Home କେନ୍ଦ୍ରାପଡ଼ା ଜିଲ୍ଲା ଶିଳ୍ପକେନ୍ଦ୍ରର ନୂତନ କାର୍ଯ୍ୟାଳୟ ଗୃହ ଉଦଘାଟିତ

ଜିଲ୍ଲା ଶିଳ୍ପକେନ୍ଦ୍ରର ନୂତନ କାର୍ଯ୍ୟାଳୟ ଗୃହ ଉଦଘାଟିତ

195

କେନ୍ଦ୍ରାପଡା ୨୩/୬(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ରାଜ୍ୟ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଅଧିନସ୍ଥ ତିନିମୁହାଣି ଇଡକୋ ଶିଳ୍ପାଞ୍ଚଳ ପରିସର ତଥା ରାମମନ୍ଦିର ନିକଟରେ ଜିଲ୍ଲା ଶିଳ୍ପକେନ୍ଦ୍ରର ନୂତନ କାର୍ଯ୍ୟାଳୟ କରୋନା କଟକଣାର ନୀତି ନିୟମ ଓ ସାମାଜିକ ଦ୍ୱରତା ରକ୍ଷା କରାଯାଇ ଉଦଘାଟିତ ହୋଇଯାଇଛି। ପୂର୍ବରୁ କାର୍ଯ୍ୟାଳୟ ଭଡାଘରେ ଚାଲୁଥିଲା। ୧କୋଟି ୨୬ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୨୦୧୯ମସିହାରେ ଇଡକୋ ଦ୍ୱାରା ସେହି କାର୍ଯ୍ୟାଳୟ ଗୃହରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଆଜି ଶ୍ରୀଗୁଣ୍ଡିଚା ଶୁଭ ଅବସରରେ ସେହି ନୂତନ କାର୍ଯ୍ୟାଳୟ ଗୃହ ଉଦଘାଟିତ ହୋଇଛି। ଅବସରପ୍ରାପ୍ତ ହସ୍ତ ଓ କୁଟୀର ଶିଳ୍ପ ନିର୍ଦେଶକ ପ୍ରାଣକୃଷ୍ଣ ବେହେରା, ଜିଲ୍ଲା ଶିଳ୍ପକେନ୍ଦ୍ରର ସାଧାରଣ ପରିଚାଳକ ସନ୍ତୋଷ କୁମାର ମିଶ୍ର ଏହି କାର୍ଯ୍ୟାଳୟର ନୂତନ ଗୃହକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପବିକାଶ ଅଧିକାରୀ ଅମୀୟ କୁମାର ବେହେରା, ଦେବାଶିଷ ପ୍ରସାଦ ଜେନା, କୁଳମଣି ବେହେରା, ନିବେଦିତା ସାମଲ, ମୋନାଲିସା ମିଶ୍ର, ଶିଳ୍ପ ପର୍ଯ୍ୟବେକ୍ଷକ ନରେନ୍ଦ୍ରନାଥ ମହାରଣା, ଖଦିବୋର୍ଡ ପର୍ଯ୍ୟବେକ୍ଷକ ନିରଞ୍ଜନ ଦାସ, କାର୍ଯ୍ୟାଳୟର ବରିଷ୍ଠ କର୍ମଚାରୀ ହୃଷିକେଶ ସାହୁ, ଗୈାତ୍ତମ ଦାସ, ରବିନ ନାୟକଙ୍କ ସମେତ ଜିଲ୍ଲାର କାରିଗର ଓ ଶିଳ୍ପଦ୍ୟୋଗି ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.