଗାର ଭଦ୍ରକ ମଧ୍ୟ ଠିକ୍ ଭାବେ କାର୍ଯ୍ୟକ୍ଷମ ହୋଇ ନ ପାରିବା ସମ୍ବନ୍ଧରେ ଅବଗତ ହେବା ସହ ଉକ୍ତ ସମସ୍ୟା ସମ୍ବନ୍ଧରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ନେଇ ସୂଚନା ପ୍ରଦାନ କରିଥିଲେ। ସେହିଭଳି ଅପରେଟର ପଦବୀ ଶୂନ୍ୟ ଥିବାରୁ ସଭା ସମିତିରେ ଡ଼ାକବାଜି ଯନ୍ତ୍ରର ଉପଯୋଗ ଓ ପ୍ରଚାର କାର୍ଯ୍ୟ ବାଧାପ୍ରାପ୍ତ ହେବା ସମ୍ବନ୍ଧରେ ମଧ୍ୟ ହୃଦବୋଧ କରିଥିଲେ।

ବିଶେଷ କରି କାର୍ଯ୍ୟାଳୟ କୋଠାଘର ର ଦୁରାବସ୍ଥା ଦେଖି କ୍ଷୋଭ ପ୍ରକାଶ କରିଥିଲେ। କାର୍ଯ୍ୟାଳୟ କୋଠା ଘରର ଛାତରୁ ପାଣି ଗଳିବା ଅବସ୍ଥା, ଚଟାଣରେ ଟାଇଲ ସବୁ ତଳକୁ ଗଳିଯିବା, ଭଙ୍ଗା ଝରକା, କାନ୍ଥରୁ ପ୍ଲାଷ୍ଟର ଛାଡ଼ିଯିବା, ପ୍ରାଚୀର ଓ ଫାଟକ ନଥିବାରୁ କାର୍ଯ୍ୟାଳୟ ସମ୍ମୁଖ ଜାଗା ଓ ପୋର୍ଟିକୋ ଜନସାଧାରଣଙ୍କ ପାଇଁ ପାର୍କିଂ ଜାଗା ହୋଇଯିବା, କୋଠା ଚାରିପାଖରେ ଅଳିଆ ପଡ଼ିବା, ସନ୍ଧ୍ୟାରେ ଅସାମାଜିକ ଲୋକଙ୍କ ଆଡ଼୍‌ଡ଼ା ହେବା ଇତ୍ୟାଦି ସମସ୍ୟା ସମ୍ବନ୍ଧରେ ଶୁଣିଥିଲେ ଏବଂ ନିଜେ ସମସ୍ତ ଅବସ୍ଥାକୁ ପରିଦର୍ଶନ କରିଥିଲେ। କାର୍ଯ୍ୟାଳୟର ଆସବାବପତ୍ର ବିଶେଷ କରି ପଠନାଗାର ର ବହି, ଆଲମୀରା, ର‌୍ୟାକ୍ ଆଦି ରଖିବା ସ୍ଥାନାଭାବ ଜନିତ ସମସ୍ୟା ସମ୍ବନ୍ଧରେ ମଧ୍ୟ ଅବଗତ ହୋଇଥିଲେ। ୧୯୯୪ ମସିହାରୁ ୪୪ ଦିନିଆ ଆଡ଼ହକ୍ ଭାବେ ନିଯୁକ୍ତ ପାଇଥିବା କାର୍ଯ୍ୟାଳୟର ଦୁଇ କର୍ମଚାରୀ ଚାକିରୀ ନିୟମିତ ହେବା ନେଇ ମଧ୍ୟ ଉପନିର୍ଦ୍ଦେଶକଙ୍କୁ ଆବେଦନ କରିଥିଲେ। ସମସ୍ତ ମୁଖ୍ୟ ସମସ୍ୟା ଗୁଡ଼ିକର ସମାଧାନ ପାଇଁ ପଦକ୍ଷେପ ନିଆଯିବା ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବା ନେଇ ଶ୍ରୀ ନାୟକ ସୂଚନା ଦେବା ସହିତ କିଛି ସମସ୍ୟାର ସୁଧାର ପାଇଁ ଜିଲ୍ଲା ପ୍ରଶାସନର ସହଯୋନେଇ ପଦକ୍ଷେପ ନେବାକୁ କାର୍ଯ୍ୟରତ ଅଧିକାରୀଙ୍କୁ ପରାମର୍ଶ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.