Home ଜିଲ୍ଲା ପରିକ୍ରମା ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷଙ୍କ ଗାନ୍ଧୀ ବାଳାଶ୍ରମ ପରିଦର୍ଶନ

ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷଙ୍କ ଗାନ୍ଧୀ ବାଳାଶ୍ରମ ପରିଦର୍ଶନ

1

ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗାନ୍ଧୀ ଓଡ଼ିଶା ବାଳାଶ୍ରମକୁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଭଦ୍ରକର ଅଧ୍ୟକ୍ଷ ସୁବ୍ରତ ବିଶ୍ୱାଳ, ବରିଷ୍ଠ ସଦସ୍ୟ ପ୍ରଦୀପ୍ତ କୁମାର କର, ମମତା ରାୟ, ଲଳିତା ସାହୁ ଏବଂ ଡାଟାଏଂଟ୍ରି ଅପରେଟର ମନୋଜ କୁମାର ସାହୁ ପରିଦର୍ଶନ କରିଛନ୍ତି । ବାଳାଶ୍ରମ ତରଫରୁ ଶିଶୁ ମଙ୍ଗଳ ସମିତିର ସଦସ୍ୟ ଓ ସଦସ୍ୟା ମାନଙ୍କୁ ସ୍ୱାଗତ କରାଯାଇଥିଲା । ବାଳାଶ୍ରମର ସମ୍ପାଦକ ଅଶୋକ କୁମାର ଦାସ ବାଳାଶ୍ରମ ସମ୍ପର୍କରେ ସୂଚନା ଦେବା ସହ ବାଳଶ୍ରମ ପରିଚାଳନା କ୍ଷେତ୍ରରେ ଉପୁଜୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ । ଏଠାରେ ଅବସ୍ଥାନ କରୁଥିବା ଅନ୍ତେବାସୀ ମାନଙ୍କର ସର୍ବାଙ୍ଗୀନ ବିକାଶ, ଦିଗରେ ସମସ୍ତ କର୍ମଚାରୀ ମାନଙ୍କୁ ଅଧିକ ଯତ୍ନବାନ ହେବା ପାଇଁ ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ । ବାଳଶ୍ରମର ମ୍ୟାଟ୍ରିକ ପରିକ୍ଷାର୍ଥୀମାନଙ୍କୁ ସଫଳତା ନିମନ୍ତେ ଅଧ୍ୟକ୍ଷଙ୍କ ସମେତ ସଦସ୍ୟ ମାନେ ଶୁଭେଚ୍ଛା ଜଣାଇଥିଲେ। ବାଳାଶ୍ରମର ଅନ୍ତେବାସୀ ମାନଙ୍କୁ ଦକ୍ଷତା ବିକାଶ ପାଠ୍ୟକ୍ରମରେ ସାମିଲ କରିବା ପାଇଁ ବରିଷ୍ଠ ସଦସ୍ୟ ପ୍ରଦୀପ୍ତ କୁମାର କର ପରାମର୍ଶ ଦେଇଥିଲେ । ବାଳାଶ୍ରମ ତରଫରୁ ଅନ୍ତେବାସୀ ମାନଙ୍କୁ ଯୋଗାଇଦିଆଯାଉଥିବା ବ୍ୟବସ୍ଥା ଗୁଡ଼ିକୁ ବୁଲି ଦେଖିବା ସହ ଗାନ୍ଧୀ ସ୍ମୃତି ମନ୍ଦିର, ସଙ୍ଗୀତ ଷ୍ଟୁଡିଓ, ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ ବଗିଚା ଦେଖି ଆନନ୍ଦିତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.