Home ଜଗତସିଂହପୁର ଜିଲ୍ଲା ସଦରମହକୁମା ଚିକିତ୍ସାଳୟର ସଭାକକ୍ଷରେ ଜିଲ୍ଲ୍।ସ୍ତରୀୟ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

ଜିଲ୍ଲା ସଦରମହକୁମା ଚିକିତ୍ସାଳୟର ସଭାକକ୍ଷରେ ଜିଲ୍ଲ୍।ସ୍ତରୀୟ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ

130

ଜଗତସିଂହପୁର- ୧୨/୭ (ଓଡ଼ିଆ ପୁଅ/ନୃସିଂହ ଚରଣ ବାରିକ) – ଆଜି ଜିଲ୍ଲ୍। ସ୍ୱାସ୍ଥ୍ୟ ସମିତି, ଜଗତସିଂହପୁର ପକ୍ଷରୁ ଜିଲ୍ଲା ସଦର ମହକୁମା ତିକିତ୍ସାଳୟର ନୂତନ ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ ହୋଇ ଯାଇଅଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦର ସଭାପତି ଶ୍ରୀମତୀ ପ୍ରିୟଦର୍ଶିନୀ ବିଶ୍ୱାଳ କହିଲେ ପରିବାର ନିୟୋଜନ ବିନା ମାଆ ଓ ଶିଶୁର ସ୍ୱାସ୍ଥ୍ୟ ସଠିକ୍ ଭାବରେ ରଖିବା କଷ୍ଟକର। ଜନସଂଖ୍ୟାକୁ ରୋକିବା ପାଇଁ ସମସ୍ତଙ୍କ ମଧ୍ୟରେ ସଚେତନତା ଦରକାର। ଏହି ଉତ୍ସବରେ ଅଧ୍ୟକ୍ଷତା କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଅଜୟ କୁମାର ବୈଠାରୁ କହିଲେ ବିଶ୍ୱରେ ଜନସଂଖ୍ୟା ଦୃତଗତିରେ ବଢି ଚାଲିଛି। ୧୮୦୦ ମସିହାରେ ସମଗ୍ର ବିଶ୍ୱରେ ଜନସଂଖ୍ୟା ୨ ବିଲିୟନ ଥିବାବେଳେ ୨୦୧୯ ମସିହାରେ ଜନସଂଖ୍ୟା ୭.୭ ବିଲିୟନରେ ପହଞ୍ôଚ ସାରିଲାଣି, ଯାହାକି ଚିନ୍ତାର କାରଣ ଅଟେ। ଜନସଂଖ୍ୟା ବୃଦ୍ଧି ହେବା ଫଳରେ ଶିଶୁ ଓ ମାତୃ ମୃତ୍ୟୁହାର ବଢିଚାଲିଛି। ଏହି ଉତ୍ସବରେ ଅତିରିକ୍ତ ଚିକିତ୍ସା ଅଧିକାରୀ (ପରିବାର କଲ୍ୟାଣ)ଡା.ବସନ୍ତ କୁମାର ବାରିକ ଯୋଗଦେଇ କହିଲେ ଗୋଟିଏ ଦେଶର ଜନସଂଖ୍ୟାକୁ ନିୟନ୍ତ୍ରଣ କରିବାରେ ଶିକ୍ଷାର ଆବଶ୍ୟକତା ରହିଛି। ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ନିକଟରେ ପହଞାଇବା ଦରକାର। ଆଶା, ଅଙ୍ଗନବାଡି କର୍ମୀମାନେ ଗାଁ ଗହଳିରେ ନବଦମ୍ପତିଙ୍କୁ ଭେଟି ୨ରୁ ଅଧିକ ପିଲା ନକରିବା ପାଇଁ ସଚେତନତା କରାଇବା ଉଚିତ। ଏହି ଉତ୍ସବରେ ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ଶ୍ରୀ ଚକ୍ରଧର ଜେନା ଯୋଗଦେଇ ଜନସଂଖ୍ୟା ବୃଦ୍ଧିର ଅପକାରିତା ଓ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ଉତ୍ସବରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସହକାରୀ ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଶ୍ରୀ ବିରେନ୍ଦ୍ର କୁମାର ନାୟକ ଯୋଗଦେଇ କହିଲେ ଚଳିତ ମାସ ୧୧ ତାରିଖ ଠାରୁ ୨୪ ତାରିଖ ମଧ୍ୟରେ ପରିବାର ସ୍ଥିରତା ପକ୍ଷ ପାଇଁ ପରିବାର ନିୟୋଜନ ଅସ୍ତ୍ରପୋଚାର କରାଯିବ। ବିଶ୍ୱ ଜନସଂଖ୍ୟା ଦିବସ ପାଳନ ଅବସରରେ ବନ୍ଧ୍ୟାକରଣ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ଡା.ମହେଶ୍ୱର ପ୍ରଧାନ, ଡା.ସରୋଜ କୁମାର ଜେନା, ଡା.ବସନ୍ତ କୁମାର ବାରିକ, ଡା.ପ୍ରମୋଦ କୁମାର ନାୟକ ଓ ଡା.ପ୍ରତାପ କୁମାର ଦାସଙ୍କୁ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ। ଶେଷରେ ଉପ-ପରିଚାଳକ, ଶିଶୁସ୍ୱାସ୍ଥ୍ୟ ଓ ପ୍ରଜ୍ଜନନ ଶ୍ରୀ ସୁକାନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାକୃଷି ଅଧିକାରୀ ଶ୍ରୀ ପ୍ରମୋଦ କୁମାର ମଲ୍ଲିକ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ବେହେରା, ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ମହିମା ନର୍ସିଂ ସ୍କୁଲ, ନାରାୟଣୀ ନର୍ସିଂ ସ୍କୁଲ, କସ୍ତୁରବା ନର୍ସିଂ ସ୍କୁଲ ର ଛାତ୍ରୀ, ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.