Home ଜିଲ୍ଲା ପରିକ୍ରମା ଜିଲ୍ଲା ଶିଶୁ ମଙ୍ଗଳ ସମିତିର କାରାଗାରରେ ସ୍ୱତନ୍ତ୍ର କ୍ୟାମ୍ପ

ଜିଲ୍ଲା ଶିଶୁ ମଙ୍ଗଳ ସମିତିର କାରାଗାରରେ ସ୍ୱତନ୍ତ୍ର କ୍ୟାମ୍ପ

25

ଭଦ୍ରକ, ୧୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କାରାଗାର ଅଧିକ୍ଷକ ଋଷିନାଥ ନାୟକଙ୍କ ଚିଠି ନଂ. ୫୦୮୪, ତା୬ା୧୨ା୨୦୨୧ରିଖ ଅନୁସାରେ ଜିଲ୍ଲା ଶିଶୁ ମଙ୍ଗଳ ସମିତି, ଭଦ୍ରକର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର କର, ସଦସ୍ୟ ସତ୍ୟ ସୁନ୍ଦର ପୁହାଣ, ସଦସ୍ୟା ସଂଗିତା ଗିରି, କାର୍ଯ୍ୟାଳୟ ସହଯୋଗୀ ମନୋଜ କୁମାର ସାହୁ, ଆସିଆନାର ସଂଯୋଜକ ରିଆଜ ଅହମ୍ମଦ ସ୍ୱତନ୍ତ୍ର କାରାଗାର ପରିଦର୍ଶନରେ ଯାଇ ସେଠାରେ ଏକ ସ୍ୱତନ୍ତ୍ର କ୍ୟାମ୍ପ କରିଥିଲେ । ଶିଶୁ ମଙ୍ଗଳ ସମିତିର ଚିଠି ସଂଖ୍ୟା ୨୨୨/୨୧ ତା୦୮.୧୨.୨୦୨୧ରିଖ ଅନୁସାରେ କାରାଗାର କର୍ତ୍ତୁପକ୍ଷ ଅନ୍ତେବାସୀ ଇତିଶ୍ରୀ ପତି ଓ ତାଙ୍କ ସ୍ୱାମୀ ଦେବେନ୍ଦ୍ର ପତିଙ୍କୁ ସମିତି ଆଗରେ ହାଜର କରାଇଥିଲେ । ଉଭୟ ପତି ଦମ୍ପତ୍ତି ତାଙ୍କ ସାଙ୍ଗରେ କାରାଗାରରେ ଥିବା ତାଙ୍କର ଶିଶୁ ପୁତ୍ରକୁ ସମିତି ଆଗରେ ହାଜର କରାଇ ତାର ଉପଯୁକ୍ତ ଥଇଥାନ ନିମନ୍ତେ ଅନୁରୋଧ କରିଥିଲେ । ଶିଶୁମଙ୍ଗଳ ସମିତି ତାଙ୍କର ଅନୁରୋଧକୁ ସମୀକ୍ଷା କରି ତାଙ୍କ ପରିବାରର କାହାକୁ ହସ୍ତାନ୍ତର କରାଯିବ ଲିଖିତ ଭାବେ କାରାଗାର କର୍ତ୍ତୃପକ୍ଷଙ୍କ ଜରିଆରେ ସମିତିକୁ ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଦରଖାସ୍ତ ମିଳିଲା ପରେ ଉପଯୁକ୍ତ ତଦନ୍ତ କରାଯାଇ ପଦକ୍ଷେପ ନେବାକୁ ସମିତି ନିଷ୍ପତ୍ତି ନେଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.