Home କନ୍ଧମାଳ ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

11

ବାଲିଗୁଡା, ୨୮/୧୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଜି.ଉଦୟଗିରି ବ୍ୟବସାୟୀ ସଂଘ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ପରିଚାଳକ ଏମ କେ ସିଂ ଓ ସ୍ଥାନୀୟ ଆଇପିଓ ଅମିତ ପ୍ରଧାନ ଯୋଗଦେଇ ଜିଲ୍ଲା ଶିଳ୍ପ କେନ୍ଦ୍ରର ଭୂମିକା ବିଷୟରେ ଉପସ୍ଥିତ ଥିବା ବ୍ୟବସାୟୀମାନଙ୍କୁ କହିଥିଲେ। ଏହାସହ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗ ସ୍ଥାପନ କରିବାକୁ ବ୍ୟବସାୟୀମାନଙ୍କୁ ଆହ୍ବାନ କରିଥିଲେ। ସ୍ଥାପନ କରିବା ପାଇଁ ଆବଶ୍ୟକ ହେଉଥିବା କାଗଜପତ୍ର ସହ କିପରି ସହଜରେ ଆବେଦନ କରିପାରିବେ ସେ ସମ୍ପର୍କରେ ବ୍ୟବସାୟୀମାନଙ୍କୁ ବୁଝାଇଥିଲେ। ଆଗାମୀ ଦିନରେ ସ୍ଥାନୀୟ ବ୍ଳକରେ ହେବାକୁ ଥିବା ତାଲିମ ଶିବିରରେ ଆଗ୍ରହୀ ବ୍ୟବସାୟୀମାନେ ବହୁ ମାତ୍ରାରେ ଯୋଗଦେବାକୁ ଅନୁରୋଧ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.